ଗପ ଗଢୁଥିବା ଝିଅ
ଚିରଶ୍ରୀ ଇନ୍ଦ୍ରସିଂ
ଡ୍ରାଇଭର ସିଟ୍ର ପଛକୁ ଲାଗି ଗାଡ଼ି ଭିତରକୁ ମୁହଁ କରିଥିବା ତିନିଜଣିଆ ସିଟ୍ ରେ ଦିଜଣ ବୁଢ଼ାବୁଢ଼ୀ, ମଝିରେ ନାତି। ନାତିଟିର ବୟସ ବାର କି ତେର, ଆଖିରେ ମୋଟା ଲେନ୍ସର ଚଷମା, ମୁହଁରେ ଅସ୍ଵାଭାବିକ ଗାମ୍ଭିର୍ଯ୍ୟ । ବୁଢ଼ାବୁଢ଼ୀ ଦୁହେଁ କିନ୍ତୁ ଭାରି ଗମାତିଆ। ସୁବିଧା ହେଲା ମାତ୍ରେ ନାତି ପିଠିପଟେ ମୁହଁ ଗଳେଇ ଖୁଉବ୍ ହସାହସି ହେଉଥାଆନ୍ତି, ଦୁହେଁ ଗପସପ କରୁ କରୁ ।
ଡ୍ରାଇଭର ସିଟ୍ର ପଛକୁ ଲାଗି ଗାଡ଼ି ଭିତରକୁ ମୁହଁ କରିଥିବା ତିନିଜଣିଆ ସିଟ୍ ରେ ଦିଜଣ ବୁଢ଼ାବୁଢ଼ୀ, ମଝିରେ ନାତି। ନାତିଟିର ବୟସ ବାର କି ତେର, ଆଖିରେ ମୋଟା ଲେନ୍ସର ଚଷମା, ମୁହଁରେ ଅସ୍ଵାଭାବିକ ଗାମ୍ଭିର୍ଯ୍ୟ । ବୁଢ଼ାବୁଢ଼ୀ ଦୁହେଁ କିନ୍ତୁ ଭାରି ଗମାତିଆ। ସୁବିଧା ହେଲା ମାତ୍ରେ ନାତି ପିଠିପଟେ ମୁହଁ ଗଳେଇ ଖୁଉବ୍ ହସାହସି ହେଉଥାଆନ୍ତି, ଦୁହେଁ ଗପସପ କରୁ କରୁ । ତାଙ୍କ କୁଲୁକୁଲିଆ ହସକୁ ନାତି ବିରକ୍ତ, ଏଣେ ନାତିର ପ୍ରଫେସରିଆ ଗମ୍ଭିରତାକୁ ବୁଢ଼ାବୁଢ଼ୀଙ୍କର ବେଖାତିର।
ଏ ତିନିଜଣଙ୍କୁ ମୁହଁ କରି ଦୁଇ ସିଟ୍ ପଛରେ ମିନତି ।
ଶେଷ ନଭେମ୍ବରର ଶୀତୁଆ ସଂଧ୍ୟା । ସଂଧ୍ୟା ନୁହେଁ ରାତି ହେଇଗଲାଣି। ଧୀରେ ଧୀରେ ବହଳ ହେଉଛି ଅନ୍ଧାର, ଆଶଙ୍କା, ଆତଙ୍କ | ମିନତି ଏକା ଧାଡ଼ିର ଆରପଟ ସିଟ୍ରେ ବସିଥିବା ଯୁବକଟି ଆଡ଼କୁ ବିବ୍ରତ ହୋଇ ଚାହିଁଲା। ଗୌତମ ନଗର ଷ୍ଟପେଜ୍ରେ ସେ ବି ଓହ୍ଲେଇବ । କଣ୍ଡକ୍ତର ଟିକେଟ୍ କଲାବେଳେ ଶୁଣିଛି ସେ । ସେତିକିବେଳୁ ଯୁବକଟି ଉପରେ ମିନତିର ସତର୍କ ଆଖି ପଇଁତରା ମାରୁଛି। ବାବାରେ କି ଭିଡ଼, ଅଧଘଣ୍ଟାଏ କାଳ ଗୋଟିଏ ପାଦ ଜାଗାରେ ଠିଆ ହେବାକୁ ପଡ଼ିଲା। ଲୋକ ତା' ଉପରକୁ ତା' ଉପର ଲଦାଲଦି। ମିନତିର ପୁଣି ନିଜର ବିରାଟ ଏଆରବ୍ୟାଗ୍। ମସଜିଦ ଛକରେ ହିଜାବ୍ ପିନ୍ଧା ଦୁଇଟି ଝିଅ ଓହ୍ଳେଇଗଲା ପରେ ସେଇ ସିଟ୍ରେ ବସିବାକୁ ଯାଉଥିବା ବୁର୍ଖା ଢଙ୍କା ମହିଳା ଜଣେ ମିନତିକୁ ହାତଠାରି ତାକିଲେ ତାଙ୍କ ସାଙ୍ଗରେ ଯାଇ ବସିବା ପାଇଁ । ମିନତିକୁ କିନ୍ତୁ ତର ମାତୁଥିଲା ବସିପଡ଼ିବାକୁ, କାଳେ ସେ ନୀଳ ଟି-ସାର୍ଟ କୁଆଡ଼େ ପଳେଇବ।
ଭଦ୍ର ମହିଳାଙ୍କ ଝିଅ କୋଉ କଲ୍ସେଣ୍ଟରରେ କାମ କରୁଥିଲା, ଏ ମାସରେ ତାର ଚାକିରି ଚାଲିଯାଇଛି। ତାଙ୍କ ସ୍ଵାମୀଙ୍କର ବି କ'ଣ ଗୋଟାଏ ଅପରେସନ୍ ହେବା ଗପୁଡ଼ୀ ଭଦ୍ରମହିଳା ଠିକ୍ରେ ବସିବା ପୂର୍ବରୁ ଗପ ଲମ୍ବେଇଦେଲେ । ଆଖି ଲାଖିରହିଛି ମିନତିର ଏଣେ ଭଦଭଦଳିଆ ପର ପରି ଚେନାଏ ନେଳି କପଡ଼ା ଉପରେ।
ରାତି ବଢୁଛି। ଥଣ୍ଡା କମ୍ ଅଛି, କୁହୁଡ଼ି ଓ ଧୂଆଁ ବହଳିଆ କରିଦେଉଛି ପବନକୁ। ରାତିର ମହାନଗରୀ ସୁନ୍ଦର ଯେତିକି ତା'ଠାରୁ ଆହୁରି କେତେ ସହସ୍ର ଗୁଣ ଅଧିକ ଭୟଙ୍କର |
ସାନ ସହରରୁ ପ୍ରଥମ ଥର ପାଇଁ ଏକୁଟିଆ ଏ ମହାନଗରୀକୁ ଆସୁଛି ମିନତି।
ଏକୁଟିଆ ଝିଅମାନଙ୍କୁ ବଦମାସ ଲୋକମାନେ ଟାର୍ଗେଟ୍ କରନ୍ତି ସବୁବେଳେ... ଆଉ ତମେ ଯଦି କନକନ ହେଇ ଚାହିଁଲ, ଡରୂଆ ଡରୁଆ ଦିଶିଲ ତ ମଲ। କାହାକୁ ବି ନିଜ ଗନ୍ତବ୍ୟ ସ୍ଥାନ ବିଷୟରେ ବାରମ୍ବାର ପଚାରିବା ଠିକ୍ ନୁହେଁ। ଏତେ ବିରକ୍ତିକର ଗରମ ଓ ଅଣନିଃଶ୍ଵାସୀ ଠେଲାପେଲା ଭିତରେ ବି ମିନତିର ପାଦତଳ ଥଣ୍ଡା ହେଇଗଲା, ଆରେ ସେ ନୀଳ ଟି-ସାର୍ଟ କୁଆଡ଼େ ଗଲା। ଠିଆ ହୋଇପଡ଼ିଲା ସେ ବେକ ଲମ୍ବେଇ । ଓହୋ, ଅଛି, ଅଛି| ସେଇଠି ଆଉ ଗୋଟେ ଚଉଡ଼ା ଲୋକର କାନ୍ଧ ଆଢୁଆଳକୁ କଣେଇ କରି ଟିକିଏ ଘୂଞ୍ଚିଯାଇଛି।
ମିନତି ଅପା କହିଥିଲା ଷ୍ଟେସନ୍ରୁ ସିଧା ଟାକ୍ସି ନେଇ ଚାଲିଆସିବୁ। ମାତ୍ର ଚାଳିଶ କିଲୋମିଟର ରାସ୍ତା ତ । ମିଲେନିୟମ ଟାୱାର କହିଲେ ଯଥେଷ୍ଟ ଯେ କେହି ଟାକ୍ସିବାଲା ଆଣି ପହଞ୍ଚେଇ ଦେବେ । ମିନତି କିନ୍ତୁ ଷ୍ଟେସନ୍ରୁ ବାହାରକୁ ଅଧକିଲୋମିଟର ରାସ୍ତା ଚାଲି ଚାଲି ଆସି ବସ୍ଷ୍ଟପ୍ରୁ ୧୭ ନମ୍ବର ସିଟିବସ୍ରେ ଉଠିଛି। ଗୌତମ ନଗର ଛକରେ ଓହ୍ଳେଇ ୧୪ ନମ୍ବର ବସ୍ରେ

ଉଠିଲେ ମିଲେନିୟମ ଟାୱାରଠି ପହଞ୍ଚିବ। ଟ୍ରେନ୍ରେ ସହଯାତ୍ରିଣୀ ଜଣେ ବତେଇ ଦେଇଥିଲେ ଯେ ସିଟିବସ୍ ଶସ୍ତା ଓ ସୁବିଧା। ତିନିବର୍ଷ ତଳେ ଅପା ସହ ଆସିଥିଲା ମିନତି, ସିଟିବସ୍ ବଦଳେଇ । ମିଲେନିୟମ ଟାୱ୍ବାରଠାରୁ ଅଳ୍ପ ବାଟ ଅପାର ଘର । ଛୋଟ ଗୋଟେ ଚିଲଡ୍ରେନ୍ସ ପାର୍କ ପାଚେରିକୁ ଲାଗି। ଅପା କହୁଥିଲା ସବୁକିଛି ସେମିତି ହିଁ ଅଛ ତାଙ୍କ ଗଳି ଚିହ୍ନିବାକୁ ଏବେ ଆହୁରି ସୁବିଧା। ଗୋଟେ ହୋଡିଂ ଲାଗିଛି ତାଙ୍କ ଗଳି ମୁହଁରେ। ସେ ହୋଡିଂ ରେ ପ୍ରଧାନମନ୍ତ୍ରୀ, ଜଣେ ଗାଉଁଲି ସ୍ତ୍ରୀ ଲୋକ ଓ ଟୋକେଇଏ ବାଇଗଣର ଚିତ୍ର ଅଛି।
ଏବେ ଏତେ ଡେରି ହେଲାଣି, ୧୪ ନମ୍ବର ପୁଣି କେତେ ସମୟ ଅପେକ୍ଷା କରିବାକୁ ପଡ଼ିବ କେଜାଣି। ସବ୍ ଅର୍ବାନ୍ ଏରିଆରେ ସନ୍ଧ୍ୟା ପରେ ସିଚିବସ୍ର ଯା'ଆସ କମିଯାଏ।
ଗତବର୍ଷ ଏଇ ସହରରେ ଜଣେ ୩୨ ବର୍ଷ ବୟସ୍କା ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ବୋଲି ଟିଭିରେ ଟିନ୍ଏଜ୍ର ରୋଗୀଣା ପିଲା ତିନିଟାଙ୍କ ଚେହେରା ଦେଖେଇଥିଲା। ମିନତି ଓ ତା' ସାଙ୍ଗମାନେ ଜମା ବିଶ୍ଵାସ କରିପାରି ନ ଥିଲେ ଯେ ସେଇ ପିଲାଗୁଡ଼ାକ ବେଶ୍ ତାଗଡ଼ା ଓ ଡେଙ୍ଗା ଚଉଡ଼ା ଦିଶୁଥିବା ଶିକ୍ଷୟିତ୍ରୀଙ୍କ ସହିତ ଏପରି ବୀଭସ୍ଥ କାଣ୍ଡ ଘଟାଇ ପାରିଥିବେ ବୋଲି। ହୁଏତ ଆଉ କେଉଁ ଶକ୍ତିଶାଳୀ ଅପରାଧୀ ଗୋଷ୍ଠୀ ଏଇ ପିଲା ତିନିଟାଙ୍କୁ ବଳି ପକେଇଦେଲେ ପୂଲିସକୁ ଭୂଆଁ ବୁଲେଇ ବା ଖରିଦ କରିନେଇ। କିଏ ଜାଣେ ସତ କ'ଣ! ତେବେ ଅପରାଧ ଘଟିବା ସତ । ଆଉ ନାବାଳକ ହୁଅନ୍ତୁ କି ସାବାଳାକ, ଦୁର୍ବଳ ଦିଶନ୍ତୁ କି ଦିଶନ୍ତୁ ବାହୁବଳୀ - ଅପରାଧୀମାନେ ନିର୍ମମ, ସଇତାନ ।
ମିନତି ଏତେବେଳକୁ ଅପା ଘରେ ଖାଇପିଇ ଶୋଇବାକୁ ଯିବା କଥା| ସକାଳ ନଅଟା ବେଳକୁ ଷ୍ଟେସନ୍ ଡେଇଁ ପୁଣି ୧୦ କି.ମି. ଦୂର ଯିବାକୁ ଅଛି। ସିଧା ରାସ୍ତାରେ ଦୁର୍ଘଟଣା ହୋଇ ଦୁଇଜଣଙ୍କର ସ୍ପଟ୍ ଡେଥ୍। ଗାଡ଼ି ବୁଲାଣି ରାସ୍ତାରେ ଆସୁଛି। ଟ୍ରେନ୍ ବି ଲେଟ୍ ପହଞ୍ଚିଲା।
ଧୀରେ ଧୀରେ ଗାଡ଼ିରେ ଲୋକ ପତଳା ପଡ଼ିଆସୁଛନ୍ତି। ଲୋକ କମିଯିବାରୁ ବେଶୀ ବେଶୀ ଡର ମାଡୁଛି। ଅଫିସ୍ ଫେରନ୍ତା ଝିଅ ଓ ସ୍ତ୍ରୀଲୋକ ଆଉ ବେଶୀ ଦିଶୁନାହାନ୍ତି। ଘଣ୍ଟାଏ ଭିତରେ ନବେ ଭାଗ ଗହଳି କମିଗଲାଣି। ଲୋକ ବେଶୀ ଥିଲେ ଅସୁବିଧା ଏଣେ ଲୋକ କମିଗଲେ ଅଶ୍ଵସ୍ତି ।
ଏତେବେଳ ଯାଏଁ ଗେଣ୍ଡା ପରି ଚାଲୁଥିବା ବସ୍ ଏବେ ଟିକିଏ ଗତି ବଢ଼େଇଲା। ସବୁ ରାସ୍ତା, ସବୁ ଦୋକାନ, ସବୁ ପୁରୁଷ ସବୁ ଗଛ- ସମସ୍ତଙ୍କ ଚେହେରା ଏବେ ଏକାପରି ଦିଶୁଥିଲା।
ଅପା କହିଥିଲା ଆମ ପଟଟା ବହୁତ ନିରାପଦ।
ତା'ହେଲେ ଏମିତି ଅଘଟଣ ଘଟିଲା କେମିତି ?
