ଦଜ ଗଜ୍କର ସିଂ ତାକୁ ମଧ୍ୟ ସେଇ ସମାନ ଉତ୍ତର ଦେଲା- “'ନା, ନୂଆ ତୟାର ହେଇନାହିଁ ସେଇ ପୂରୁଣା ଦୂଇଟା ମରାମତି ହେଇ ଟଙ୍ଗା ହେଇଛି। ତମରଟା ନବ ଯଦି ନେଇଯାଂ, ନାଇଁତ ଓର୍ ହପ୍ତାଦିନ ଛାଡ଼ି ଆସ।'' ଯଦିଓ ସେ ନିଜେ ବି ଜାଣେନା ସପ୍ତାହେ ପରେ ନଫରୁଲ୍ ଓ ନରହରିକୁ ସେମାନେ ଭୂଲ୍ ବୋଲି କହୁଥିବା ସେମାନଙ୍କ କୁର୍ତା ବଦଳରେ ସମାନ ରଇସଂର ସମାନ କପଡ଼ାର ଅଲଗା ଠିକ୍ ମାପର ନୂଆ କୁତ୍ତା କରି ଦେଇପାରିବ କି ପୁଣି ଆଉ ସପ୍ତାହେ ପରେ ଆସିବାକୁ କହିବ ।
ନରହରି କିମ୍ବା ନଫରୁଲ୍କୁ କୁର୍ତା ତୟାର ହେଇନାହ କହି ଫେରେଇଦେଲା ପରେ ସେଦିନ ଗକର ଆଉ କାମରେ ମନ ଲଗେଇ ପାରେନା। କେବିନ୍ କାନ୍ତରେ ଟଙ୍ଗାହେଇଥିବା ସମାନ ହାଲୁକା ଗୋଲାପୀ ରଇଂର କର୍ତା ଦୁଇଟା ଯାହାକୁ ଭୁଲ୍ ମାପର ଭୁଲ୍ କୁର୍ତା କହି ନରହରି ଓ ନଫରୁଲ୍ ଫେରେଇଦେଇ ନୂଆ କୂର୍ତ୍ା ନେବାକୁ ଜଦ୍ ଧରିଛନ୍ତି, ସେ କୁର୍ତା ଦୁଇଟାକୁ ହ୍ୟାଇଂରରୁ ଉତାରି ଆଣି ଦୁଇହାତରେ ଧରୋ ବୀ ହାତର କୁର୍ତ୍ତା ତାହାଣ ହାତକୁ ତାହାଣ ହାତର କୁର୍ତା ବୀ ହାତକୁ ଅଦଳ ବଦଳ କରୋ
`
ଅଦଳ ବଦଳର କ୍ରମ ମନେ ରଖେନା। କିଛି ସମୟ ପରେ ହାତ ସ୍ଥିର କରି କୁର୍ତା ଦୁଇଟାକୁ ଦୁଇ ହାତରେ ଟେକି ଧରି ନିଜକୁ ପଚାରେ- “କୌନ୍ସା ହିନ୍ଦୁ ? କୌନ୍ସା ମୁସଲମାନ ?”'
ପୁଣି କୁର୍ତା ଦୁଇଟାକୁ ତଳେ ଇସ୍ତ୍ରି କରିବା ବିଛଣାରେ ପକେଇ ଗୋଳେଇ ମିଶେଇ ଦିଏ। ଦୁଇ ହାତରେ ଦୁଇଟାକୁ ଉଠେଇ ଧରି ପଚାରେ- “ବୋଲ କୌନ୍ସା ନରହରି ଦାଶ କା? କୌନ୍ସା ନଫରୁଲ୍ ଅହଜ୍ଞଦ କା ୧” କୁହେ“ “ସବ୍ ଶୋବ୍ଵକା ଗଲତି ହୌ ତା'ପରେ କୁର୍ତା ଦୁଇଟାକୁ ହାଇଂର୍ରେ ପୂରେଇ କେବିନ୍ ପଟା କାବ୍ତରେ ପାଖାପାଖି ଟାଙ୍ଗଦିଏ। କୁତ୍ତା ଦୁଇଟାର ଦୁଇହାତ ପରସ୍ପରର କାନ୍ଧ ଉପରେ ରଖିଦିଏ ଠିକ୍ ପୂର୍ବ ପରି ଓ ଫେରିଆସି କାଠ ଚେୟାର ଉପରେ ବସିପଡ଼ୋ ଆଖିରୁ ଚଷମା ଖୋଲି, ଆଖିମଳି ପରିଷ୍କାର କରେ, ଚଷମା କାଚ ପୋଛେ। ପୁଣି ଚଷମା ଆଖିରେ ଲଗେଇ ବାହାରକୁ ଅନାଏ ଓ ଡାକ ଛାଡେ- 'ହେ ଘନଶ୍ୟାମା|'
ଘରେ ପହଞ୍ଚିଲେ ଗକର ତା' ବେଗମ ରଜିଆ ଚାହୌଁ। ତା' ମୁହଁର ଉଦାସୀନତା ଓ ଅନ୍ୟମନସ୍କତାରୁ ସବୁକଥା ବୁଝିଯାଏ ଓ ପଚାରେ- ““ଆଜ୍ ଭି ଏଁ ଲୋଗ ଆଏ ଥେ କ୍ୟା ?”
- ହୀ
- ଫିର୍ କ୍ଯା ବୋଲେ ଉନ୍ଲୋଗୋ କୋ ?
- ହପ୍ତା ଦିନ କା ବାଦ୍
ରଜିଆ ଧୀର ସ୍ଵରରେ 'ହେ ଆଲ୍ଲା' କୁହେ ଓ ନିଜ କାମରେ ମନ ଦିଏ।
ଗକର ସିଂର ନୀ ଅସଲରେ ଗଜ୍ର ସିଂ ନୁହେଁ କି ତାଂ ଟେଲର୍ ଦୋକାନର ନାଁ ବି 'ଗକ୍ତର ସିଂ ଟେଲର୍' ନୁହେଁ। ଗକର ସିଂର ଅସଲ ନୀ ଅଫିକ୍ ଆଲମ୍ କିନ୍ଞୁ ତା'ର ଏ ନୀକୁ ତା” ବେଗମ ରଜିଆ, ନିଜ ପରିବାର, ରିସ୍ତେଦାର ଓ ସରକାରୀ କାଗଜପତ୍ର ଛଡ଼ା ଆଉ ବିଶେଷ କେହି ମନେ ରଖିନାହାଚ୍ତି। ସେ ଅଫିକ୍ ଆଲମ୍ରୁ ଗଜର ସିଂ ହେଇଯିବା ପଛରେ ଗୋଟିଏ କାହାଣୀ ଅଛି। ଉଣେଇଶି ଶହ ପଞ୍ଚସ୍ତରି ମସିହାରେ ଯେତେବେଳେ ତାକୁ
ହି ମୀର୍ଜାପୁର ଅଞ୍ଚଳର ପ୍ରଥମ ବ୍ଯକ୍ତି ଯିଏ କଲିକତାର ପାରାଡାଇଜ୍ ସିନେମାରୁ ଶୋଲେ ଫିଲ୍ମ ଦେଖି ଫେରିଥିଲା। ଫେରିବା ପରେ ଫିଲ୍ମର ଚରିତ୍ର ଗକ୍ତର ସିଂ ଭଳି ବାଳ କାଟିଥିଲା, ବାହୁରୁ ତାବିଜ ଖୋଲି କଳା ସୂତାରେ ବେକରେ ଲଟକେଇ ଥିଲା। ଡାହାଣ କାନରେ ଫାଶିଆ ଲଗେଇଥିଲା। ମାଟିଆ ସାର୍ଟକୁ ଛାତି ବୋତାମ ଖୋଲାକରି କହୁଣି ଯାଏ ହାତ ଫୋଲ୍ଡ କରି ପିନ୍ଦୁଥିଲା। ନିଜକୁ ଦେଖେଇ ଲୋକଙ୍କୁ କହୁଥିଲା ଗଜର ସିଂ ଦେଖିବାକୁ ଠିକ୍ ମୋ ଭଳି ଓ କଥାକଥାକେ ଶୋଲେ ଫିଲ୍ମର ଗକର ସିଂ ଡାଇଲଗ୍ କହୁଥିଲା। ସିଲେଇ ମେସିନ୍ର ପ୍ୟାଡାଲ୍କୁ ଅଟକେଇ ହାତରେ ଖଇନି ମଳି ପାଟିରେ ପକେଇ ଗକ୍କର ସିଂର ହସ ହସୁଥିଲା। ଦେଖିଲା ଶୁଣିଲା ଲୋକଙ୍କୁ ତା 'ର ଏମିତି ହାବଭାବ ଭାରି ମଜା ଲାଗୁଥିଲା।
