ମୁଁ ସଦ୍ୟ ଜେଲରୁ ବାହାରି ଆସିବା ପରେ, ଆମଦୁହିଁଙ୍କୁ ରହୁଥିବା ଆପାର୍ଟମେଣ୍ଟରେ ଆଉ ଘର ମିଳିଲା ନାହିଁ।
ମୋ ଘର ଏମିତିରେ ଅନେକ ଦୂର। ତା ପାଇଁ ବନ୍ଦ ହୋଇସାରିଛି ତା ଘରର ମୁଖ୍ୟଦ୍ୱାର। ଅଦୂରଦର୍ଶୀ ଆମେ ଦୁହେଁ ନିଜ ପାଇଁ ମୋଡ଼ିନେଲୁ ଅଲିଖିତ ବାସନ୍ଦ, ଆଉ ସାମାଜିକ ଭୁକ୍ରୁଞ୍ଚନ।
ଏଇତ କିଛିଦିନ ହେବ ସିଏ ଦେଖା ହୋଇଥିଲା ସହକର୍ମୀ ଟିଏ ହୋଇ। କୁହନ୍ତି ପ୍ରେମ ପ୍ରଥମ ଦେଖାରେ ହୁଏ। ଆମେ କିନ୍ତୁ ପରସ୍ପରର ପ୍ରେମସାଥୀ ସହ ଡବଲ୍ ଡେଟରେ ଗଲାଦିନ ଜାଣିଲୁ, ନିଜ ପ୍ରେମ ଅପେକ୍ଷା ଆମେ ପରସ୍ପର ପ୍ରତି ଅଧିକ ଆକର୍ଷିତ।
ଏକଥା ଅବଶ୍ୟ ସ୍ଵୀକାର କରିବାକୁ ଅନେକ ଦିନ ଲାଗିଗଲା। ସିଏ ତା ପ୍ରେମଠାରୁ ଗୋଟିଏ ଶକ୍ତ ଚାପୁଡ଼ା ମଧ୍ୟ ଖାଇଥିଲା। ମୋ ପ୍ରେମିକା ମୋତେ କାପୁରୁଷ, ବାଷ୍ଟାର୍ଡ଼ ପରି ଶୃତି ମଧୁର ସମ୍ଭାଷଣ ଦେଇଗଲା।
ଏସବୁ କଟାଲିଷ୍ଟ୍ ପରି କାମ କରୁଥିଲା, ଏବଂ ଆମେ ଦୁହେଁ ଏକାଠି ରହିବାର ଜିଦରେ ପରସ୍ପର ପ୍ରତି ଆହୁରି ଦୁର୍ବଳ ହୋଇ ଯାଉଥିଲୁ।
__________________
ନିଶ୍ଚିତ କରିଥିଲୁ ସାଙ୍ଗହୋଇ ରହିବୁ ଏବଂ ରହିବା ପୂର୍ବରୁ ଘରେ ପରସ୍ପର ବିଷୟରେ ଜଣେଇବୁ, ଯାହା ଝଡ଼ ଆସୁଛି ଆସୁ।
ଝଡ଼ ନୁହେଁ ମହାବାତ୍ୟା ହେଲା। ଏପରିକି ତା ଘରେ ତାକୁ ଏଠାରୁ ଦୂରେଇ ନେବାପାଇଁ ଅନେକ ଯୋଜନା କରିଲେ।ମୋ ଘର ନୀରବ ରହିଲେ, ଆମକୁ ନେଇ, ମୋ ସହ ସେମାନଙ୍କ ସମ୍ପର୍କକୁ ନେଇ। ବୁଝିଲି ମୌନତା ବେଳେବେଳେ ଅସମ୍ମତି ମଧ୍ୟ ହୋଇପାରେ। ସେମାନଙ୍କ ମୌନ ଅସମ୍ମତିକୁ ସମ୍ମତି ଜଣେଇ ମୁଁ ମଧ୍ୟ ନୀରବ ରହିଲି।
ଆମେ ନୂଆକରି ନିଜ ଯୁଗ୍ମ ଜୀବନ ଆରମ୍ଭ କରିଥିଲୁ। ପ୍ରେମରେ ଥିବା ଯୋଡ଼ି ଯେମିତି ବଞ୍ଚନ୍ତି, ଆମେ ସେମିତି ବଞ୍ଚୁଥିଲୁ। ପ୍ରେମିଳ ସ୍ୱପ୍ନରେ ରୋଷେଇ, ତେଲଲୁଣ ଧସେଇ ପଶୁଥିଲେ, ଆଉ ଆମେ ନଛୋଡ଼ବନ୍ଧା ପରି ସେମାନଙ୍କୁ ସ୍ଵାଗତ କରୁଥିଲୁ।
:- କିଏ ବେଲ୍ ମାରୁଚି ଦେଖିଲ।
:- ହଁ।
ମୁଁ କବାଟଖୋଲିଲି। ସାମ୍ନାରେ ପୋଲିସ୍। କିଛି କହିବା ଆଗରୁ ମୋତେ ଘୋଷାଡି ନେଇଗଲା ଆଉ ପଛରେ ଦୌଡ଼ୁଥିଲା ସିଏ ପାଗଳ ପରି।