ସେଇଟା ଷ୍ଟେସନ୍ ଏରିଆ | ସବୁ ସହରର ଷ୍ଟେସନ୍ ତଳ ଏରିଆରେ ବିପଦ ଥାଏ। ସେ ଶିକ୍ଷୟିତ୍ରୀଙ୍କ ସହିତ ଟଙ୍କା ପଇସା ଲେଣଦେଣ ନେଇ ଶତ୍ରୁତା ଥିଲା ଜଣେ ବିଲ୍ଡରର। ଶୁଣାଯାଉଛି ସେଇ ଲୋକ ଲଗେଇ ଏମତି କରିଛି। ହେଲେ ଆମ ପଟଟା ପିଓରଲି ରେସିଡେନ୍ସିଆଲ୍। ମୂଳ ସହରର ଖାନ୍ଦାନୀ ଲୋକମାନେ ପୁରୁଷ ପୁରୁଷ ଧରି ରହିଛନ୍ତି ଏପଟେ। ଦେଖିବୁ ଆମ ପଟେ ବଡ଼ ମଲ୍ କି ଆପାର୍ଟମେଣ୍ଟ୍ ବହୁତ କମ୍। ଏପଟେ ଗଳିକନ୍ଦିରେ ଗଁା ଭଳି ସାମାଜିକ ଚଳଣି।
ଚଉଦ ନମ୍ବର ବସ୍ରେ ମାତ୍ର ଚାରି କି ପାଞ୍ଚ କିଲୋମିଟର ରାସ୍ତା ଯିବାକୁ ପଡ଼ିବ । ଅସୁବିଧା ହେଲା ସଂଧ୍ୟା ପରେ ରିକ୍ସା କି ଅଟୋ ପ୍ରାୟ ମିଳେ ନାହିଁ। ମିନତି ନିଜକୁ ଦମ୍ବ ଦେଲା- ନେଳି ସାର୍ଟର ଘର ସେଇପଟେ। ସେ ବି ଭଲ ପରିବାରର ପିଲା ହୋଇଥିବ। ଆବଶ୍ୟକ ହେଲେ ତାର ସାହାଯ୍ୟ ନିଆଯାଇପାରେ । ସିଧା ରାସ୍ତା, ବାଙ୍କ ବୁଲାଣି କିଛି ନାହିଁ ଦରକାର ପଢ଼ିଲେ ଚାଲି ଚାଲି ପଳେଇବ । ଅଣ୍ଡର ଫୋର୍ଟିନ୍ରେ ଦଉଡ଼ିବାକୁ ଷ୍ଟେଟ୍ ପକ୍ଷରୁ ସିଲେକ୍ସନ୍ ହେଇଥିଲା ତାର, ବାପା ଛାଡ଼ିଲେନି ବୋଲି ସିନା... |
ମିନତି ତା' ମୁହାଁମୁହିଁ ସିଧା ବସିଥିବା ବୁଢ଼ାବୁଢ଼ୀଙ୍କ ଆଡ଼େ ଚାହିଁଲା। ବୁଢ଼ାଙ୍କର ତଳ ମାଢ଼ି ବୁଲିଯାଇଛି ବାଁ ପଟକୁ ଆଉ ଉପର ମାଢ଼ି ଝୁଲିପଡ଼ିଛି ଡାହାଣ ପଟକୁ । ବୁଢ଼ୀ ଆଈଙ୍କର ପତଳା ଓଠ, ଦିନେ ଭାଆରି ସୁନ୍ଦର ଥିବ, ଶେଥା କୁଞ୍ଚୁକୁଥିଆ ହୋଇ ହରେଇ ବସିଛନ୍ତି ତାଙ୍କର ଆକାର ଏ ବେଳୁ । ବୁଢ଼ାବୁଢ଼ୀଙ୍କ ଆଖିରେ କିନ୍ତୁ ଯାହା ଝଲସୁଛି ତାକୁ ରସିକତା ଛଡ଼ା ଆଉ କିଛି ବୋଲି କିଛି କୁହାଯାଇ ପାରିବ ନାହିଁ।
ଆଚ୍ଛା ଏମାନେ ପରସ୍ପରକୁ ଚୁମା ଦିଅନ୍ତି କି ଏବେ... ଦେଲାପରି ତ ଲାଗୁଛି ଏମାନଙ୍କ ଅଙ୍ଗଭଙ୍ଗୀରୁ। କିନ୍ତୁ କେମିତି ଦିଅନ୍ତି ଯେ... ମାନେ ଏପରି ଦୁଇ ହଳ ଓଠରେ କେମିତି ସମ୍ଭମ୍ବବ... ।
ମିନତିର ଏଇଟା ପୁରୁଣା ଯୁଦ୍ଧକୌଶଳ। ଭୂତ ତଡ଼ିବାକୁ ସେ କାହାଣୀ ତିଆରି କରେ ସବୁବେଳେ । ଦୌଡ଼ାଏ ଅନାଧୁନିଆ କଳ୍ପନାର କଅଁଳା ବାଛୁରୀ ପିଲାକୁ।
ଟିକିଏ ଆଗରୁ ସେଥିପାଇଁ ସେ ଭାବୁଥିଲା ଆଉ ଗୋଟେ କଥା ଯେ...
ଏଇ ଚଷମାପିନ୍ଧା ଅକାଳପକ୍ଵ ବାଳକଟି ଯଦି ସତସତିକା ପାଠଶାଠ ପଢ଼ି ଜଣେ ପ୍ରଫେସର ହୁଏ, ଧରିନିଅ ଇଂରାଜୀ ଭାଷାର ପ୍ରଫେସର ତା'ହେଲେ ଜନ୍ ଡନ୍ କି ଆଣ୍ଡ୍ରଉ ମାର୍ଭେଲଙ୍କ କବିତା ପଢ଼ିଲାବେଳେ ସେ କେମିତି ମୁହଁ କରିବ।
ଛାଡ଼ ଇଂରାଜୀ କାହିଁକି ମ, ସେ ଓଡ଼ିଆ ଭାଷା ସାହିତ୍ୟ ପଢ଼ଉ... ଉପେନ୍ଦ୍ର ଭଞ୍ଜଙ୍କ “କଡ଼ ଲେଉଟାଇ, କବରୀ ଫିଟାଇ କର ଭରି କୁଚ ସନ୍ଧିରେ...' ଏଇ ଗମ୍ଭିର ପିଲା କେମିତି ବୁଝାଇ ପାରିବ ଅନର୍ସ କ୍ଲାସ୍ରେ।
ସତକଥା ହେଲା ସେ ନିଷ୍ପତ୍ତି ନେଲା ସିଟିବସ୍ରେ ଆସିବାକୁ କେବଳ ପଇସା ବଞ୍ଚେଇବା ପାଇଁ। ନିଜର ଖର୍ଚ୍ଚ କାଟ କରି ପେନ୍ସନ୍ ପଇସା ବଞ୍ଚେଇ ରଖନ୍ତି ବାପା ମିନତି ପାଇଁ। ସବୁବେଳେ କହନ୍ତି ତୁ ଚାକିରି ନ ପାଇବା ଯାଏଁ ତୋର ଯାହା ଦରକାର ମୋଠୁ ନେବୁ । ଆଉ କାହାକୁ ବି କେବେ କିଛି ଜଣାଇବା ମନା ତତେ । ମିନତି ବାପାଙ୍କୁ ବି କୋଉ ଜଣାଏ ଯେ... ବାପା ତ ଜାଣିପାରନ୍ତି ସବୁ ତାଙ୍କୁ କିଛି କହିବା ଆଗରୁ!