ମିର୍ଜାପୁର ସେତେବେଳେ ଆଜି ଭଳି ଏତେ ବଡ଼ ବଜାର ନ ଥିଲା। ସାତ ଆଠଟା ଚାଳିଆ, କେବିନ୍ ଦୋକାନ ଆଉ ହସ୍ତାକୂ ଦୁଇଦିନ ପରିବା ହାଟକୁ ନେଇ କୁହାଯାଉଥିଲା ମିର୍ଜାପୁର ହାଟା ରମେଶ ସାହୁ ଗୁଡ଼ିଆ ଦୋକାନ, ପ୍ରବୀର ତେଜରାତି ଦୋକାନ, ନୂରୂଳ୍ କପଡ଼ା ଦୋକାନ, ତ୍ରିନାଥ ମନୋହରି ଦୋକାନ ଆଉ ଗୋଟିଏ ପାଖକୁ ବରଗଛ ତଳେ ଅଫିକ୍ ଆଲମ୍ର କାଠ କେବିନ୍ 'ଚାନ୍ଦ୍ ଟେଲର୍ | ଆଖପାଖର ତିନି ଚାରିଟା ଗୀର ଲୋକ ନିଜ ନିଜ ଦରକାର କାମରେ ବଜାରକୁ ଆସନ୍ତି ଚାନ୍ଦ୍ ଟେଲର୍'କୁ ଆସୁଥିବା କେହି କେହି ଫିଲ୍ମ ପ୍ରିୟ ଗରାଖ ଅଫିକ୍ ଠାରୂ ଶୋଲେ ଫିଲ୍ମର କାହାଣୀ ଶୂଣି ତଟସ୍ପ ବି ହୁଅନ୍ତି। ଧୀରେ ଧୀରେ ଶୋଲେ ଫିଲ୍ମ ଯେତେବେଳେ ମିର୍ଜାପୁର ଅଞ୍ଚଳର ଆଉକିଛି ଲୋକ ଦେଖିଲେ ସେତେବେଳେ ଅଫିକ୍କୂ ଗକର ସିଂ ସହ ତୁଳନା କଲେ ଓ କେହି କେହି ତାକୁ ଗକର ସିଂ ନୀରେ ଡାକିବାକୁ ଲାଗିଲେ। ତାକୁ ଗଜର ସିଂ ଡାକିଲେ ସେ ଭାରି ଖୁସି ହେଉଥିଲା। ସମୟ କ୍ରମେ ତା' ନୀ ବଦଳିଗଲା ଗଜର ସିଂକୁ। ଆଧାର, ରାସନ୍ କାର୍ଡରେ ଲେଖାହେଇଥିବା ତା' ଠିକ୍ ନୀ (ଅଫିକ୍ ଆଲମ୍) ପାଇଁ ସେ ବେଳେବେଳେ ଅସୁବିଧାରେ ବି ପଡ଼ୋ ତାକ ବୁଝେଇବାକୁ ପଡ଼େ ଯଂ ଯିଏ ଗ୍ର ସିଂ ସେହି ହି ଅଫିକ୍ ଆଲମ୍ ସେଇ ହିଁ ମିର୍ଜାପୂର ବଜାରର ପୁରୁଣା ଦଜାଁ ଗକର ସିଂର ଅସଲ ନୀ ଅଫିକ୍ ଆଲମ୍ ବୋଲି ସମସ୍ତେ । ଭଳି ଭୂଲିଯାଇଛନ୍ତି ତା' ଟେଲର୍ର ଠିକ୍ ନୀ “ଚାନ୍ଦ୍ ଟେଲର୍ ବୋଲି। ଯଦିଓ କେବିନ୍ ଆଗରେ ପୂଂ କଳକ୍କିଲଗା “ଚାନ୍ଦ୍ ଟେଲର୍ ଲେଖା ଵୋ ଆଜିବି ଲଟକିଛି ତ କାହାକୁ ପଚାରିଲେ କେହି କହିପାରିବେ ନାହିଁ ମିର୍ଜାପୁର ବଜାରରେ `ଚାନ୍ଦ୍ ଟେଲର୍' କେଉଁଠି ? ସମସ୍ତେ ଜାଣନ୍ତି ମିର୍ଜାପୁର ଅଞ୍ଚଳର ସବୂଠାରୂ ଭଲ ଓ ପୂରୁଣା ଟେଲର୍ ଯେଉଁଟା ମିର୍ଜାପୂର ବଜାରର ପୂରୂଣା ମାର୍କେଟ୍ ବରଗଛ ପାଖରେ ତ୍ରିନାଥ ମନ୍ଦିର କଡ଼କୁ ଅଛି ସେଇଟୀ 'ଗକର ସିଂ' ଟେଲରା| ଆଉ ଏ କଥା ବି ସମସ୍ତେ ଜାଣନ୍ତି ସିଲେଇ ମାଷ୍ଟର ଗକ୍ତର ସିଂର ବାପା କରିମ ମିଆଁ ସିଲେଇରେ ଯେମିତି ଏକ ନମ୍ବର ଥିଲା ତା' ପୁଅ ଗଜର ବି ସେମିତି ସିଲେଇରେ ଏକ ନମ୍ବରା କପଡ଼ା ଏକାଥରେ ଏମିତି କାଟିବ ଏମିତି ସିଲେଇ କରିବ ଦେହକୁ ପୂରା ଫିଟା ତାକୁ ଭଲ ଏମ୍ବୋଇଡରି କାମ ବି ଜଣା।
ସେଇ ସିଲେଇ ମାଷ୍ଟ୍ରେ ଗଜର ପୁଣି କୂର୍ତ୍ା ଦିଂଟା ସିଲେଇ କରିବାରେ ଭୃଳଲ୍ କେମିତି କରିଦେଲା। ନା, ତା'ର ବିଶ୍ବାସ ହୁଏ. ନାହିଁ ତାକୁ ଲାଗେ ସେ ସେମିତି କିଛି ଭୂଲ୍ କରିନାହି। କାହାକୁ ଗୋଡ଼ ଠାରୁ ମୁଣ୍ଡ ଯାଏ ଥରେ ଖାଲି ଦେଖିଦେଲେ ଗକର ତା' ଦେହର ଠିକ୍ ମାପ ଜାଣିଦିଏ। ଏମିତି ବି କେତେ କେତେ ଉଦାହରଣ ଅଛି କେବେ ଦେଖି ନ ଥିବା ଲୋକ ପାଇଁ ତା' ଭଳି ଦେଖାଯାଉଥିବା ଅନ୍ୟ ଲୋକକୁ ଦେଖି ଡ୍ରେସ୍ ତିଆରି କରିଛି, .ସାବାସି ବି ନେଇଛି। ସେ କଂଣ ସାମାନ୍ୟ କୂଉାଁ ' ଦି'ଟା ସିଲେଇ କରିବାରେ ଭଲ୍ କରିଦେବ। ବିଶ୍ଵାସ କରିପାରେନା ଗଜରା କୁହେ- “ନା, ଏ କୋଇ ଗଲତି ନେହିଁ ହେ”
ରମଜାନ ମାସ ଶେଷ ସପ୍ତାହା ଦିନେ ସନ୍ଧ୍ୟାରେ ନଫରୂଳ୍ ଅହଜ୍ଜଦ ଗଜର ସିଂ ଟେଲର୍କୁ ଆସିଲା| ଇଦ୍ ପାଇଁ ନୂଆ କୂର୍ତାଟିଏ ତିଆରି କରିବା ପଇଁ ହାଲୂକା ଗୋଲାପୀ ରଇଂଂର କପଡ଼ା ଦେଇ ଗଲା। ସଂଯୋଗ ବଶତଃ ତାଂ ଠିକ୍ ପରଦିନ ସକାଳେ ନରହରି ଦାଶ ସମାନ ରଙ୍ଗର କପଡ଼ାର କୁର୍ତାଟିଏ କରିବା ପାଇଁ ଗତ୍ଦର ସିଂ ଟେଲର୍ରେ ଦେଇଥିଲା। ଗକର ସେମାନଙ୍କ ମାପ ରଖିଲା। କୂର୍ତା ନେବାର ତାରିଖ ନଫରୁୂଲ୍ର ଯେଉଁଦିନ ଥିଲା ତାଂ ପରଦିନ ନରହରିର ଥିଲା।