ଓକିଲ, ଓକିଲ ଯେତେ ଚିତ୍କାର କରିଲେ ମଧ୍ୟ, ଆଗ ଭିତରେ ପୁରେଇ ମୋତେ ତିନିଜଣ ମିଶି ଥାର୍ଡ୍ ଡ଼ିଗ୍ରୀ ଦେଇଗଲେ, ମୁଁ ରକ୍ତାକ୍ତ ବେହୋସ୍ ହେବା ପର୍ଯ୍ୟନ୍ତ। ମଝିରେ ମଝିରେ ଜଣେ କହୁଥିଲେ,
:- ତୁମରି ମାନଙ୍କ ପରି ଅପରାଧୀ ମାନେ ଦେଶଟାକୁ ଖାଇ ଗଲେଣି।
ବାହାରେ ଛିଡ଼ା ହୋଇଥିଲା ସେ ଦୁଇ ପହିଲମାନଙ୍କ ହାତ ଭିତରେ ଅସହାୟ ହୋଇ। ତା ବାପା ବସିଥିଲେ ସାମ୍ନା ଚେୟାରରେ ଗୋଡ଼ ଉପରେ ଗୋଡ଼ ଲଦି। ତାଙ୍କ ସନ୍ତାନକୁ ମିଛକହି ମୁଁ ଉଠେଇ ଆଣିଛି ଏବଂ ଶାରୀରିକ ଯନ୍ତ୍ରଣା ଦଉଛି ବୋଲି ଅଭିଯୋଗ ସିଏ ହିଁ କରିଥିଲେ।
ପ୍ରମାଣରେ ଥିଲା ଗୋଟିଏ ରେକର୍ଡିଂ!
__________________
ଅପରାଧୀ ପରି ମୁଣ୍ଡ ତଳକୁ ପୋତି ଛିଡ଼ା ହୋଇଥିଲା ସିଏ। ଅଳ୍ପ ଦିନତଳେ ତାର କୋଉ ଦୂରସମ୍ପର୍କୀୟ କିଛି କାମରେ ଆସିଥିଲା। ଅନେକ ଅନୁରୋଧ କରିବାରୁ ଆମେ ତାକୁ ରହିବାକୁ ଦେଇଥିଲୁ ଦୁଇଦିନ ପାଇଁ। ତାହାରି ଭିତରେ ସିଏ ଏତକ ରେକର୍ଡ଼ିଂ କରିଛି, ଆମ ବେଡ଼ରୁମ ଦୃଶ୍ୟ।
:- ସାର୍ ଏ କ୍ଲିପରେ ଯାହା ଅଛି ଭୁଲ୍ ଦିଶୁଛି। ଆମେ ଦୁହେଁ ରୋଲ୍ ପ୍ଲେ କରୁଥିଲୁ। ଦୁଇଜଣଙ୍କ ସହମତିରେ ରୋଲ୍ ପ୍ଲେ ହୁଏ.....
:- ଚୋପ୍ !
ତା ବାପାଙ୍କ ଚିତ୍କାରରେ କମ୍ପିଗଲା ପୋଲିସ୍ ଷ୍ଟେସନ୍।
:- ଏସବୁ ଶୁଣିବା ଆଗରୁ ମୁଁ ମରିଯିବା ଉଚିତ୍ ଥିଲା। ତୁ ଏଠୁ ଚାଲେ ଘରକୁ। ଏଠାରେ ରହି ତୋ ମୁଣ୍ଡ ଖରାପ ହେଇ ଗଲାଣି।
:- ନା ବାପା। ବହୁତ୍ କହିଲ ଆଉ ମୁଁ ବହୁତ୍ ସହିଲି। ବିନାଦୋଷରେ ତାଙ୍କୁ ଅନେକ ଅତ୍ୟାଚାର କରିଲଣି।
ତୁମ ଆଖିରେ ତାହେଲେ ମୁଁ ବି ଅପରାଧୀ, ମୋତେ ଭିତରେ ପୁରେଇ ଏମିତି ଶୋଷଣ କର ତାହେଲେ। ମୁଁ ଓକିଲଙ୍କୁ ଫୋନ୍ କରିଛି, ଆସୁଥିବେ।
ତା ପରେ ଯଦି ତୁମେ ମୋତେ କି ତାଙ୍କୁ କେବେ କିଛି ହଇରାଣ କରିବାକୁ ଚେଷ୍ଟା କରିବ ତାହେଲେ ମୁଁ ଭୁଲିଯିବି ତୁମେ ମୋ ବାପା ବୋଲି। ଆଉ ଗୋଟିଏ କଥା, ମୋ ବ୍ୟକ୍ତିଗତ ବିଷୟରେ ନିଷ୍ପତ୍ତି, ଯାହା ଅନ୍ୟଙ୍କୁ କ୍ଷତି କରେନି, ତାହା ସାମ୍ବିଧାନିକ ଅଧିକାର ମଧ୍ୟ। ଏକଥା ଯେମିତି ଭୁଲି ନଯାନ୍ତି...........