ବୁଢ଼ାବୁଢ଼ୀଙ୍କ ଆଡ଼ୁ ମୁହଁ ଫେରେଇ ଆଖି ବନ୍ଦ କଲା ମିନତି। ଟିଭିରେ ଦେଖିଥିବା କାଶ୍ମୀରର ସୁନ୍ଦର ଉପତ୍ୟକା ଓ ହ୍ରଦ ସବୁକୁ ମନେ ପକାଇଲା। ଚାକିରି ପାଇଗଲେ ମାନେ ହାତରେ ନିଜ ରୋଜଗାରର ଟଙ୍କା ହେଲେ ନିଶ୍ଚୟ କଶ୍ମୀର ଯିବ। ଘୋଡ଼ାରେ ବସି ଗୁଲ୍ମାର୍ଗ ସୋନ୍ମାର୍ଗରେ ବୁଲିବ।
ସାଧାରଣ ଟୁରିଷ୍ଟ ଚଢ଼ୁଥିବା ସାଧାରଣ ଘୋଡ଼ା କିଛି କାମକୁ ନୁହେଁ। ନିଜ ପାଇଁ ସେ ଆରବରୁ ଘୋଡ଼ା ମଗେଇବ ।
ଆରେ ଆରେ ଗାଡ଼ିଟା ଏମିତି ସୁର୍ର୍ କରି ଲମ୍ବା ହୁଇସିଲ୍ ଛାଡ଼ି ଅଟକିଗଲା ଯେ, ଚକା ପଙ୍କଚର୍| ଏକାବେଳକେ ଗୁଡ଼ାଏ ମଣିଷଙ୍କର ବିରକ୍ତି ଉତୁରି ପଡ଼ୁଛି। ସିତପ୍ରଜ୍ଞ ତ୍ରାଇଭର ଡିଆଁମାରି ଓହ୍ଲେଇଗଲାଣି ତଳକୂ। କ୍ଲିନର ଶାବଳ, ରେଞ୍ଚି, ପେବ୍କସ୍ ବାହାର କରୁଛି ଟୁଲ୍ବକ୍କରୁ କଣ୍ଡକ୍ଟର ଅଭୟ ଦେଇ କହୁଛି, ବେଶୀ ହେଲେ ପନ୍ଦର ମିନିଟ୍ ।
ଆକାଶରେ ଉଡୁଥିବା ପକ୍ଷିରାଜ ଘୋଡ଼ାର ଡେଣା ଜଖମ ହେଇଗଲା। ଗାଡ଼ି ଚକାର ପବନ ପଳେଇନି ଯେ ଆକାଶରୂ ଉଭେଇଗଲା ପବନ। ପନ୍ଦର ମିନିଟ୍ ମାନେ କ'ଣ କମ୍ କି, ଏଇନେ ତ ଗୋଟିଏ ଗୋଟିଏ ମିନିଟ୍ ମହଣ ମହଣ ଓଜନ ହୋଇ ମିନତିକୁ ଚାପି ପକଉଛନ୍ତି ତଳକୁ । ବଡ଼ ଭୂଲ୍ ହେଇଗଲା ଟାକ୍କିରେ ନ ଆସି!
ଝରକା କାଚରେ ନିଜ ପ୍ରତିବିମ୍ବ ଦେଖି ଚମକି ଉଠିଲା ମିନତି – ମୁହଁଟା ଦିଶୂଛି ବତୁରା ଚୁଚୁନ୍ଦ୍ରା ଛୁଆର ମୁହଁ ପରି କାକୁସ୍ତ, ଅସହାୟ, ଅସୁନ୍ଦର । ଲୋକମାନେ ଖପ୍ଖାପ୍ ତଳକୁ ଓହ୍ଲେଇ ଯାଉଛନ୍ତି। କେତେଜଣ ସ୍ତ୍ରୀଲୋକ ଫୋନ୍ କରି ତାଙ୍କ ଘରକୁ ଖବର ଦେଲେଣି ସେ ଛକରୁ ଆସି ତାଙ୍କୁ ନେଇଯିବାକୁ । ଭିଣୋଇ କାହା ବାହାଘରକୁ ଯାଇଛନ୍ତି, ଡେରି ରାତିରେ ଫେରିବ । ଶ୍ଵାସକଷ୍ଟ ଭୋଗୁଥିବା ତିନି ବର୍ଷର ଝିଅକୁ ନେଇ ଅପା ବ୍ୟସ୍ତ । ସେ ବୁଝିପାରିଲା ଯେ ତା' ଆଖିରେ ଲୁହଟୋପେ ଜକେଇ ଆସୁଛି। '
ନେଳି ଟି-ସାର୍ଟର ନାମ ସଂଜୟ ବୋଲି ଧରିନେଇଛି ମିନତି| ସେପଟ ସିଟରୁ ମଝିରେ ଗୋଟେ ଲମ୍ବା ଖାତା ବାହାର କରି ବିଞ୍ଚି ହେଉଥିଲା ସେ । ଖାତା ଉପରେ ମୋଟା ଅକ୍ଷରରେ ଶାଗୁଆ କାଳିରେ ଲେଖା ହୋଇଥିଲା, “ସଂଜୟ' । ତା'ଛଡ଼ା ବାବୁଙ୍କର ବ୍ୟାକପ୍ୟାକ୍ ଓ ସେଲ ଫୋନ୍ର ପଛପଟେ ଏସ ଅକ୍ଷରର ଷ୍ଟିକର ଲାଗିଛି। ଏବେ ସେଇ ସଂଜୟ ତଳକୁ ଓହେଇଲା ତ ଯନ୍ତ୍ରଚାଳିତ ପରି ତା' ପଛେ ପଛେ ମିନତି ବି ଓହେଇପଡ଼ିଲା। ମୁଣ୍ଡ ତ ଧକଧକ୍କ ହୋଇ ବିନ୍ଧୁଥିଲା, ଏବେ ପେଟ ଭିତରଟା ଗୋଳେଇଘାଣ୍ଟି ହୋଇ ବାନ୍ତି ଉଠି ଆସୁଛି। ଭଲ ହୋଇଛି ଗାଡ଼ିଟା ଅଟକିଛି, ନ ହେଲେ ଏବେ ସେ ବାନ୍ତି କରିଦେଇଥାଆନ୍ତା ଚଳନ୍ତା ଗାଡ଼ି ଭିତରେ ।
ସଂଜୟ ତା' ପାଣିବୋତଲ ବଢ଼େଇଦେଲା। ନିଅନ୍ତୁ , କୁଳି କରି ମୁହଁ ଧୋଇ ଦିଅନ୍ତୁ। ତା' ଆଖିରେ ଆପଣାପଣ।
ସଂକୋଚରେ ଏଡ଼େ ଟିକିଏ ହୋଇ ମାଟିରେ ମିଶିଗଲା ସତେ କି ମିନତି। ବାନ୍ତିର ଛିଟିକା ସଂଜୟ ଉପରେ ବି ପଡ଼ିଛି। ଆଉ ଆଶ୍ଚର୍ଯ୍ୟ କଥା ହେଉଛି ସଂଜୟ ବିରକ୍ତ ହୋଇ ଗାଳିମନ୍ଦ କରୁନି ତାକୁ। ବରଂ ଘରଲୋକ ପରି ପାଣି ବଢ଼େଇ ଦେଉଛି।
ଚକାର ମରାମତି ସରିଛି। ଯିଏ ଯାହା ଜାଗାକୁ ଫେରିବାକୁ ତରତର। ଆଗପଛ ହୋଇ ଗାଡ଼ିରେ ଉଠୁ ଉଠୁ ସଂଜୟ ପଚାରିଲା- କେତେ ଦୂର ଯିବେ ?