ତାରିଖ ହିସାବରେ ସେମାନେ ବି ତାଙ୍କ ତିଆରି ହେଇଥିବା କୁର୍ତା ନେଇଗଲେ ନରହରି କୂରା ନେବାର ଦିନକ ପରେ ଇଦ୍ ଥାଏ। ସେଦିନ ଅପରାହ୍ଣରେ ନରହରି ନେଇଥିବା କୂର୍ତା ଧରି ଗକର ସିଂ ଟେଲର୍କୂ ଆସିଲା। ଗକର ଇଦ୍ ନମାଜ ସାରି ତା' ଟେଲର୍ ଦୋକାନରେ ଖୁସିମନରେ ବସିଥାଏ। ନରହରି ଗକରକୁ ଇଦ୍ _ମୂବାରକ୍ ଜଣେଇଲା ପରେ କହିଲା-
““କୁର୍ତାରେ ଗଡ଼ବଡ଼ି ଅଛି, ମୋ ଦେହକୁ ଠିକ୍ ହେଉନାହିଁ! ଛାତି ଟାଇଟ୍, ଦେହରେ ଠିକ୍ରେ ଗଳୁନାହିଁ। ଲମ୍ବା ବଡ଼ ହେଉଛି।” ଗକର କହିଲା- “' ନାମୂମ୍କିନ୍, ଏମିତି କେବେ ହେବ ନାହିଁ!” ଗକର ସାମ୍ନାରେ ନରହରି କୂରା ' ପିନ୍ଧି ଦେଖେଇଲା। ସତକୁ ସତ କୂର୍ତା ତା ଛାତିରେ ଠିକରେ ଗଳିଲା ନାହିଁ। ଗଜର କୂର୍ତା ନେଇ ଚେକ୍ କଲା ଓ ସନ୍ଦେହ କଲା- ସମାନ ରଙ୍ଗ ହେତୁ ନଫରୂଲ୍ କୁର୍ତା ସହ ବଦଳ ହେଇଯାଇନି ତ। ହେଇଯାଇଥିଲେ ହେଇଯାଇଥିବ, ତେଣୁ ଭାବିଲା ନଫରୁୂଲ୍ ଠାରୁ ବୁଝିନେବ ଆଉ ଯଦି ସେମିତି ହେଇଥାଏ ତେବେ ଦୁହିଁଇଂ କୁର୍ତାା ବଦଳେଇଦେବା ନଫରୃୂଲ୍କୁ ଫୋନ୍ ଲଗାଇଲା। ନଫରୂଲ୍ ସେତେବେଳେ ବଜାରର ଶେଷମୂଣ୍ଡରେ ଥିବା ମସଜିଦ୍ରୁ ଇଦ୍ ନମାଜ ସାରି ଫେରୂଥାଏ। ନଫରୂଲ୍ ଗକର ସିଂ ଟେଲର୍କୂ ସେଇ ଗୋଲାପୀ ରଙ୍ଗର କୂର୍ତା ପିନ୍ଧି ଆସିଲା। କର୍ତା ଫିଟିଙ୍ ବିଷୟରେ ପଚାରିବାରୁ କହିଲା- '“ସିନା ଲୂଜ୍ ହୋ ରହା ହୌ''' ଗକର ପଚାରିଲା- ''ଲମ୍ବାଇ ? „
- ଲମ୍ବାଇ ଠିକ୍ ହେଁ। ଲେକିନ୍ ସିନ଼ା ଲୂଜ୍| ଇଦ୍ ଥା, ମେ ଠିକ୍ସେ ଦେଖା ଭ ନେହ, ପେହନ୍ କର୍ ମସଜିଦ୍ ଚଲା ଗିଆ।
ଗଜ୍ଜର ନଫରୂଲ୍କୁ କୁର୍ତା ଖୋଲି ଦେବା ପାଇଁ କହିଲା ଓ ତା' ମାପ ଖାତାରୁ ଦୂଇଟା କିନ୍ତୁ, ଏମିତି ହେଲା କେମିତି ହ ତା' ଆଖି ତାକୁ ଧୋକ୍ରା ଦେଲା କେମିତି ¢ ବର୍ଷ ବର୍ଷ ଧରି ସେ ଯେଉଁ ଫିତା, ସ୍ଟେଲ୍, ଚକ୍, କତୁରି ଧରି ସିଲେଇ କାମ କରି ଜୀବିକା କରୁଛି ସେଇ ଫିତା, ସ୍ଫେଲ୍, ଚକ୍, କତୂରି, ଛୁଞ୍ଚି, ସୂତା ଭୂଲ୍ କଲେ କେମିତି?
ଗଜରର ସମାଧାନର ସୃତ୍ରଟିଏ ବାହାର କଲା। ଜଣକର କୂର୍ତ୍ତାର ଛାତି ଟାଇଟ୍ ଓ ଅନ୍ୟ ଜଣଙ୍କର ଛାତି ଢିଲା, ଦୂଇଟା କୂଉ୍ତାର ଲମ୍ବା ଏକା ଅଛି। ତେଣୁ ନଫରୂଲ୍ ପାଖରେ ଯେଉଁ କୂର୍ତା ଅଛି ତା'ର ଲମ୍ବା ଟିକେ କମେଇଦେଲେ ନରହରିକୁ ଠିକ୍ ହେଇଯିବ ଏବଂ ନରହର ପାଖରେ ଯେଉଁ କୂର୍ତା ଅଛି ନଫରୁୂଲ୍କୁ ଠିକ୍ ହେବା ସେ ନଫରୁଲ୍ର କୁର୍ତା ନରହରିକୁ ପିନ୍ଧିବା ପାଇଁ କହିଲା। ନରହରି ଟିକେ ସମୟ ବୂପ୍ ରହି କହିଲା- “ଏ କେମିତି କଥା ଗ୍ର ଭାଇ, ନଫରୁୂଲ୍ ପରା ସେ କୂର୍ତା ପିନ୍ଧି ନମାଜ ସାରି ଫେରିଲାଣି। ସେ କୁର୍ତା ମୁଁ କେମିତି ପିନ୍ଧିବି। ମୁଁ କ'ଣ ତାକୁ ଘରକୁ ନେଇ ପାରିବି ନା ବ୍ୟବହାର କରିପାରିବି।"' ଗକର ଚିନ୍ତିତ ଦିଶିଲା। ନରହରି ହାତରୁ ତା' କୁର୍ତା ଆଣି ନଫରୂଲ୍କୁ କହିଲା- 'ଲୋ ଇସ୍କୋ ପେହେନୋ ତୋ।'' ନଫରୂଲ୍ କହିଲା- “କ୍ୟା ବାତ଼ କର୍ ରହେ ହେଁ ଭାଇଜାନ୍ ¢ ମେ କୈସେ ଉନ୍କା କୁର୍ତା ପେହେନ ସକତା ହୁଁ। ଉସକୋ ତୋ ଓ କରୁର ପେହେନ୍ କର୍ ନାପା ହୋଗା। ମେଁ ଉସେ ପେହେନ୍କର ମସଜିଦ କୈସେ ଯା ସକତା ହୁଁ ?”
ଗକରର ବୀ ହାତରେ ନଫରୁୂଲ୍ ଓହ଼େଇ ଦେଇଥିବା କୁର୍ତା। ଡାହାଣ ହାତରେ ନରହରି ଓହ୍େଇ ଦେଇଥିବା କୂର୍ତା। ଦୁଇହାତରେ ଧରିଥିବା ଦୁଇଟା କୂର୍ତାକୁ ଗଜର ଚାହିଲା। ଥରେ ନଫରୁଲ୍ର ଚାହିଁଲା। ଥରେ ନରହରିର ମୁହଁକୁ ଚାହଲା। ପଚାରିଲା- “କପଡ଼ାକୁ କ'ଣ ଧର୍ମ ଜଣା ଥାଏ। କୂର୍ତାକୁ ଥରେ ପିନ୍ଧିଦେଲେ ସେ କ'ଣ କୌଣସି ନିବିଷ୍ଟ ଧର୍ମର ହେଇଯାଏ ?”'