ତା ବାପାଙ୍କ ଆଖି କ୍ରୋଧ ଆଉ ଲୁହରେ ବଡ଼ ଭୟଙ୍କର ଦିଶୁଥିଲା। ଏଇ ବୋଧେ ତାଙ୍କ ଶେଷ ଅସ୍ତ୍ର ଥିଲା। ନିଜ ଅଭିଯୋଗକୁ ଫେରେଇ ନେଇ, ମୋତେ କେବଳ ଘୃଣାଟିଏ ଫୋପାଡ଼ି ଦେଇ ଚାଲିଗଲେ ତା ବାପା।
ମୁଁ ଜେଲରୁ ଫେରିବା ବେଳକୁ ଆମଠୁ ପ୍ରିୟ ଘରଟି ଚାଲିଯାଇଥିଲା। ସୋସାଇଟିରେ ସମସ୍ତେ ଜାଣି ସାରିଥିଲେ ଆମକଥା, ତେଣୁ ନୂଆଘର ଖୋଜିବାରେ ଅଯଥା ବ୍ୟସ୍ତ ନହୋଇ ଆମେ ଚାଲିଲୁ ହୋଟେଲ୍।
_____________________
ଆମେ ଏବେ ଦୂରବର୍ତ୍ତୀ ଏକ ମେଟ୍ରୋପଲିସରେ.....ଜୀବନ ଏଠି ନିଜକୁ ନେଇ ବ୍ୟସ୍ତ। ଅନ୍ୟର ବ୍ୟକ୍ତିଗତ ଜୀବନକୁ ନେଇ ମୁଣ୍ଡ ପୁରେଇବାକୁ ସମୟ କାହିଁ ?
ହଠାତ୍ ଦିନେ ରାତିରେ, ଫୋନରେ ତା ଭଉଣୀ ନମ୍ୱର୍ ଦେଖି ଆମେ ଦୁହେଁ ଚମକି ପଡ଼ିଲୁ। ବାରମ୍ବାର ଫୋନ୍ ଆସିବାରୁ ମୁଁ କହିଲି ଉଠେଇବା ପାଇଁ ।
:- ହେଲୋ !
:- କଣ ହେଲା କହ।
:- ମୋତେ ସାହାଯ୍ୟ ଦରକାର। ତୋ ଛଡ଼ା ଆଉ କେହି କରି ପାରିବେ ନାହିଁ। ମୁଁ ହସ୍ପିଟାଲ୍ ରେ ଅଛି, ଏଇ ମେଟ୍ରୋରେ। ତୋ ବିଲ୍ଡିଂ ପଛ ସିଟି ହସ୍ପିଟାଲରେ।
:- ତୁ ଜାଣିଲୁ କେମିତି ମୁଁ ଏଠି ରହୁଛି ବୋଲି?
:- ମୁଁ ସବୁ ଜାଣିଚି ତୋ ଭଲମନ୍ଦ ଖବର ବି ରଖିଛି । ଘରେ କିଛି କହିନି । ପ୍ଲିଜ୍ ଜଲଦି ଆସେ।
ସିଏ ମନା କରିଦେଲା ସିଧା। କିନ୍ତୁ ମୋତେ ଲାଗିଲା ଆମେ ଯିବା ଜରୁରୀ। ଯଦିଓ, ମୁଁ ବି ଡରରେ ଥିଲି, ପୂର୍ବ ଥର ପରି ଏଥର ମଧ୍ୟ କିଛି ଚକ୍ରାନ୍ତ ହୋଇଥିବ ଭାବି।
ବିପଦ ଜାଣି ମଧ୍ୟ ମଣିଷ ଯାଏ ନିଆଁକୁ, ହୁଏତ ମଣିଷ ହେବାର ବିଡ଼ମ୍ବନା ନେଇ.......