- ଗୌତମ ନଗର।|
ପାଣି ବୋତଲ ଫେରେଇଲା ବେଳେ ସଂଜୟର ମୁହଁ ଦେଖିପାରିଥିଲା ମିନତି| ଠିଆ ନାକ, ନରମା ଓଠ, ଟାଣୁଆ ଚିବୁକ ଆଉ ଥକିଲା ଚାହାଣି । ଇଏ ଆଜି ଦିନଯାକ କୁଆଡ଼େ କୁଆଡ଼େ ବୁଲିଛି ।
ସଂଜୟକୁ ଟ୍ରିମ୍ ହୋଇଥିବା ଦାଢ଼ି ଓ ନିଶ ଭଲ ମାନୁଛି । ତା' ଦେହର ରଙ୍ଗ ଗୋରା ଓ କଳା ମଝାମଝି ଏମିତି ଗୋଟେ ଜାଗାରେ ଯେ, ସେ ରଙ୍ଗ ତା' ଆଖିକୁ ସୂହାଏ, ତାକୁ ଭଲ ଲାଗେ। ନୀଳ ଟି-ସାର୍ଟର ସାମ୍ନା ପଟେ ଧଳା ଅକ୍ଷରରେ ଲେଖା- ଟ୍ରଷ୍ଟ ମି।
ମିନତିର ଭରସା ଆସିଗଲା ଯେ ଜଣେ ଭଲମଣିଷ ଅଛି ତା ସାଙ୍ଗ ରୋ
ମିନତିର ସିଟ୍ରେ ଅନ୍ୟ ଜଣେ ବସିସାରିଥିଲା। ଗାଡ଼ି ପ୍ରାୟ ଫାଙ୍କା ପଡ଼ିଥିଲେ ବି ସେ ସଂଜୟ ପଛେ ପଛେ ଯାଇ ତା' ପାଖରେ ବସିପଡ଼ିଲା। ପ୍ରଥମ ଥର ଏକୁଟିଆ ଆସିଛି ବୋଲି ନୁହେଁ । ଦେହ ଭଲ ନାହିଁ ବୋଲି ତାକୁ ଡର ମାଡୁଛି - ସଂଜୟକୁ ନିଜ ଆଡ଼ୁ ସଫେଇ ଦେଲା ପୁଣି ସେ।
ସଂଜୟ ହସିଦେଇ କହିଲା, ଏପଟେ ସ୍ତ୍ରୀଲୋକମାନେ ରାତି ଏଗାର ବାର ଯାଏଁ ବାହାରେ ବୁଲୂଥାଆନ୍ତି। ମିଲେନିୟମ ଟାୱାର ପାଖରେ ଅଛି 'ଚଟ୍ପଟି ଗଳି'।| ଫାଷ୍ଟ୍ ଫୁଡ଼୍ ପାଇଁ ପ୍ରସିଦ୍ଧ। ସେ ଗଳିରୁ ଗହଳି କମେ ରାତି ବାରଟା ପରେ । ଆପଣ ଆଜି ଯାଇ ଅପାଙ୍କ ସହ ଖାଆନ୍ତୁ ।
ଏବେ ମିନତିର ମନେ ପଡ଼ିଲା, ଅପା ସହ ଗତଥର ସେ ଯାଇଥିଲା ସେଠିକି । ସେମାନେ ଘରୁ ସାଢ଼େ ନଅଟା ରାତିରେ ବାହାରିଥିଲେ ।
ମୁଁ ଯାଇଛି ଅପା ସାଙ୍ଗ ରେ ସେଠିକି। ମତେ ଡର ମାଡୁଛି ବୋଲି ଭାବୁଛନ୍ତି କି, ଦେହ ଭଲ ଲାଗୁନି ବୋଲି କହିଲି ନା!
ସଂଜୟ କିନ୍ତୁ ମିଛ ଧରିପାରୁଥିଲା ମିନତିର। ହସୁଥିଲା। ମୁରୁକି ହସ। ଭାରି ମିଠା।
୧୪ ନମ୍ବର ବସ୍କୁ ଅପେକ୍ଷା। କାହାଣୀ ତିଆରୁଛି ମିନତି। ଲୁହା ବେଞ୍ଚ ଉପରେ ଦୁଇଟି କୋକିଶିଆଳି ଲଗାଲଗି ହୋଇ ବସିଛନ୍ତି ହସୁଛନ୍ତି ବେକ ଲମ୍ବେଇ ମଣିଷ ପରି। ମୋଟା ଚଷମା ପିନ୍ଧା ପ୍ରଫେସର ବତିଖୁଣ୍ଟ ତଳେ ଚିନାବାଦାମ ବିକୁଥିବା ଲୋକ ପାଖରେ ଠିଆହୋଇ ଆକାଶକୁ ନିରୀକ୍ଷଣ କରୁଛନ୍ତି। ସଂଜୟ କେତେବେଳୁ ପଳେଇଲାଣି କାହାକୁ ଗୋଟାଏ ଲିଫ୍ଟ ମାଗି, ଯିବା ପୂର୍ବରୂ ଅବଶ୍ୟ ନିଶ୍ଚିତ ଭରସା ଦେଇ ଯାଇଛି ଯେ ଯେତେ ଡେରି ହେଉ ପଛେ ବସ୍ ଆସିବ ।
ରାତି ବଢ଼ୁଛି। ବସ୍ ଆସୁନି। ଏତେ ଦୁର୍ବଳ ଲାଗୁଛି ଯେ ମିନତିର ଇଚ୍ଛା ହେଉଛି ସେ ଶୋଇପଡ଼ନ୍ତା ମାଟି ଉପରେ | “'ଆହା ମୋର ସଂଜୟରେ... କେମିତି ମତେ ଏକୁଟିଆ ଛାଡ଼ିଦେଇ ଚାଲିଗଲୁ ଅଧାରାସ୍ତାରେ... ।
ଏ ଧାଡ଼ିକ ଗୀତ ମଝିରେ ମଝିରେ ଫେରିଆସୁଛି ମିନତିର କାହାଣୀ ଭିତରକୁ।
ଗୋଟେ କମଳା ରଙ୍ଗର ସ୍କୁଟି, ପଛରେ ଜଣେ ବୟସ୍କା ମହିଳା - ହଠାତ୍ କାହାଣୀ ଭିତରୁ ଡିଆଁ ମାରି ଗୁଣୁଗୁଣୁ ଗୀତ ପଦେର ବେଶ ପିନ୍ଧି ମିନତି ଆଗରେ ସଂଜୟା
ଗାଡ଼ି ଅଟକେଇଲା ସଂଜୟ, କହିଲା ନିଜକୁ ନିଜେ କହିଲା ପରି, ୧୪ ନମ୍ବର ଆହୁରି ଆସିନି ଏପର୍ଯ୍ୟନ୍ତ। ଓ ତା'ପରେ ମନେ ପଡ଼ିଗଲା ପରି ମିନତିକୁ ଚିହ୍ଲେଇଦେଲା ସେ - ଇଏ ମଞ୍ଜୁ ... ମଞ୍ଜୁଲତା... ମାନେ ମୋ ମାଆ |
ସଂଜୟର ମାଆ କହିଲେ, ତମରି ବାନ୍ତି ହେଉଥିଲା ଝିଅ ?
ମାଆ ପୁଅଙ୍କ ମୁହଁରେ ଆଶ୍ଚର୍ଯ୍ୟ ସାଦୃଶ୍ୟ।
ଏ ଟୋକା ମତେ ମଞ୍ଜୁ ବୋଲି ଡାକେ, ବାପା ବି ଡାକିବେ ମଞ୍ଜୁ, ପୁଅ ବି ଡାକିବ ମଞ୍ଜା | “ମାଆ' ପଦଟା ଉଚ୍ଚାରଣ କରିପାରିଲା ନାହିଁ ମୋ ପୁଅ। କ'ଣ କରିବି ଆଉ ।
ମିନତିର ମୁହଁ ଉଜ୍ଜଵ୍ଳି ଉଠିଲା ତାଙ୍କୁ ନମସ୍କାର କରୁ କରୁ ।
ସଂଜୟ ଗାଡ଼ି ଷ୍ଟାର୍ଟ କଲା। ଯିବା ଏଥର । ବ୍ଯସ୍ତ ହୁଅନ୍ତୁନି, ଗାଡ଼ି ଆସିଯିବ ।
ସଂଜୟର ମାଆ ହଠାତ୍ ଅଟକିଯାଇ ପ୍ରସ୍ତାବ ଦେଲେ- ତୁ ନ ହେଲେ ଏ ଝିଅଙ୍କୁ ଛାଡ଼ିଦେଇ ଆ| ମୁଁ ଏଇ ଛକ ଟେଲର ପାଖରେ ବ୍ଲାଉଜ ଦେଇଥିଲି ଆଣୁଛି। ତୁ ଫେରିଲେ ହାଟକୁ ଯିବା ।
ମିନତି ଆଉ ଥରେ ଚାହିଲା ମହିଳାଙ୍କ ମୁହଁ କୁ । ୧୪ ନମ୍ବର କେତେବେଳେ ଆସିବ ଜଣାନାହିଁ । ଥରକୁ ଥର ବାନ୍ତି ହୋଇ ବଡ଼ ଦୁର୍ବଳ ଲାଗୁଛି। ଶୀତ ଶୀତ ଲାଗିଲାଣି କେତେବେଳୁ ! ପୁଣି ଭୋରରୁ ଉଠିବାର ଅଛି। ଏଣେ ଭୋକ ପ୍ରବଳ । ତରତର ହୋଇ ନିଜ ବିରାଟ ଏୟାରବ୍ୟାଗ୍ଟିକୁ ଜାକି ଧରି ସଂଜୟ ପଛେ ବସିଗଲା ସେ । ଏଇ ପୁରୁଣା ଧତରା ସ୍କୁଟିରେ ବସେଇ କେହି ତାକୁ କିଡ଼ନାପ୍ କରି ନେଇପାରିବନି। ଅପା ଘରେ ନେଇ ସଂଜୟ ଛାଡ଼ିଦେବ ବୋଲି ନିଶ୍ଚିନ୍ତରେ ଗାଡ଼ି ପଛରେ ବସିଥିଲା ମିନତି । ସେ କିନ୍ତୁ ମିଲେନିୟମ୍ ଟାୱାର ପାଖରେ ଓହ୍ଳେଇଦେଲା।
ବିଶାଳ ହୋଡ଼ିଂରେ ଆଲୁଅ ପଡ଼ି ସଜତୋଳା ପରି ଦିଶୁଥିବା ବାଇଗଣ ଟୋକେଇକୁ ଦେଖେଇ ଯେମିତି ମିନତି କହିଦେଇଛି ସେଇ ଗଳିପଟେ ଅପାର ଘର, ତୁରନ୍ତ ଗାଡ଼ି ରୋକିଦେଲା ସଂଜୟ ।
ମଞ୍ଜୁ ଅପେକ୍ଷା କରିଥିବ। ଆମେ ପୁଣି ହାଟକୁ ଯିବୁା ଅର୍ଥାତ ଏଇଠୁ ଓହ୍ଲେଇ ଯାଅ।
ଘରକୁ ଆସନ୍ତୁ। ମୋ ଅପା ଖୁସିହେବ।
ମଞ୍ଜୁ ଅପେକ୍ଷା କରିଥିବ।
ମିନତି ପସ୍ତେଇଲା ମନେ ମନେ । କାହିଁକି କହିଲା, ଘର ଏଇ ପାଖରେ ବୋଲି। ଏବେ ଏଇ ଓଜନିଆ ବ୍ୟାଗ୍କୁ ବୋହି ବୋହି ଘର ଯାଏଁ ଯିବାକୁ ପଡ଼ିବ ।
ସଂଜୟରେ... ତୋର ଏଡ଼େ ପାଷାଣ ହୃଦୟ....