ନରହରି କହିଲା- “ନ ଜାଣିବା କଥା ଅଲଗା। ମୋ ଆଖି ଆଗରେ ଯେତେବେଳେ ଦେଖିଲଣି ସେଇଟା ତା! କୁତ୍ତା, ମୁଁ ମୋ ଭାବନା ସହ କେମିତି ଖେଳି ପାରିବି ହ ପିନ୍ଧିଦେଲେ ବି ମନ ବାରିବା''
ନଫରୁୂଲ୍ କହିଲା- '“ନା ଭାଇଜାନ୍, ମାଫ୍ କରୋ ମୈଁ ଲେ ନେହିଁ ସକତା ମୈଁ କୂର୍ତା ଆପ୍କା ପାସ୍ ଛୋଡ଼ ଦେତା ହୁଁ।”
ଗକ୍ର ଦୁଇଟା କୁର୍ତା ଭିତରେ ନଫରୁଲ୍ କୁର୍ତା ଯେଉଁଟା ତାକୁ ଢିଲା ହେଉଛି, ନରହରି _ କୁର୍ତା ଯେଉଁଟା ତାକୁ ଟାଇଟ୍ ହେଉଛି ମରାମତି କରି ଠିକ୍ କରି ଦେଇପାରିବ ବୋଲି ଭାବିଲା। ନଫରୁୂଲ୍କୂ କହିଲା- “ଠିକ୍ ହେ କୂର୍ତ୍ତା ଛୋଡ଼ଦୋ, ଥୋଡା ଟାଇଟ୍ କରଦୁଙ୍ଗା କାଲ୍ ଆକେ ଲେ ଲେନା।”
ନଫରୂଲ୍ ଗକର ସିଂର ବୀ ହାତର କୂର୍ତ୍ତାକୁ ଆଙ୍ଗୁଠି ବଢ଼େଇ କହିଲା- '“ଭାଇଜାନ୍ ଉସକୋ ଲେନେକା ସବାଲ୍ ତୋ ନେହିଁ ଉଠ ରହା ହେଁ। ମେଁ ହଡବଡିମେ ଠିକ୍ ସେ ଦେଖା ନେହିଁ ଥା। ଉସକା ବକ୍ରମ ଦେଖିଏ - ଏମ୍ବୋଇଡେରି ଓଁ ସ୍ଵସ୍ତିକ ବନା ହୁଆ ହୈ ମେଁ କୈସେ ଉସକୋ ପେହନ ସକତା ହୁଁହ ନେହିଁ ଲୁଁଗା। ଛୋଡ଼ ଦେତା ହୁଁ। ମେରେକୋ ଏକ ଦୁସରା ନୟା _ ବନାକେ ଦିଜିଏଗା।”' ଏଥର ଗଚ୍ଚର ନରହରିକୁ ଚାହିଁ କହିଲା- “କୁର୍ତା ଛାଡ଼ିଯାଅ ଛାତି ସିଲେଇ ଖୋଲି ମୁଁ ଢିଲା କରିଦେବି। ଲମ୍ବା ଛୋଟ କରିଦେବି। କାଲି ଆସି ନେଇଯିବା''
ଗକ୍କର ହାତରୁ ନରହରି କୁର୍ତା ନେଇ ବକ୍ରମ ଦେଖିଲା। କହିଲା- “ଗ୍ର ଭାଇ, ଦେଖ ଏଥିରେ ତ ଏମ୍ବୋଇଡେରି ଚାନ୍ଦତାରା, ମସଜିଦ୍ ଚିତ୍ର ହେଇଛି। ୟାକୁ ମୁଁ କେମିତି ପିନ୍ଧି ମନ୍ଦିର ଯାଇପାରିବି। ମୁଁ ଏ କୁତ୍ତା ନେବିନାହିଁ। ଅଲଗା କୂର୍ତା ତିଆରି କରି ମୋତେ ଦେବା ନଫରୂଲ୍ ଗଜର ପାଖରେ କୂର୍ତ୍ତା ଛାଡ଼ିଦେଇ ଖାଲି ଦେହରେ ଚାଲିଗଲା। ନରହରି ବି ଗଜ୍ଦରକୁ କୁର୍ତା ଦେଇ ଚାଲିଗଲା।
ଗ୍ର ଢେର୍ ସମୟ ଯାଏଁ ଚୁପ୍ ହେଇ ବସିରହିଲା। ଭାବିଲା ଦୁଇଟା କୁର୍ତାର ବକ୍ରମର ଏମ୍ବୋଇଡେରି ସେ ଖୋଲିଦେଇ ପାରନ୍ତା। ଗୋଟଏରୁ ଖୋଲିଦିଅନ୍ତା ସୂତାରେ ତିଆରି ଚାନ୍ଦ ତାରା, ମସଜିଦର ଚିତ୍ର ଅନ୍ଯଟିରୁ ଖୋଲିଦିଅନ୍ତା ଓଁ ସ୍ଵସ୍ତକ୍ର ଚିତ୍ରା ପୁଣି ଥରେ ଠିକ୍ କରି ତିଆରି କରିପାରନ୍ତା। କିନ୍ତୁ ନଫରୂଲ୍ କ'ଣ ମାନିନେବ ¢ ନରହରି କ'ଣ ମାନିନେବ ¢ ଯେଉଁ ମନ ଭିତରେ ଧର୍ମର ଭାବନା ଅଡ଼ୁଆ ଧରି ସାରିଛି, ସେ ସଜାଡ଼ି ହେବା କ'ଣ ସହଜ!
ଗକର ଭାବୁଛି ଏ ଏମ୍ବୋଇଡେରି ଖୋଲି ପୁଣି ଚିହ୍ନ ବଦଳେଇ ଅଲଗା କୂର୍ତ୍ତାରେ ଅଲଗା ଏମ୍ରୋଇଡେରି କଲାପରେ କୂର୍ତା ଭିତରୂ ନଫରୂଲ୍, ନରହରି ପୁଣି ଧର୍ମର ଚିହୁ ଖୋଜିବେ। କହିବେ- ଭାଇଜାନ୍କା ଏ ନେହି ଚଲେଗୀ। ଏଥିରେ ଧର୍ମର ସବାଲ୍ ଅଛି।
ଗ୍ର ଭାବେ, ଠିକ୍ ଅଛି ସେ ସେମାନକ' କୂର୍ତା ତିଆରି କରି ତାଙ୍କୁ ଫେରେଇବା କିନ୍ତୁ କେମିତି? କେଉଁଠୁ କେମିତି ଯୋଗାଡ଼ କରି ନଫରୁୂଲ୍ ନରହରି ପାଇଁ ସେ ନୂଆ କୂର୍ତା ତିଆରି କରିପାରିବ। ବ୍ରାଣ୍ଡେଡ଼ ଯୁଗରେ କପଡ଼ା ସିଲେଇ କରି ପିନ୍ଧିବା ବହୁତ କମିଗଲାଣି। ତାଂ କାମଧନ୍ଦା ବି କମିଗଲାଣି। ନୂଆ କୁର୍ତା ଦୁଇଟାର ଖର୍ଚ୍ଚ କେମିତି ଉଠେଇ ପାରିବ ସେ?ହ ବସିବା ଜାଗାରୁ ଉଠିଲା। ହଉ ଦେଖାଯିବ ଭାବି ଦୁଇଟା ହ୍ୟାଇଂଂରରେ କୂର୍ତା ଦୁଇଟାକୁ ସାମ୍ନା କାଛର କଣ୍ଟାରେ ଟାଇଇଂଦେଲା ଖୁବ୍ ପାଖାପାଖି।
ଗବ୍ଦର ବୂଢ଼ା ହେଇଗଲାଣି। ବାଳ ପାଚି ସମ୍ପୂର୍ଣ୍ଣ ଧଳା, ଦାଢ଼ି ଧଳା, ଆଖିରେ ମୋଟା କାଚର ଚଷମା, ପ୍ଥୁଳ ପେଟ ଆଣ୍ଠୁଗଣ୍ଠି ବାତ ପାଇଁ ବସିବା ଜାଗାରୂ ଉଠିବା ବେଳେ ଆଶ୍ରା ଦରକାର ପଡ଼ିଲାଣି। ଗକରର ଦେହ ଉପରେ ବୟସ ନଭଟିଏ ବହିଗଲା ପରି ବହିଗଲାଣି ଖୁବ୍ ଦୂର ଯାଏ। ବହିଯାଇଥିବା ଠିଆହେଇ ଗଜ୍କର ଖୁବ୍ ଦେଖିଛି ଜାତି ଜାତି ଭିତରେ, ଧର୍ମ ଧର୍ମ ଭିତରେ ବାଦବିବାଦ ହଣାକଟା କେତେ କ'ଣ ଧର୍ମ ଶାନ୍ତିର ବାଟ ଦେଖାଏ କିନ୍ଧୁ ଆଜି ଧର୍ମର ଦ୍ଵାହି ଦେଇ ମଣିଷ ହେଇଛି ହିଂସାଖୋରା
ମିର୍ଜାପୁର ବଜାର ଛୋଟରୁ ବଡ଼ ହେଇଛି। ଦିନେ ସେ ଅଞ୍ଚଳର ଅଭାବ ଅନଟନ ଭିତରେ ଶଢୁଥିବା ମଣିଷ ଚଳିବାରେ ସ୍ଵଚ୍ପଳ ହେଇଛି। କିନ୍ତୁ କେମିତି ଧୀରେ ଧୀରେ ଅସ୍ଵଚ୍ଷଳ ହେଇଯାଇଛି ବାତାବରଣ, ମଣିଷର ମାନସିକତା। ପ୍ରତିବର୍ଷ ରାମନବମୀରେ ମୁକୁନ୍ଦପୁରରୁ ମିର୍ଜାପୁର ବଜାର ଦେଇ ମଇଂରାଜପୁର ଯାଉଥିବା ପଟୁଆରର ରାମଭକ୍ତମାନବ୍ଦ ପାଇଁ ମସଜିଦ୍ ଛକରେ ଯେଉଁ ଦହି ସରବତ ବ୍ୟବସ୍ଥା କରାଯାଉଥିଲା, ତିନିବର୍ଷ ହେଲାଣି ମସଜିଦ୍ କମିଟି ବନ୍ଦ କରିଦେଇଛି। ଗକର ସିଂ ଟେଲର୍ ପାଖରେ ଥିବା ତ୍ରିନାଥ ମନ୍ଦିର କାହିଁ କେତେଦିନର ପୁରୁଣା ମନ୍ଦିରା ଯେତେବେଳେ ମନ୍ଦିର ତିଆରି