_______________________
ହସ୍ପିଟାଲରେ ତା ଭଉଣୀ ଗାଇନିକ୍ ବିଭାଗ ବେଡ଼ରେ, ପାଖରେ ଥିଲା ଗୋଟିଏ କୁନି ଗୋଲାପୀ ନବଜାତଟିଏ। ବିବାହ ପୂର୍ବରୁ ଜନ୍ମିଥିବା ଏ ଝିଅଟିକୁ, ଆପଣେଇବା ପାଇଁ ହୁଏତ ତାଙ୍କ ଘରକୁ ଆଉ କିଛି ହଜାର ବର୍ଷ ଆଗେଇବାକୁ ପଡ଼ିବ। ପ୍ରେମିକା ପ୍ରେମିକ ଦୁହେଁ ଆମକୁ ହାତଯୋଡି଼ କହିଲେ,
:- ସମାଜ ବିରୁଦ୍ଧରେ ଲଢ଼ି ତୁମେ ଦୁହେଁ ଯେମିତି ନିଜ ଜୀବନ ତିଆରି କରିଛ, ଏ ଝିଅକୁ ତୁମେ ହିଁ ଠିକ୍ ନିଜପରି ବନେଇ ପାରିବ।
ସେମାନେ ଆଉ କଣ କହୁଥିଲେ ଆମକୁ ଶୁଭୁ ନଥିଲା। ସିଏ ମୋତେ ଅନେଇଥିଲା, ଆଉ ମୁଁ ତାକୁ। ଆମେ ଦୁହେଁ ଅନେକ ଚେଷ୍ଟା ପରେବି ପିଲାଟିଏ ପାଉନଥିଲୁ ନିଜର କରିବା ପାଇଁ। ଭାବୁଥଲୁ ଆମ ଏ ଅଲଗା, ବିଚ୍ଛିନ୍ନ ଜୀବନରେ ନୂଆଜୀବନ ଯୋଡି଼ବାକୁ ଭଗବାନ୍ ଚାହାଁନ୍ତି ନାହିଁ ବୋଧେ।
କିନ୍ତୁ ଆଜି ଆଖିଆଗରେ, ଆମ ହେବାକୁ ଯାଉଥିବା ଝିଅ ଶୋଇଛି.............
_________________
କୁନିକୁନି ଉପଦ୍ରବରେ ଘରକୁ ଉଠଉଥିବା ପକାଉଥିବା ଆମ ସାତବର୍ଷର ଝିଅ ତଳେ ପାଟି କରୁଥିଲା। ଆମେ ତାକୁ ଲଢ଼େଇ କରିବାକୁ ଅନେକ ମନାକରିଛୁ। ସିଏ କି ଶୁଣିବା ଝିଅ, ତାର ସହପାଠୀକୁ ଚିଲ୍ଲାଇ କହୁଥିଲା,
:- ତୁ ମୋ ସହ ନଖେଳିଲେ ନାହିଁ। ମୋର ମାମା ନ ଥିଲେ ନାହିଁ। ମୋର ଦୁଇଟା ପାପା। ସେମାନେ ମୋର ମାମା ବି। ମୋ ପାପା ମାନଙ୍କ ବିଷୟରେ ଆଉ କେବେ ଯଦି କିଛି କହିଥିବୁ ତୋ ଦାନ୍ତ ଭାଙ୍ଗିଦେବି...........
ପ୍ରେମର ଗୋଟିଏ ହିଁ ରଙ୍ଗ ଅଛି। ଯାହା କେବେ ପ୍ରେମିକ ହେଇ ଆମେ ପାଉଥିଲୁ ପରସ୍ପରଠାରୁ। ଆଜି ବାତ୍ସଲ୍ୟ ହୋଇ ଝିଅ ଠାରୁ ଝରି ଆସୁଛି।
ଏ ଲଢ଼ୁଆ ଝିଅର ଗର୍ବିତ ହଳେବାପା ହେବା ଭିତରେ ଆମେ ଦୁହେଁ ଭୁଲି ଯାଇଥିଲୁ, କେବେ ଆମେ ପୁରୁଷ ଥିଲୁ ବୋଲି, କେବେ ପୁରୁଷ ହୋଇ ଜନ୍ମ ନେବା ପାଇଁ ଆମ ଦୁହିଁଙ୍କୁ ପାପୀ କୁହାଯାଇଥିଲା ବୋଲି। କଣ ଦରକାର ମନେ ରଖିବା ଏସବୁ।
ନିଃସର୍ତ୍ତ ଗ୍ରହଣ ବୋଧେ ଜୀବନର ଶ୍ରେଷ୍ଠ ବିଜୟ......

■
COMMENTS - 0