ଥ୍ଯାଙ୍କ୍ ୟୁ ସୋ ମଚ ... ସେ ଧନ୍ଯବାଦ ଜଣେଇବା ବେଳକୁ ଗାଡ଼ି ବୁଲେଇ ପଳେଇଗଲାଣି ସଂଜୟ । ତା” ମାଆ ଅପେକ୍ଷା କରିଥିବେ।
ଗତ ପାଞ୍ଚବର୍ଷର ହାଡ଼ଭଙ୍ଗା ପରିଶ୍ରମର ଫଳ ଏବେ ଏଇ ବର୍ଷ ମିଳିଯିବ ବୋଲି ଲାଗୁଛି। ଏଇ ବର୍ଷ ଲାଗ ଲାଗ କେତେଗୁଡ଼ାଏ ପରୀକ୍ଷାରେ କ୍ଵାଲିଫାଇ କରିଛି ମିନତି। ଆସନ୍ତାକାଲି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଭାଇଭା ଅଛି।
ଅପା ନିଜେ ତା' ଘରେ ବିଉଟି ପାର୍ଲର ଖୋଲିଛି। ତା'ର କାମ ଭଲ ବୋଲି ଛୋଟ ପାର୍ଲର ହେଲେ ବି ସେଠି ସବୁବେଳେ ଗହଳି। ସେଇ ରାତିରେ ମିନତିର ଫେସିଆଲ୍ କରାଗଲା, ବାଳ କଟାଗଲା ନୂଆ ଶୈଳୀରୋ|
ଏଥର ବଢ଼ିଆ କରି ପ୍ରିପେୟାର କରିଛି। ଲାଗୁଛି ଚାକିରିଟା ମିଳିଯିବ। ପୁଣି ପନ୍ଦର ଦିନ ପରେ ରେଲୱେ ର ଭାଇଭା ଅଛି। ତୁ ଅପା ମୋ ପାଇଁ ତୋ ଠାକୁରଙ୍କୁ ଟିକିଏ ଡାକୁଥାଆ ।
ତୁ ଟିକିଏ ସଜେଇ ହୋଇ ରହୁନୁ ସବୁବେଳେ ଫାଷ୍ଟ୍ ଇମ୍ଫ୍ରେସନ୍ ବୋଲି ଗୋଟେ ଜିନିଷ ଅଛି ନା ନାହିଁ? ହଁ ତୋ ମୁଣ୍ଡରେ ମୁଣ୍ଡେ ବୁଦ୍ଧି ଅଛି ଯେ, ହେଲେ ଇଣ୍ଟରଭ୍ୟୁ ବୋର୍ଡରେ ବସିଥିବା ଲୋକମାନେ ତ ପ୍ରଥମେ ତୋ ମୁହଁକୁ ଦେଖିବେ।
ଶେଷରେ ମିନତିର ଶିଁବାଳୁଆ ପରି ଦିଶୁଥିବା ଭୂରୁକୁ ଅପା କାମଦେବଙ୍କ ଧନୁର କୋମଳ ଆକାର ଦେଇସାରିଲା ପରେ ମିନତିକୁ ବି ଲାଗିଲା ଯେ ତା ମୁହଁଟା ସୁନ୍ଦରିଆ ଦିଶିଲାଣି। ସତ କଥା ବିଭିନ୍ନ ପରୀକ୍ଷା ପାଇଁ ପଢ଼ାପଢ଼ିରେ ବ୍ଯସ୍ତ ରହି ନିଜ ମୁହଁକୁ ବି ଦେଖିବାକୁ ସମୟ ମିଳିନି ତାକୁ କେତେଦିନରୁ ।
ପରୀକ୍ଷା ସରିଲା। ଆଶାତୀତ ଭାବେ ଭଲ ହେଇଛି। ମିନତିର ମନ ଭାରି ଖୁସି। ଫେରିବା ରାସ୍ତାରେ ତାକୁ ଦୂରରୂ ଜଣେ ସଂଜୟ ପରି ଲାଗିଲା । କିନ୍ତୁ ଭିଣୋଇଙ୍କ ସାଙ୍ଗରେ ରାସ୍ତା ପାରି ହୋଇ ସେପଟେ ପହଞ୍ଚିଲା ବେଳକୁ ସେଇ ଦରଚିହ୍ନା ଚେହେରାଟି ଗହଳି ଭିତରେ ମିଳେଇ ଗଲାଣି କୁଆଡଡେ ।
ସଂଖ୍ୟା ସହ ମିନତିର ସଂପର୍କର ଅତି ଅନ୍ତରଙ୍ଗ, ପିଲାଦିନରୁ କୋଉ ବି ଲମ୍ବା ସଂଖ୍ୟା କୁ ମନେ ରଖିବାକୁ ଚେଷ୍ଟା କଲେ ତାଂର ଏକାବେଳକେ ମନେ ରହିଯାଏ। ଏଇଟା ତାର ବିଶେଷ ଗୁଣ । ବଡ଼ ବଡ଼ ସଂଖ୍ୟାର ମିଶାଣ, ଫେଡ଼ାଣ ବଡ଼ ସହଜରେ ପଲକ ଭିତରେ କରିଦେଇପାରେ ସେ ।
ସେଦିନ ସଂଜୟ ଫେରିଯିବା ପରେ ତାକୁ ପଛରୁ ଧନ୍ୟବାଦ ଜଣାଉ ଜଣାଉ କମଳା ରଙ୍ଗ ଗାଡ଼ିର ନମ୍ବରଟାକୁ ମନେ ରଖି ଦେଇଥିଲା ମିନତି । ସଂଜୟର ଗାଡ଼ି ନମ୍ବରର ସୂତ୍ର ଧରି ଧରି ତା' ଫୋନ୍ ନମ୍ବରଟା ଯୋଗାଡ଼ କରି ଆଣିଦେଲେ ମିନତିର ଭିଣୋଇ।
ସେଦିନ ଅଧିକା ସମୟ ଠିଆ ହୋଇ ରହିଥିଲେ ଜଣା ନାହିଁ ମିନତିର ଅବସ୍ଥା କ'ଣ ହେଇଥାଆନ୍ତା । ସେମାନଙ୍କୁ କୃତଜ୍ଞତା ଜଣାଇବା କଥା। ମହାନଗରୀରେ ଏତେ ଭଲ ଗୋଟେ ପରିବାର ସହିତ ପରିଚୟ ଥିଲେ ଭଲ ।
ମିନତି ଫୋନ୍ ଲଗେଇଲା। ସେପଟୁ ଫୋନ୍ ରିସିଭ୍ ହେଉ ହେଉ ଖୁସିରେ ଉଛୁଳି ଉଠି କହିଉଠିଲା- ତିନିଦିନ ତଳେ ରାତିରେ ଆପଣ ମିଲେନିୟମ ଟାୱ୍ବାର ପାଖରେ ମତେ ଛାଡ଼ିଥିଲେ, ମନେପଡୁଛି?