ହେଇଥିଲା ଚାନ୍ଦା ଆଦାୟ, ଖର୍ଚ୍ଚର ହିସାବ ସବୁ ଗଜ୍କର ହାତରେ କରିଥିଲା। ମନ୍ଦିର କମିଟିର ସଦସ୍ୟ ରହି ମନ୍ଦିର ପାଇଁ ଖୁବ୍ କାମ ସେ କରିଛି। ତାକୁ ଜଣାନାହିଁ କାହିଁକି ହଠାତ ମନ୍ଦିର ସଂକ୍ରାନ୍ତୀୟ କୌଣସି ଆଲୋଚନାରେ ତାକୁ ଆଉ ସାମିଲ କରାଗଲା ନାହିଁ! କାହିଁକି ତାକୂ ତ୍ରିନାଥ ମନ୍ଦିର ପୂଜା କମିଟିରୂ ବାହାର କରିଦିଆହେଲା। ଗଜର ଏ ସବୁ ଦେଖିଛି, ସହିଛି, ତଥାପି ତା' ଜାଗାରେ ବୂଢ଼ା ବରଗଛ ପରି ଠିଆହେଇଛି ସେମିତି ନିର୍ବିକାର। ବଜାରର ଗୋଟିଏ ପାଖରେ ଥିବା ତ୍ରିନାଥ ମନ୍ଦିରର ସଞ୍ଜ ଆଳତିର ମନ୍ତ୍ର, ଡାକବାଜି ଯନ୍ତ୍ରରେ ଖେଳେଇ ହେଇଯାଏ ସାରା ମିର୍ଜାପୁର ବଜାରର ପବନରୋ। ଆରପଟରେ ଯୁବା ମସଜିଦ୍ର ନମାଜ ଆଜାନ୍ ଡାକବାଜି ଯନ୍ତ୍ରରେ ଖେଳେଇ ହେଇଯାଏ ସେଇ ସମାନ ପବନରୋ ପବନ କିଛି ବାରଣ କରେ କିହ ପ୍ଥିକ୍ କରେ କି କିନ୍ତୁ ଗକର ବୁଝିପାରେନା କାହିଁକି କେଉଁ ବାରଣ ପାଇଁ ସେଦିନ ପ୍ଥକ୍ ହେଇ ଦୁଇଟା ଶୋଭାଯାତ୍ରା ବାହାରିଲା ମିର୍ଜାପୁରରେ। ହଜାର ହଜାର କିଲୋମିଟର ଦୂରରେ ପୂଲବାମାରେ ଆତକ୍କବାଦୀ ଆକ୍ରମଣର ସହିଦ ହେଲେ ଦେଶର ଯବାନା। ସହିଦମାନଙ୍କ ପାଇଁ କ୍ୟାଣ୍ଡଲ୍ ଶୋଭାଯାତ୍ରା ମିର୍ଜାପୁର ବଜାରରେ ବାହାରିଲା। ମିର୍ଜାପୁର ବଜାରର ଠିକ୍ ମଝିରେ ଅଟଲ ଛକ ହିନ୍ଦୁମାନଙ୍କ ଶୋଭାଯାତ୍ରା ତ୍ରିନାଥ ମନ୍ଦିର ପଟୁ ଆସିଲା। ମୂସଲମାନମାନ୍କଂ ଶୋଭାଯାତ୍ରା ମସଜିଦ୍ ପଟୁ ଆସିଲା। ସମସ୍ତେ ଅଟଲ ଛକର ମଣ୍ଡପରେ କ୍ୟାଣ୍ଡଲ୍ ଲଗେଇ ନିରବ ପ୍ରାର୍ଥନା କଲୋ ସେ ଦୃଶ୍ୟ ଦେଖି ଗଜର ଭାବିଛି, ଏ ଦୁଇଟା ଅଲଗା ଅଲଗା ଶୋଭାଯାତ୍ରା ମିଶି ଯଦି ଗୋଟିଏ ହେଇଥାନ୍ତା, ତେବେ କେତେ ଲମ୍ବା ଆଉ ସୁନ୍ଦର ଦିଶି ନ ଥାନ୍ତା। ଗକର ସେଦିନ ସାମିଲ ହେଇପାରି ନ ଥିଲା ସେ ଶୋଭାଯାତ୍ରାରେ କାରଣ ବୋଧହୁଏ ବାଛିପାରି ନ ଥିଲା ସେ କେଉଁପଟରୁ କ୍ଯାଣ୍ଡେଲ୍ ଧରି ଚାଲିବା ଉଚିତା କେବିନ୍ ବନ୍ଦ କରି ଠିଆ ହେଇ ରହିଥିଲା ତା' କେବିନ୍ ସାମ୍ନାରେ ମିର୍ଜାପୁର ବଜାରର ଆଉ ଜଣେ ଯିଏ ଶୋଭାଯାତ୍ରାରେ ସାମିଲ ହେଇ ନ ଥିଲା ସେ ହେଉଛି ଗକର ସିଂ ଟେଲର୍ ସାମ୍ନାରେ ଥିବା ବୁଢ଼ା ଚା' ଦୋକାନୀ ଗଜରର ସାଙ୍ଗଂ ଘନଶ୍ୟାମା ଘନଶ୍ୟାମ ତା' ଚା' ଦୋକାନ ବନ୍ଦକରି ଗଜ୍ର ପାଖକୁ ଆସି ଠିଆ ହେଇଥିଲା ନିରବରୋ ନିରବ ପ୍ରାର୍ଥନାରେ। ଅନୁଢଚାରିତ ମନ୍ତ୍ରର, ଅସମର୍ପିତ ପୂଷ୍ଠାଞ୍ଜଳିର ଅପ୍ରକଟିତ ଆଦାବର ସେ ନିରବ ପ୍ରାର୍ଥନା ବୋଧହୁଏ ପଲିସ୍ ମାରିବାକୁ ଚେଷ୍ଟା କରୁଥିଲା ଘୃଣଖିଆ ସଦ୍ଭାବନାର ଆଶାବାଡ଼ିରୋ ଗଜ୍ଜରକୁ ଯିଏ ଦେଖିଛି ଯିଏ ତାଂ” ସହ ମିଶିଛି, ଜାଣିଛି ଗଜର ଜଣେ ଖୁସି ମିଞ୍ଜାସର ଲୋକା ସବୁବେଳେ ହସ ହସ ମୂହାଁ। ବୁଢ଼ା ବୟସରେ ବି ବେଳେବେଳେ ସିଲେଇ ମେସିନ୍ର ଘର୍ ଘର୍ ଚକା ବନ୍ଦ କରିଦେଇ, ମେସିନ୍ରୁ ମୂହଁ ଉଠେଇ ଯିବାଆସିବା ଲୋକକୁ ଶୋଲେ ଫିଲ୍ମର ଡାଇଲଗ୍ କୁହେ- “କିତନେ ଲୋଗ୍ ଥେଂରେ କାଲିଆ।” ମୋଟା ଚଷମା ଫାଙ୍ଗରୁ ଅନେଇ, ଦାନ୍ତ ପଡ଼ିଯାଇଥିବା ପାଟି ମେଲେଇ ଗଜ୍ଚର ସିଂ ଠାଣିରେ ହସେ ଖୁବ୍ ଗୋଟିଏ ହସା ସମସ୍ତଙ୍କୁ ସେ ନିଜର ଭାବେ ବା ଭାବିଆସିଛି। ଦେଖୁ ଦେଖୁ କାହାକୂ ହସ ହସ ମୂହଁରେ ପଚାରିନିଏ- “ଜୟ ଜଗନାଥ, କେମିତି ଅଛ ଭାଇ ?”' ତ କାହାକୁ ପଚାରିନିଏ- ““ଅସ୍ସଲାମୁ ଅଲୈକୁମ୍ କୈସେ ହୋ ଭାୟା?" କିନ୍ତୁ ଯେବେଠାରୂ ନଫରୁଲ୍ _ ଆଉ ନରହରି ସେମାନଙ୍କ କୁର୍ତା ଭୂଲ୍ ହେଇଛି କହି ଫେରେଇଦେଇ ଚାଲିଗଲେ ସେବେଠାରୁ ଗଜର ଆଗଭଳି ଆଉ ମନଖୋଲା ହସ ହସିପାରେ ନାହିଁ। ହସିଦେଲେ ହସିଦିଏ ଗଛରୂ ଶୂଖୁଲା ପତ୍ରଟିଏ ଖସି ପଡ଼ିବାର ଠପ୍ ଶବ୍ଦ ପରି ହଠାତ୍ବ ନିରୂଦ୍ଦିଷ୍ଟ ହେଇଯାଉଥିବା ଗୋଟିଏ ଅସହାୟ ଶବ୍ଦର ହସ। ବେଳେବେଳେ ବସିବା ଜାଗାରୁ ଉଠି କେବିନ୍ ପଟା କାବ୍ଛରେ ଟଙ୍ଗା ହେଇଥିବା ସେଇ ହାଲୁକା ଗୋଲାପୀ କୂର୍ତ୍ା ଦୁଇଟାକୁ ଚାହିଁ ରୂହୋ ପାଖକୁ ମୁହଁ ନେଇ ପଚାରେ- “ତୁ ଆଳା ନା ଜଗନ୍ନାଥ ?”' “ତୁ ହିନ୍ଦୁ ନା ମୂସଲମାନ ? ହ” ତା'ପରେ ପାଖାପାଖି ଟଙ୍ଗା ହେଇଥିବା ଦୁଇଟା କୁର୍ତାର ଗୋଟିଏ ଗୋଟିଏ ହାତ ପରସ୍ତ୍ରରର କାନ୍ଧ ଉପରେ ରଖିଦେଇ ହସିଦିଏ ମେଘ ଆକାଶର ପାଉଁଶିଆ ତାରା ଆଲୁଅ ପରି ନିଷ୍ଟ୍ମୁଭ ଗୋଟିଏ ମଳିନ ହସା _ ଗୋଟିଏ କାରଖାନାରେ ତିଆରି ହେଇଥିବା କପଡ଼ାର ଗୋଟିଏ ସ୍ଥାନରେ ଗୂଡ଼ାହେଇଥିବା ଶହେ କି ଦୁଇ ଶହ ମିଟର କପଡ଼ାର କଣ ମିଟର ମିଟର ହିସାବରେ ଅଲଗା ଅଲଗା ଧର୍ମ ଥାଏ ? ସେଇ ଗୋଟିଏ ସ୍ତାନରୂ କପଡ଼ା କାଟି ସିଲେଇ କରି ଦେହରେ ଢାଙ୍କିଦେଲେ କପଡ଼ାର ନିର୍ଦ୍ଦିଷ୍ଟ ଧର୍ମ କେମିତି ହେଇଗଲା ?