ଯିଏ ଫୋନ୍ ଉଠେଇଲା, ସେ କହିଲା ବ୍ଯସ୍ତ ଥିଲା ପରି – ରଙ୍ଗ ନମ୍ବର ।
ମିନତି ଭାବିଲା ଅତି ତରତରରେ ସେ ଭୁଲ୍ ନମ୍ବର ଟିପିଦେଇଛି। କୋଉଠି ଗୋଟେ ରଙ୍ଗ କନେକ୍ସନ୍ ହେଇଗଲା। ଗୋଟି ଗୋଟି କରି ନମ୍ବର ଚେକ୍ କରି ସେ ଶାନ୍ତ ହୋଇ 'ଫୋନ୍' ଲଗେଇଲା ଏଥର|
ନମସ୍କାର, ମୁଁ ମିନତି କହୁଛି। ତିନିଦିନ ତଳେ ମିଲେନିୟମ...
କହିଲି ପରା ରଙ୍ଗ ନମ୍ବର । ମୁଁ ବ୍ୟସ୍ତ ଅଛି ବହୁତ।
ଫୋନ୍ କଟିଗଲା ସେପଟୁ
ଯାଆଲୋ ତୋ ସଂଜୟ । ବେକାର ଲୋକଟା । କଥାବାର୍ତାରେ ସାଧାରଣ ଶିଷ୍ଟାଚାର ନାହିଁ। ଭାବିଲା ବୋଧେ ଆମେ ତା'ଠାରୁ କ'ଣ ଲାଭ ଚାହୁଛୁ?
ଅପାର କଥାରେ ମିନତିର ମନଟା ଖରାପ ହେଇଗଲା ଆହୁରି । ଏତେ ସାହାଯ୍ୟ କରିଥିବା, ଏତେ ଦରଦ ଦେଖେଇଥିବା ସଂଜୟ ଏମିତି ଟାଇଁଟାଇଁଆ ସ୍ଵରରେ କଥା କହିଲା କାହିଁକି?
କେଜାଣି, ସତରେ ବ୍ୟସ୍ତ ଥାଇପାରେ । ରାସ୍ତାରେ ଦେଖା ହୋଇଥିବା ଝିଅ ସହିତ ସଂପର୍କ ବଢ଼େଇବାକୁ ସମସ୍ତେ ଚାହିଁବେ ନାହିଁ।
ତଥାପି କାହାଣୀ ତିଆରି କରିବାର ସୁତ୍ର ଖରାପ କରିଦେବା ପାଇଁ ଚାହିଲା ନାହିଁ ମିନତି । କଶ୍ମୀର ଗଲେ ଅପା ଝିଅ ପାଇଁ କ'ଣ କ'ଣ କିଣାହୋଇ ଆସିବ ସେସବୁର ତାଲିକା କରିବାକୁ ବସିଗଲା ସେ । କାହାଣୀ ତିଆରି କରିପାରୁଥିବା ଲୋକ କ'ଣ ଖାଲି ହାତରେ ବସିପାରିବ... ଗୋଟେ କାହାଣୀ ଯଦି ଗଢ଼ିହେଲା ନାହିଁ, ତା ହେଲେ ନୂଆ କାହାଣୀ ଗଢ଼ାହେବ ।
ଚାକିରି ମିଳିଗଲା। ହାତକୁ ପଇସା ଆସିଲା। ନିଜ ରୋଜଗାର । ବ୍ୟାଙ୍କ୍ରେ ଜଏନ୍ କରିବାର ଚାରି ମାସ ପରେ ତା'ର ଗୋଟେ ଝିଅ ଜନ୍ମ ହେଲା। କଶ୍ମୀର ଯାଇପାରିଲାନି ମିନତି। ଛୋଟ ଝିଅକୁ ପାଳିବାରେ ଅବଶ୍ୟ ତାକୁ ଯେଉଁ ସୁଖ ମିଳୁଥିଲା ଆରବର ବେଷ୍ଟ ବ୍ରିଡର ଘୋଡ଼ାରେ ଚଢ଼ି ଗୁଲ୍ମାର୍ଗ ସୋନ୍ମାର୍ଗରେ ବୁଲିଥିଲେ ସେ ସୁଖ ମିଳି ନ ଥାନ୍ତା।
ପାଠ ପଢୁଥିବା ବେଳେ ମିନତି ନିଜ ଇଚ୍ଛାରେ ବାହା ହୋଇଥିଲା । ଦୁହେଁ ବେକାର। ଶାଶୁ ଘରର ଆର୍ଥିକ ଅବସ୍ଥା ଭଲ ନୁହେଁ। ବାପାଙ୍କ ପେନ୍ସନ୍ ପଇସାରେ ସେ ପାଠପଢ଼ା ସାରିଲା, ଚାକିରି ପାଇଁ ପ୍ରସ୍ତୁତି ବି ଚଳେଇଲା। ଝିଅର ବାପା ଅର୍ଥାତ ସୁରେଶକୁ ବି ଜବ୍ ମିଳିଯାଇଛି ଏବେ ।
ସାନଝିଅ ରାତିସାରା ଚୁପ୍ଚାପ୍ ଶୋଇପଡୁଥିଲା ଆଉ ଦିନରେ ଖୁଉବ୍ ହସୁଥିଲା। ମିନତି ଏବେ ତା ବାପାଙ୍କୁ ପ୍ରତି ମାସରେ ଟଙ୍କା ପଠାଇ ପାରୁଥିଲା ଓ ନିଜ ପାଇଁ ନୂଆ ପୋଷାକପତ୍ର ବି କିଣୁଥିଲା। ମୋଟାମୋଟି ବଡ଼ ସୁଖରେ ସମୟ କଟୁଥିଲା ମିନତିର । ସେ ଏବେ ପ୍ରତିଦିନ ଶହ ଶହ କାହାଣୀ ତିଆରି କରି ତା' କୁନିଝିଅକୁ ଶୁଣଉଥିଲା। କାହାଣୀ ତିଆରି କରି ପବନରେ ଉଡ଼େଇ ଦେବା ଆଉ କାହାଣୀ ତିଆରି କରି ନିଜର କୁନି ଝିଅକୁ ଶୁଣେଇବା ଭିତରେ କେତେ ପ୍ରଭେଦ ସେ ଏବେ ବୁଝିପାରୁଥିଲା।
ପରବର୍ଷ ନଭେମ୍ବର ୨୯ ତାରିଖରେ ଲେଖାଯାଇଥିବା ମିନତିର ହାତଲେଖା ଚିଠିଟେ ପହଞ୍ଚେ ସଂଜୟର ଘର ଠିକଣାରେ।
“ଗତବର୍ଷ ଆଜି ତାରିଖରେ ଆପଣ ମତେ ବହୁତ ସାହାଯ୍ୟ କରିଥିଲେ। ହୁଏତ ଆପଣଙ୍କର ସେ କଥା ମନେ ନ ଥିବ, ମନେ ନ ରହିବା ବି ସ୍ଵାଭାବିକ । କିନ୍ତୁ ଦୟାକରି ଏ ଚିଠିଟିକୁ ଶେଷ ପର୍ଯ୍ୟନ୍ତ ପଢ଼ିବେ। ଏସ୍. ବି.ଆଇ. ର ଅଫିସର ପୋଷ୍ଟ ପାଇ ଭାଇଭା ଦେବାକୁ ଆସୁଥିଲି ସେଦିନ । ଚାକିରି ମିଳିଯାଇଛି। ନିଜ ଇଚ୍ଛାରେ ପୋଷ୍ଟ ଗ୍ରାଜୁଏସନ୍ ନ ସରୁଣୁ ବାହା ହୋଇଯାଇଥିଲି। ଆମ ଦୁହିଁଙ୍କର ରୋଜଗାର ନାହିଁ। ଟିଉସନ୍ ଓ ପାର୍ଟ ଟାଇମ୍ ଚାକିରିରୁ ଯାହା ଯେତିକି ମିଳେ ସେଥିରେ ଚଳିବା କଷ୍ଟ । ଏଣେ ପେଟରେ ତିନି ମାସର ପିଲା । ବୁଝିପାରୁଥିବେ ମୋ ପାଇଁ ଚାକିରିଟା କେତେ ଜରୂରୀ ଥିଲା। ଜାଣନ୍ତି, ସେଦିନ ଚଉଦ ନମ୍ବର ବସ୍ ଜମାରୁ ଆସି ନ ଥିଲା। ଆପଣମାନେ ସାହାଯ୍ୟ କରି ନ ଥିଲେ କେତେ ହଇରାଣ ହେଇଥାଆନ୍ତି ଭାବିଲେ ଏବେ ବି ଆତଙ୍କ ଗ୍ରାସିଯାଏ। ସତ କଥା, ମତେ ଡର ମାଡୁଥିଲା। ଭୋକ ବି କରୁଥିଲା ବହୁତ । ଡେରିରେ ଘରେ ପହଞ୍ଚିଥିଲେ ସକାଳୁ ପଚାଶ କିଲୋମିଟର ଯାତ୍ରା କରି ଇଣ୍ଟରଭ୍ୟୁ ପାଇଁ ଠିକ୍ ସମୟରେ ହୁଏତ ପହଞ୍ଚିପାରି ନ ଥାନ୍ତି । ହୁଏତ ଅଧିକ ଅସୂସ୍ଥ ହୋଇ ଭଲ କରି ନ ଥାନ୍ତି ପରୀକ୍ଷାରେ। -
ଆଜି ନୁହେଁ ସାରା ଜୀବନ ମୁଁ ଓ ମୋ ପରିବାର କୃତଜ୍ଞ ରହିବୁ ଆପଣଙ୍କ ପାଖରେ। ମୋ ଭିଣୋଇ ଟ୍ରାନ୍ସପୋର୍ଟରେ କାମ କରନ୍ତି। ସେ ଆଣି ଦେଇଥିଲେ ଆପଣଙ୍କ ନମ୍ବର।
ଏହାପରେ ଆଉ କୌଣସି ଦିନ ମୁଁ ଆପଣଙ୍କୁ ବିରକ୍ତ କରିବି ନାହିଁ। ଆପଣ ସବୁଦିନ ଜଣେ ଭଲ ମଣିଷ ହୋଇ ରହିବେ - ଏତିକି ଭରସା ମୋର ଆପଣଙ୍କ ଉପରେ ଅଛି। `
ଆଉ ହଁ, ମୋର ଝିଅଟେ ହୋଇଛି। ତା' ନାଁ ରଖିଛି ମୁଁ... ମଞୁ ।
ସଂଜୟର ମନେ ଥିଲା। କାକୁସ୍ଥ ଦୁର୍ବଳ। ଅସହାୟ ଝିଅଟିଏ। ଅତି ସାଧାରଣ ଗାଉଁଲି ଝିଆ ପଛରୁ ଟାଣି ଧରିଲା ପରି କିଛି ନ ଥିଲା ତାଂ ଚେହେରାରେ ଉଚ୍ଚାରେ ସଂଜୟର କାନ୍ଧଠୁ ଅନେକ ତଳୋ ସ୍କୁଟିରେ ତା ପଛରେ ବସିଥିଲାବେଳେ ଏତେ ହାଲୁକା ଲାଗୁଥିଲା ଯେ ସଂଜୟକୁ ଲାଗିଥିଲା ସ୍କୁଲ୍ରେ ପଢୁଥିବା ସାନଝିଅଟିଏ ବସିଛି ପଛରେ। ଯେମିତି ଡଗଡଗ ହୋଇ ଚାଲି ଚାଲି ନିଜ ସିଟ୍କୁ ନ ଫେରି ସେ ସିଧା ଆସି ତା' ପାଖରେ ବସିଯାଇଥିଲା, ନିଶ୍ଚିନ୍ତ ଆଶ୍ରୟ ଖୋଜି ପାଇଗଲା ପରି, ସେକଥା ଯେବେ ବି ମନେ ପଡ଼ିଛି ମନେ ମନେ ଖୁବ୍ ହସିଛି ସେ। ସେଇ ଡରକୁଳୀ ଝିଅଟିର ଆଖି କିନ୍ତୁ ଖୁବ୍ ଉଜ୍ଜ୍ଵଳ ଥିଲା, ଆଶାଭରା ଓ କୌତୁକିଆ ନିଜର ଓଜନିଆ ଏଆରବ୍ୟାଗ୍କୁ ଉଠେଇପାରୁ ନ ଥାଏ ବିଚାରୀ, ଏଣେ ବେକ ସଳଖି ଏମିତି ଅନଉଥାଏ ଯେମିତିକି ଦରକାର ପଡ଼ିଲେ ପାହାଡ଼ ଉଠେଇଦେବା।
ସେଇ ପାହାଡ଼ଉଠା ପାରଦର୍ଶିତା ଝଲସୁଥିବା ତା' ଚାହାଣି ଯୋଗୁଁ ମନେ ରହିଯାଇଛି ସିଏ।
ମଞ୍ଜୁ ମାନେ ସଂଜୟର ମାଆ କହିଲେ- ଝିଅଟା ଫୋନ୍ କରିଥିଲା। କଥାବାର୍ତା ଛାଡ଼, ରଙ୍ଗ ନମ୍ବର ବୋଲି କହି ସୂତା ଛିଣ୍ଡେଇ ଦେଲୁ ତୁ! ତୂ ମିଛ କହିଲୂ ବୋଲି ସେ କ'ଣ ଜାଣିପାରି ନ ଥିବ? ସେ ତା' ନାମ ଓ ଠିକଣା ସେଇଥିପାଇଁ ଲେଖିନି ଚିଠିରେ । ଭାରି ଭଲ ଝିଅଟାଏରେ... ତୁ କିଛି ଭଲ କଲୁନି ରଙ୍ଗ ନମ୍ବର ବୋଲି କହି।
ଏବେ ଏମିତି କହୁଛୁ ସେତେବେଳେ କହିଥାଆନ୍ତୁ ଟିକିଏ ଛାଡ଼ିଦେଇ ଆସିଲୁ ଘର ପାଖରେ ବୋଲି ସାଙ୍ଗେ ସାଙ୍ଗେ ଗପସପ ଆରମ୍ବ ହେଇଗଲା ଫୋନ୍ରେ କି ଭୟଙ୍କର ଝିଅ... ଫୋନ୍ ନମ୍ବର ତୁ ଯଦି ଦେଇନୁ ବୋଲି କହୁଛୁ ତା'ହେଲେ ସେ ପାଇଲା କୋଉଠୁ?
ଏକାଠି ହସିଲେ ମାଆପୁଅ।
ସଂଜୟ ଏବେ ବି ବେକାର ଅଛି। କିନ୍ତୁ ଏବେ ଆଉ ସେ ଆଶା ଓ ବିଶ୍ଵାସ ହରାଏ ନାହିଁ ନିଜ ଉପରୁ ।
କାହାଣୀ ତିଆରି କରି ଖୁସି ରହୁଥିବା, ସ୍ଵପ୍ନ ଦେଖୁଥିବା, ଲଢ଼େଇ କରୁଥିବା ଆଉ ଧୈର୍ଯ୍ୟ ହରାଉ ନ ଥିବା ମିନତି ଗୋଟେ ଭଲ କାହାଣୀର ମଞ୍ଜି ହୋଇ ପୋତା ହୋଇଯାଇଛି ସଂଜୟର ମନ ଭିତରେ ।

COMMENTS - 0