ଛ' ସାତ ଦିନ ଛାଡ଼ି ନଫରୂଲ୍ ଆସେ, ଛ' ସାତ ଦିନ ଛାଡ଼ି ନରହରି ଆସେୋ। ସେମାନେ ସେମାନଙ୍ଗ କୁର୍ତା ମାଗନ୍ତି ଗଳର ଆଉ ଗୋଟିଏ ତାରିଖ ତାଙ୍କୁ କୂହୋ ଆଉ ଗୋଟିଏ ତାରିଖରେ ଆସିଲେ ପୂଣି ଆଉ ଗୋଟିଏ ତାରିଖ। ବାରମ୍ବାର ଫେରିବା ପରେ ନଫଗୃଲ୍, ନରହରିର କୂର୍ତା ମାଗିବାର ଭାଷା, ଭାବ ଓ ମାଗିବା ସ୍ଵବରର ଉଚ୍ଚତା ଧୀରେ ଧୀରେ ବଦଳେ ଓ ଧମକିରେ ରୂପାନ୍ତରିତ ହୁଏ। ଦିନେ ନଫରୁୂଲ୍ ବଡ଼ ପାଟିରେ ଧମକି ଦେଲା- “ ଅଚ୍ଛା ସେ ନେହିଁ ହୋ ରହା ହୈ ତୋ ବୂରା ଭି ମେଁ କର ସକତା ହୁଁ।'' ଚଢ଼ାଗଳାରେ ନରହରି କହିଲା- “କୁର୍ଭା ପାଇଁ କ'ଣ ବର୍ଷ ବର୍ଷ ଧରି ତମ ପାଖକୁ ଚାଲୂଥିବି ନା କ'ଣ। ମୋ କୂର୍ତା ମୋତେ ଆଜି ଦରକାର, ଏବେ |
ହୋ ହାଲ୍ଲା ଶୁଣି ଆଖପାଖ ଦୋକାନୀ ଓ ବଜାରର କିଛି ଲୋକ ଜମାହେଲେ। ଭିଡ଼ ଭିତରୂ କେହି ନଫଗୂଳ୍, ନରହରିକୁ ବୁଝାସୁଝା କରି ଗକର କହିବା ହିସାବରେ ସପ୍ତାହେ ପରେ ଆସିବାକୁ କହି ଫେରେଇଦେଲୋ। ଗଜର ଜମାହେଇଥିବା ଲୋକମାନଙ୍କ ମୁହଁକୁ ଚାହିଁ ଦେଖିଥିଲା ତା' ପ୍ରତି - ଦୟା, ଅବଜ୍ଞା, ଘ୍ଣା, ସହାନୁଭୂୃତିର ଭିନ୍ନ ଭିନ୍ନ ଦୃଷ୍ଟି ଓ ଶୃଣିଥିଲା ତା ବିରୋଧରେ ପ୍ରତିବାଦ - ଭୂଲ୍ ତ କରିଛ, ଅଯଥା ଝାମେଲାରେ କାହିଁକି ପଶୁଛ ¢ ନୂଆକୂୁର୍ତା କରି ସେମାନଙ୍କୁ ଦେଇଦେଉନା।
ତା'ପରେ ଟେଲର୍ ସାମ୍ନାରୂ ଗହଳି ଧୀରେ ଧୀରେ ଫାଙ୍ଟ୍ା ହେଇଥିଲା। ଫାର୍ଗା ହେଇଥିଲା ଗଜର ସିଂ । ଏତେବଡ଼ ମିର୍ଜାପୁର ବଜାରରେ ଆତାଯାତ ଏତେ ଜନଗହଳି ଭିତରେ ନିଜକୁ ବିଲକୂଲ ଫାଙ୍ଗୀ ଅନୂଭବ କରିଥିଲା ଗଜରା ସେତେବେଳେ ଶୋଲେ ଫିଲ୍ମର ଡାଇଲଗ୍ କହିବା ଭାରି ନିରର୍ଥକ। ଗଜର ସ୍ରିରହେଇ ବସିଥାଏ। ମସଜିଦ୍ରୂ ମଗରିବ୍ ନମାଜ୍ର ଆଜାନ୍ ଶୂଭିଲା -
ଆଲ୍ଲା ହୁ ଆକବର, ଆଲ୍ଲା ହୁ ଆକବର
ଅଶ ହଦୂ ଅଲ୍ଲା- ଇଲ୍ଲାହା ଇଲ୍ ଲ୍ଲାହ, ଅଣ ହଦୃ ଅଲ୍ଲା- ଇଲ୍ଲାହା ଇଲ୍ ଲଲାହ
ଅଶ ହଦୃ ଅନ୍ନା ମୂହଜ୍ଞଦର ରସୁଲୁଲ୍ଲାହ, ଅଶ ହଠୂ ଅନ୍ନା ମୂହମ୍ମଦର ରସୃଲୁଲ୍ଲାହ
ହାୟା ଆଲାସ ସାଲାହ, ହାୟା ଆଲାସ ସାଲାହ
ହାୟା ଆଲାଲ ଫଲାହ, ହାୟା ଆଲାଲ ଫଲାହ
ଆଲ୍ଲା ହୁ ଆକବର, ଆଲ୍ଲା ହୂ ଆକବର
ଲା ଇଲାହ ହା ଇଲାଲ୍ଲାହ ଲା
ଗଜର ହାତ ମୁହଁ ଧୋଇ ତାଂ କେବିନ୍ ଭୂଇଁରେ ଆସନ ବିଛେଇଲା। ଆଣ୍ଠୁମାଡ଼ି ଚାର୍ ରକତ ନମାଜ୍ ଆଦା କଲା। ନମାଜ୍ ଶେଷରେ “ଅସ୍ପଲାମୁ ଅଲୈକୁମ ଓ ରହମତୂଲ୍ଲାହ। କହି ବୀ ପଟକୁ ଡାହାଣ ପଟକୁ ଜନିବ୍ ସଲାମ୍ କରି ଧୀରେ ଧୀରେ ସାମ୍ନାକୁ ମୂହଁ କରି ଆଖି ଖୋଲିଲା। ଧୀରେ ଧୀରେ ଖୋଲି ହେଉଥିବା ଆଖିକୁ ବିଶ୍ଵାସ କରିପାରିଲାନି। ଠିକ୍ ତା' ସାମ୍ନାରେ ଯେଉଁପଟରେ କୂରଉ୍ତାଁ ଟଙ୍ଗା ହେଇଥିଲା, ସେଇପଟେ ନରହରି, ନଫରୁୂଲ୍ ଦୁହେଁ ସେମାନଙ୍କ କୂର୍ତା ପିନ୍ଧି ପରସ୍ତ୍ରରର କାନ୍ଧରେ ହାତ ପକେଇ ଠିଆହେଇ ଚାହିଁ ଟିକେ ଟିକେ ହସୁଛନ୍ତ। ନରହରି କୂଉ୍ତା ବେକ ବକ୍ରମରେ ଚାନ୍ଦ ତାରା ମସଜିଦ୍ର ଏମ୍ବୋଇଡେରି ବୁଣା ଚିହ୍ନା ନଫରୂଲ୍ର କୂର୍ତା ବେକ ବକ୍ରମରେ ଓ ସ୍ଵସ୍ତିକର ଏମ୍ସୋଇଡେରି ବୁଣା ଚିହ୍ନା ଗକରର ମୁହଁ ପ୍ରସନ ଦିଶିଲା। ବୋଧହୁଏ ସେ ଏମିତି ଗୋଟିଏ ଦିନ କିମ୍ବା ମୁହୂର୍ତ କିମ୍ବା ଦୃଶ୍ଯର ଅପେକ୍ଷା କରୁଥିଲା। ନମାଜ ଆସନରୁ ଉଠି ହସହସ ମୁହଁରେ ସେମାନଙ୍କ ପାଖକୁ ଆଗେଇଲା।
ଡାକିଲା- “ନରହରି.ଚ ନଫରୁଲ୍.। 'ନଫରୂଲ୍ୀ” ତୂ ସତରେ ଫେରିଆସିଲ୍, ବୂଝିପାରିଲୁ - ଏଇ ଓଁ ସ୍ସ୍ରିକ ଚିହୁ ବକ୍ରମର କୁର୍ତା ପିନ୍ଧି ଇଦ୍ରେ ମସଜିଦ ଯାଇଛୁ ନମାଜ୍ ପଢ଼ିଛୁ। ଆଲ୍ଲା ତୋ ଉପରେ ନାରାଜ ହେଇନାହିଁ। ତ ଏବେ ପିନ୍ଧିଦେଲେ କାହିକି ହେବ। ମୁଁ ଜାଣିଥିଲି ନରହରି - ତୁ ନିଶ୍ଚୟ ଫେରିଆସିବୁ ଆଉ ତୋ ସେଇ ସୂର୍ତା ପିନ୍ଧି ଖୁସି ହେବ ଦିହିଁଙ୍କୁ ଛାତିରେ ଲଗେଇବା ପାଇଁ ହାତ ବଢ଼େଇ ଆଗକୁ ବଢ଼ିଲା।
କାହିଁ କେତେ ଦୂରକୁ ଘୃଞ୍ଚିଯାଇ ସଞ୍ଜ ଅନ୍ଧାରରେ ମିଳେଇଗଲେ ନରହରି, ନଫରୂଲ୍। ମିଳେଇଗଲା ନଫରୁଲ୍ ମୁହଁର ହସ। ମିଳେଇଗଲା ନରହରି ମୁହଁର ହସ। ହାତରେ ଧରା ଦେଲା ସେଇ ଦିଂଟା ଶୃନ୍ଯ କୁର୍ତା। ପୂଣି ଶୂଭିଲା ଘଣ୍ଟାଏ ଆଗରୂ ନଫରୂଲ୍ କହିଯାଇଥିବା କଥା- “ଅଳ୍ଲା ସେ ନେହିଁ ହୋ ରହା ହୈ ତୋ ବୂରା ଭି ମୈ କର୍ ସକତା ହୁଁ ଆପକା ପାସ ଓର କେତନା ଚଲ୍ଲ୍ଲଗା ହ ଶୁଭିଲା- ନରହରି କହିଯାଇଥିବା କଥା- ''କୁର୍ତା ପାଇଁ କ'ଣ ବର୍ଷ ବର୍ଷ ଧରି ତମ ପାଖକୁ ଆସୁଥିବି ନା କ'ଣ। ମୋ କୁର୍ତା ମୋତେ ଆଜି ଦରକାର, ଏବୋ।ଂ ଶୂଭିଲା ତା' କେବିନ୍ ସାମ୍ନାରେ ଜମା ହେଇଥିବା ଲୋକଙ୍ଗ ଚାପା କୋଳାହଳା। ଗଜର ପଛକୁ ଘୂଞ୍ଚି ଆସିଲା। ତା' କାଠ ଚେୟାରରେ ବସି ପାରିଲା ନାହିଁ। ସତୁରି ବର୍ଷ ଜୀବନ କାଳ ଭିତରେ ସେ କେବେ କାହା ସହିତ ଧୋକାବାଜି କି ବେଇମାନି କରିନି। ସଚ୍ଚା ପଠାଣ କରିମ ମିଆଁର ବଚ୍ଚା ସୋ। ଇନ୍ସାନିୟତକୁ ଖୁବ୍ ବୁଝିଛି। ସମସ୍ତଙ୍କ ଆପଣାପଣରେ ଅଫିକ୍ ଆଲମରୁ ପାଲଟିଛି ଗକର ସିଂ। ବଦଳି ଯାଇଥିବା ନୀକୁ ନେଇ ଖୁସି ହେଇଛି। ଆଜି ସେ ସାମାନ୍ୟ କୂର୍ତା ଦୁଇଟା ପାଇଁ ନରହରି ନଫରୂଲ୍ର ନଜରରେ ଧୋକାବାଜ ପାଲଟି ଯାଇଛି। ସେମାନଙ୍କୁ ନୂଆ କୂର୍ତା କରି ଦେଇପାରିନି କି ବୂଝେଇପାରିନି ସେ କରିଥିବା କୂର୍ତା ଦୁଇଟାରେ ସେମିତି କିଛି ଭଲ୍ ନାହିଁ। ସେ ଉଠିଲା। କେବିନ୍ର କବାଟ ଝଞ୍ଜିର ଲଗେଇଲା। ନମାଜ୍ ପରେ ସବୁଦିନ ଘନଶ୍ଯାମ୍ ଚାଂ ଦୋକାନରୁ ଚା' କପେ ପିଏ। ସେଦିନ ପିଇଲା ନାହା ସାଇକେଲ୍ ଧରି ଚାଲିଗଲା ଘରକୁା
ଘର ଦରଜା ଠକ୍ ଠକ୍ ଶୁଣି ରଜିଆ ଦରଜା ଖୋଲୁ ଖୋଲୁ ତାକୁ ଆଉ ଅବୁଝା ରହିଲାନି ଆଜି ସେମାନଙ୍କ ଭିତରୁ କେହି କୁର୍ତ୍ତା ପାଇଁ ଆସିଥିବେ ନିଶ୍ଚୟା ମଗରିବ ନମାଜ ପରେ ଘରକୁ ପଳେଇ ଆସିବାର କାରଣ ସେଇ କୁର୍ତା ଦିଂଟା।
ଚମକିପଡ଼ିଲା ରଜିଆ। ମୁଣ୍ଡରୁ ରକ୍ତର ଧାର ବହୁଛି। ପାଇଜାମା ଆଣ୍ଠୁ ପାଖରେ ଛିଡ଼ି ଯାଇଛି। ସେ ଛୋଟେଇ ଛୋଟେଇ ଚାଲୁଛନ୍ତି। ଧରିନେଇ, ବସେଇ ରକ୍ତ ପୋଛି ଓଁଷଧ ଲଗେଇଦେଲା। ଘରର ବାତାବରଣ ଓଜନିଆ ହେଇଗଲା ଝିଅ ରେଶମାର ଆଖି ଲୁହର ବାଷ୍ଟରେ, ରଜିଆର ଉଦାସୀ ଚାହାଣିରେ, ଗକର ଗୋଡ଼ର ମୁଣ୍ଡର ଗୂଗୁ ରୂଗୁ ଯନ୍ତ୍ରଣାରୋ। ଛଲ
ସେଦିନ ରାତିରେ ଶୋଇବାବେଳେ ରଜିଆ ଗତ୍କରକୁ ଯାହା କହିଥିଲା- ଆମେ ପଛେ ମଇନା ଦୁଇ ମଇନା କଷ୍ଟରେ ଚଳିଯିବା, ମଇନା ଦୁଇ ମଇନା ବିନା ଓଷଧରେ ରହିଯିବି, ତମେ ସେମାନଙ୍କ କୁର୍ତା ବନେଇ ଦେଇଦିଅ। ସେଇ କୁର୍ତା ଦୁଇଟାର ଚିନ୍ତାରେ ଦିନକୁ ଦିନ ତମେ ବେମାର ହେଉଛା କାହିଁ କୁଆଡ଼େ ଗଲା ତମର ସେ ହସଖୁସିର ମିଞ୍ଜାସ ? ସବୁବେଳେ ହସ ହସ ଥିବା ମୁହଁରେ ମାୟୁସି ମୁଁ ଦେଖି ପାରୁନି କି ସହି ପାରୁନି।
ରାତିର ସେ ଅନ୍ଧାର ଭିତରେ ଗଜରର କଣ୍ଠ ସ୍ବର ଶୂଭିଲା। ସେ କହିଥିଲା- ରଜିଆ ନୂଆ କୁତ୍ତା ଦି'ଟା କରି ଦେଇଦେବାର କଥା ପଢ଼ିନି। ମୁଁ ବି ଠିକ୍ ଏଇକଥା ଭାବିଛି। ଆମ ଖାଇବା: ଖର୍ଚ୍ଚରୂ କାଟି କୁର୍ତା ଦି'ଟା ପାଇଁ ପଇସା ବାହାର କରନି କି କର୍ଜ କରି କୁର୍ତା ଦୁଇଟା ବନେଇ ସେମାନଙ୍କୁ ଦେଇଦିଅନ୍ତା କିନ୍ଧୁ ମୁଁ ସେମିତି କରିପାରୂନି। ରଜିଆ, କୁର୍ତା ଦି'ଟୀ ତିଆରିବାରେ ମୁଁ କ'ଣ ସତରେ କିଛି ଗଲତି କରିଛି। ସେ କୁର୍ତା ଦି'ଟା କ'ଣ ଗଲତ ¢ ନା ନଫରୂଲୁ୍ ଓ ନରହରି ଗୋଟିଏ ଗଲତ ରାସ୍ତା ଦେଇ କୁର୍ତ୍ତା ନେବାପାଇଁ ମୋ ଟେଲରକୁ ଆସୁଛନ୍ତି। ଯଦିବି ତିଆରିରେ କିଛି ଗଲତି ହେଇଛି, ଗଲତିଟା ଭାରି ମାମୁଲି| ଯାହାର ସଂଶୋଧନ ଭାରି ମାମୁଲି କଥା କିନ୍ଦୁ ନଫରୁଲ୍, ନରହରି ଆଖିରେ ଧର୍ମର ଯେଉଁ ପରଳ ମାଡ଼ିଯାଇଛି ସେ ପରଳ ସଂଶୋଧନ କରିବାକୁ ଦେଉନି। ମୁଁ ଜାଣେ, ଯଦି ମୁଁ ସେମାନଙ୍କ ପାଇଁ ନୂଆ କୁର୍ତା ତିଆରି କରେ ତେବେ ବି ସେମାନେ ସନ୍ତୁଷ୍ଟ ହେବେନି। ଧର୍ମର ପରଳ ମଡ଼ା ଆଖିରେ ନଫରୁଲ୍, ନରହରି ସନ୍ଦେହ କରିବେ ସେମାନଙ୍କ ନୂଆ କୂର୍ତ୍ତାକୁ, ସନ୍ଦେହ କରିବେ ମୋତେ ଓ ମୋ କାରିଗରୀ ହାତକୁ କାରିଗର କି କାରିଗରୀ ଯନ୍ତ୍ରର ଆଖିରେ ଧର୍ମ ଅଲଗା ଅଲଗା ଦିଶେନା। ମେସିନ୍ରେ ଧଳା ସୃତା ପୃରେଇ ମୁଁ ଗୀର୍ଜାରେ ଯୀଶୁ ପାଇଁ ପବିତ୍ର ବସ୍ତ୍ର ତିଆରିଛି, ନାଲି ସୂତା ପୂରେଇ ମନ୍ଦିରରେ ତ୍ରିନାଥ ଠାକୁର ପାଇଁ ଚାନ୍ଦୁଆ ତିଆରିଛି, ସବୁଜ ରସଂର ସୂତା ପୂରେଇ ମସଜିଦ୍ରେ ଆଲ୍ଲା ପାଇଁ ଚାଦର ତିଆରିଛା। ସେଇ ଏକା ମେସିନ୍ଟ, ସେଇ ଏକା କାରିଗର ଗଜର ସିଂ, ଅଫିକ୍ ଆଲମ୍ା। ଆଉ ଗୋଟିଏ କଥା ଜାଣୁ ରଜିଆଂ ମୁଁ ଯଦି ସେମାନଙ୍କୁ ନୂଆ କୂର୍ତାକ କରି ଦେଇଦିଏ ତେବେ ମୋ ଅଜାଣତରେ କେଉଁଠି ନା କେଉଁଠି ମାନିନେବି ସେ ପୂରୁଣା କୁର୍ତା ଦି'ଟା ଭୂଲ୍| ତା' ଦ୍ଵାରା ପୁରୁଣା କୁର୍ତା ଦି'ଟା ପ୍ରତି ଯେଉଁ ଅନ୍ୟାୟ କରିବି, ତାହା ମୋତେ କଦାପି ବଞ୍ଚିବାକୁ ଦେବନି।
ରଜିଆ କହିଲା- ତେବେ ତମେ କାହିଁକି ସେମାନଙ୍କୁ ବାରମ୍ବାର ସାତ ଦିନକୁ ସାତ ଦିନ ନୂଆ ତାରିଖ ଦେଇଚାଲିଛହ ତମ ଉପରେ ସେମାନଙ୍କ ରାଗ ବଢୁଛି।
- ବାସ୍ ଗୋଟିଏ ଉମିଦ୍ରେ ରଜିଆ|
- କେଉଁ ଉମିଦ୍ ?
- ଉମିଦ୍ ରଖିଛି, ଦିନେ ନା ଦିନେ ନଫରୁଲ୍ ଆଉ ନରହରି ସାଙ୍ଗଂହେଇ ଠିକ୍ ରାସ୍ତା ଦେଇ ଗଜ୍ଦର ସିଂ ଟେଲର୍କୁ ଆସିବେ। ସେଇ କୁର୍ତା ଦୁଇଟା ନେଇ ପିନ୍ଧିବେ ଓ ଦୁହେଁ ଦୁହଙ୍ସଂ କାନ୍ଧରେ ହାତ ପକେଇ ହସି ହସି ଚାଲିଯିବୋ ଅନ୍ତତଃ ସେଦିନ ପର୍ଯ୍ୟନ୍ତ କୂର୍ତା ଦିଂଟା ମୋ କେବିନ୍ କାବ୍ତରେ ପରସ୍ପରର କାନ୍ଧରେ ହାତ ପକାପକି ହେଇ ଟଙ୍ଗା ହେଇଥାଆନ୍ତୁ। ସେ ଦୁହେଁ ନୂଆ କୁର୍ତା ନେବାକୁ ଆସି ଫେରିଯାଆନ୍ତୁ ପଛେ ପୂରୁଣା କୁର୍ତାକୁ ଦେଖିଯାଉଥାନ୍ତୁ। ଗାଳି କରନ୍ତୁ ପଛେ ଗକର ସିଂର ଚାନ୍ଦ୍ ଆସୁଥାଆନ୍ତୁ। ସତରେ ରଜିଅ, କୂର୍ତା ଦିଂଟା ପାଖାପାଖି ଲଟକିବାର ଦେଖିଲେ ମୋ ଦିଲ୍କୁ ସଗୁନ୍ ମିଳୋ
ରଜିଆ ଆଉକିଛି ପଚାରି ନ ଥିଲା। ତାକୁ ନିଦ ଲାଗି ଆସିଲା ବେଳକୁ ଗକରର ଯନ୍ତ୍ରଣାରେ ତା' ନିଦ ଭାଇଂଲା| ସେତେବେଳକୁ ଘରକୁ ଫେରିବା ବାଟରେ ସାଇକେଳ୍ରୁ ପଡ଼ିଯାଇ ଗକରର ଯେଉଁ ଗୋଡ଼ରେ ମାଡ଼ ହୋଇଥିଲା ବହୁତ ଫୁଲିଯାଇଥିଲା। ଯନ୍ତ୍ରଣାରେ ରାତି ପାହିଲା। ସକାଳେ ଡାକ୍ତରଖାନା ଯିବାରୁ ଜଣାପଡ଼ିଲା ଡାହାଣ ଗୋଡ଼ ଲିଗାମେଣ୍ଟ ଟିଅରା ଆଜିକୁ ଗଜର ସିଂ ଓରଫ ଆଲମ୍ ବେଡ଼ ରେଷ୍ଟ୍୍ରେ ରହିବାର ଛଂ ମାସରୁ ଅଧିକ ହେଲାଣା। ନା ଡାକ୍ତର, ନା ରଜିଆ, ନା ଘନଶ୍ୟାମ ନା ସେ ନିଜେ କେହି ଜାଣନ୍ତିନି ସତୁରି ବର୍ଷ ବୟସରେ ତାଂ ଗୋଡ଼ର ଲିଗାମେଣ୍ଟ ଟିଅର ପାଇଁ ବେଡ଼ ରେଷ୍ଟ୍ର ଅବଧି କେତେକାଳ। ଭବିଷ୍ଯତରେ ଗକ୍ର ତା” ଲିଗାମେଣ୍ଟ ଟିଅର ଗୋଡ଼ରେ ଟେଲର୍ ମେସିନ୍ଵର ପ୍ଯାଡାଲ୍ ମାରି ମେସିନ୍ ଚଲାଇପାରିବା ତାଂ ପକ୍ଷେ ପ୍ରାୟତଃ ଆଉ ସମ୍ବବ “ନୁହେଁ ମିର୍ଜାପୁର ବଜାରରେ ଗର ସିଂ ଟେଲର୍ କେଉଁଠି ପଚାରିଲେ ଯେ କେହି ହେଉନା କାହିକି କହିଦେଇପାରିବ ବଜାରର ପୁରୂଣା ମାର୍କେଟ୍ ମଝାମଝି ସେଇ ବରଗଛ ମୂଳେ ତ୍ରିନାଥ ମନ୍ଦିର ପାଖରେ ଯେଉଁ କାଠ କେବିନ୍ଟି ଅଛି, ଯାହାର ସାମ୍ନାରେ ଚାନ୍ଦ୍ ଟେଲର୍ର କଳକ୍ବଲଗା ଫଳକ ଝୁଲୁଛି ସେଇଟା ହିଁ ଗକର ସିଂ ଟେଲର୍। ଶେଷଥର ଗତ୍କର ସିଂ ତା' ଦୋକାନରୁ ଘରକୁ ଫେରିବା ବେଳେ ତାଲା ଦେବାକୁ ଭୂଲିଯାଇଥିଲା। ତାଂ ସାଇଟ ଚା' ଦୋକାନୀ ଘନଶ୍ୟାମ ତାଲାଟିଏ ଝୁଲେଇ ଦେଇଛି। ଚାବି ଓ କେବିନ୍ ଘନଶ୍ୟାମ ମାର୍ଫତରେ ଅଛି। ଯିଏ ଯାହାର ଦେଇଥିବା କପଡ଼ା କିମ୍ବା ସିଲେଇ ହେଇଥିବା ପୋଷାକ ଘନଶ୍ୟାମ ଠାରୂ ନେଇଗଲେଣି। ଆପଣ ଯଦି ଚାହିବେ ଗତ୍କର ସିଂର ଚାନ୍ଦ୍ ଟେଲର୍କୁ ଯାଇ ଦେଖିବେ- ଆଜିବି କେବିନ୍ କାବ୍ତରେ କୂର୍ତା ଦୁଇଟା ପରସ୍ମର କାନ୍ଧରେ ହାତ ପକେଇ ସେମିତି ଟଙ୍ଗା ହେଇଛନ୍ତି।
ନରହରି କି ନଫରୁଲ୍ କୂର୍ତା ନେଇ ନାହାନ୍ତି। କେଜାଣି ସେମାନେ କେବେ ଆସିବେ ଓ ସେମାନଙ୍କ କୂର୍ତା ନେଇଯିବେ। ଉମିଦ୍ ରଖିବା ଛଡ଼ା ଅନ୍ୟ କିଛି ରାସ୍ତା ନାହିଁ ।
■
COMMENTS - 0