ଜୀବନ ସ୍ଵତ୍ଵ
ନିବାରଣ ଜେନା
ତା'ର ମନେହେଲା - ଏ ପୃଥିବୀରେ ମୋର ଦିନକାଳ ସରିସରି ଆସୁଛି। ସରିଆସୁଚି ପୃଥିବୀକୁ ମୋର ଯାହା ଦେବାର କଥା। ଯାହା ଦେବାର ଥିଲା ମୋ ପରିବାରକୁ. ସମାଜକୁ ସାହିତ୍ୟକୁ । ଏବେ ମୁଁ ନିଃସ୍ଵ । ଅସମର୍ଥ । ଅପରେସନ୍ ପରେ ଦିବାକରର ଏମିତି ଚିନ୍ତାଧାରା ।
ତା'ର ମନେହେଲା - ଏ ପୃଥିବୀରେ ମୋର ଦିନକାଳ ସରିସରି ଆସୁଛି। ସରିଆସୁଚି ପୃଥିବୀକୁ ମୋର ଯାହା ଦେବାର କଥା। ଯାହା ଦେବାର ଥିଲା ମୋ ପରିବାରକୁ. ସମାଜକୁ ସାହିତ୍ୟକୁ । ଏବେ ମୁଁ ନିଃସ୍ଵ । ଅସମର୍ଥ । ଅପରେସନ୍ ପରେ ଦିବାକରର ଏମିତି ଚିନ୍ତାଧାରା । ଡାକ୍ତରକହିଲେ- ସେଣ୍ଟ୍ ପରସେଣ୍ଟ୍ ବ୍ଲକ୍। ତେବେ ଗୋଟିଏ ସରୁ ଧମନୀବାଟେ ନେଚୁରାଲ୍ ବାଇପାସ୍ ଦେଇ ରକ୍ତ ସଞ୍ଚାରିତ ହେଉଛି। ସେ ଧମନୀ ଯଦି ବ୍ଲକ୍ ହୋଇଯିବ ତେବେ ମୁତ୍ୟୁ ଅନିବାର୍ଯ୍ୟ । ଖିଆପିଆରେ ସତର୍କ ରହିବ । ଚର୍ବିଜାତୀୟ ଖାଦ୍ୟ ବର୍ଜନୀୟ।
ଏ ଡାକ୍ତର! ତମ ଜିଭ ଅଟକିଗଲାନି ଏମିତି କଥା କହି ଗୋଟିଏ ରୋଗୀକୁ ବାକି ଜୀବନ ଛଟପଟ କରିବାରେ? ତମେ ମୋ ସ୍ତ୍ରୀକୁ କହିପାରିଥାନ୍ତ ! ମୋ ପୁଅକୁ କହିପାରିଥାନ୍ତ! ରୋଗୀକୁ ଏମିତି କହି ତାଙ୍କୁ ସବୁଦିନ ପାଇଁ ଗୋଟିଏ ଆତଙ୍କରେ ରହିବା ପାଇଁ ବାଟ ବତାଇଲ କାହିଁକି ?
ହସ୍ପିଟାଲ୍ରୁ ଫେରିବା ପରେ ଶଳା ରମେଶ ଆସିଥିଲା ଦେଖିବାକୁ। ରମେଶ ଗୋଟିଏ ଇନ୍ସୂରେନ୍ସ କମ୍ପାନିରେ କାମ କରେ। ଚାକିରି ନୁହଁ, ଏଜେଣ୍ଟ । ସବୁକଥା ଶୁଣିବା ପରେ ତା’ ଭଉଣୀକୁ କହିଲା- ଅପା, ଭାଇଙ୍କ ରଇନ୍ସୁରେନ୍ସ ଗୋଟିଏ କରିଦେଲେ ଭଲହେବ । ବର୍ଷକୁ ପାଞ୍ଚଲକ୍ଷ ଦେବାକୁ ପଡ଼ିବ। କିଛି ହେଇଗଲେ କୋଡ଼ିଏ ଲକ୍ଷ ମିଳିବ। ନ ହେଲେ ଦଶ ବର୍ଷ ପରେ ଡିପୋଜିଟ୍ର ଦୁଇଗୁଣା ମିଳିବ । ରମେଶର ଏ ପ୍ରସ୍ତାବ ଶୁଣି ସେ ଚମକିଉଠିଲା- ବର୍ଷକୁ ପାଞ୍ଚଲକ୍ଷ? ଦୁଇ ମାସ ପରେ ମୋର ଅବସର । ବର୍ଷକୁ ପାଞ୍ଚଲକ୍ଷ କେଉଁଠୁ ଆଣିବି? ନା, ଏଥିରେ ମୁଁ ରାଜି ନୁହଁ । ତା'ର ଏ ନାସ୍ତିବାଚକ ଉତ୍ତରରେ କିନ୍ତୁ ରମେଶ ଦବିଯିବାର ଲୋକ ନୁହଁ । କ୍ଲାଏଣ୍ଟକୁ କେମିତି ମନେଇବାକୁ ପଡ଼େ ସେ ବିଦ୍ୟା ତାକୁ ଭଲ ଭାବେ ଜଣା। କହିଲା- ଭାଇ, ତମକୁ ଟଙ୍କା କଥା ବୁଝିବାକୁ ପଡ଼ିବନି। ସେ ଦାୟିତ୍ଵ ମୋର | ତୁମ ପାଇଁ ମୁଁ ଟଙ୍କା ଭରିବି। ତମେ ଖାଲି ପ୍ରଥମ କିସ୍ତିଟା ଦେବ। ଅବସରବେଳେ କମ୍ସେ କମ୍ ପଚାଶ ଲକ୍ଷ ତ ପାଇବ, ସେଥିରୁ ପାଞ୍ଚଲକ୍ଷ ଦେଇଦେବ । ବାକି ପ୍ରତିବର୍ଷ ମୁଁ ଭରିବି। ଦଶ ବର୍ଷ ପରେ ମିଳିବ ଗୋଟିଏ କୋଟି । ତମେ ଦେଇଥିବ ପାଞ୍ଚ ଲକ୍ଷ ଆଉ ମୁଁ ଦେଇଥିବି ପଇଁଚାଳିଶ ଲକ୍ଷ । ଦଶ ବର୍ଷ ପରେ ତମେ ନବ କୋଡ଼ିଏ ଲକ୍ଷ । ଆଉ ମୋର ଭାଗ ଅଶୀ ଲକ୍ଷ । ଅର୍ଥାତ ପାଞ୍ଚ ଲକ୍ଷ ଦଶ ବର୍ଷରେ ଚାରିଗୁଣା । ଆଉ ଈଶ୍ବର କରନ୍ତୁ, ତମର କିଛି ନ ହେଉ। କିଛି ହେଇଗଲେ ବି ଏଇ ବର୍ଷେ ଦି'ବର୍ଷରେ ପାଇଯିବ କୋଡ଼ିଏ ଲକ୍ଷ ।
ରମେଶ ଗଣିତ ବୁଝାଇଲା । ସ୍ତ୍ରୀର ମୁହଁ ଉଜ୍ଵଳି ଉଠୁଥିଲା । ରମେଶ ଗୋଟିଏ ଫର୍ମରେ ଚାରି ଜାଗାରେ ଦସ୍ତଖତ କରିନେଲା । ତା’ ଅପାକୁ କହିଲା- ଭାଇର ଗୋଟିଏ ଫଟୋ ଦେ । ଆଉ ଆଧାର କାଡର ଜେରକ୍କ୍ ଥିଲେ ଦେ, ନ ହେଲେ କାର୍ଡଟା ଦେ ମୁଁ ଜେରକ୍କ୍ କରିଆଣେ ।

- ଆରେ ମୁଁ ଆଗେ ରିଟାୟାର୍ଡ କରେ, ତା'ପରେ ଏସବୁକରିବା ।
ତା' କଥା କିନ୍ତୁ ରମେଶ ଶୁଣିବା ଅବସ୍ଥାରେ ନ ଥିଲା। କହିଲା, ମୁଁ ଏବେ ଟଙ୍କା ଦେଇଦେଉଛି । ଦି' ମାସ ପରେ ତମେ ରିଟାୟାର୍ଡ ଟଙ୍କା ପାଇଲେ ମୋତେ ଦେଇଦେବ । ଏ କାମରେ ଆଉ ଡେରି କରିବା ଉଚିତ ନୁହଁ । କେତେବେଳେ କୋଉକଥା । ସୁଯୋଗ ଥରେ ଆସେ । ତେବେ
ତମର ଏ ରୋଗ କଥା କାହାରିକୁ କହିବ ନାହିଁ। ରୋଗ ଥିଲେ ଇନ୍ସୁରେନ୍ସ ହେବା କଥା ନୁହଁ । ମୁଁ ବୋଲି ତୁମର କରିଦେଉଛି । ରମେଶର “କେତେବେଳେ କୋଉ କଥା ଖଣ୍ଡବାକ୍ୟଟା ତା'
ମନରେ ଗୋଟିଏ ଆତଙ୍କର କମ୍ପନ ସୃଷ୍ଟି କଲା। ଏହାର ମାନେ - ତମର ଯେଉଁ ଅବସ୍ଥା , କିଏ ଜାଣେ କେତେବେଳେ ଠକ୍ କରି....|
ରମେଶ ବିଦାୟ ନେଲା। ଯିବାବେଳେ ତା’ର ପାଦଧୂଳି ନେଇଗଲା । ହୁଏତ ଭାବିଲା, କିଏ ଜାଣେ, ଆଉ ଜୀବନରେ ପୁଣି ଦେଖାହେବ କି ନାହିଁ । ଏବେ ଦିବାକରର ଦିନ ବିତୁଛି ଆତଙ୍କରେ । କିଏ ଜାଣେ କେତେବେଳେ ସେ ସରୁ ଧମନୀଟା କୋଲେଷ୍ଟ୍ରେରୋଲ ପୂରିଯାଇ ରକ୍ତ ସଞ୍ଚାଳନର ବାଟ ବନ୍ଦ କରି ତା' ଜୀବନନାଟିକାର ପରିସମାପ୍ତି ଘଟାଇବ । ଏଣୁ ଦିବାକର ସର୍ବଦା ଦିନଟା ଭିତରେ ପାଞ୍ଚ ଥରରେ ଦଶଟା ଟାବ୍ଲେଟ୍ ଓ କ୍ୟାପ୍ସୁଲ୍ ଗିଳି ଚାଲିଛି । ଖାଦ୍ୟକୁ ଔଷଧ ପ୍ରାୟ ଖାଉଛି। ଖାଲି ସିଝା ତରକାରି। ବର୍ଷେ ପୂରିଲା | ପୁଣି ଇନ୍ସୁରେନ୍ସର ପ୍ରିମିୟମ୍ ଭରିବା ସମୟ । ରମେଶ ଫୋନ କଲା , ଭାଇ ଇନ୍ସୁରେନ୍ସ ଟଙ୍କା ଦେବ?
ଦିବାକର ବିରକ୍ତ ହେଲା- ଇନ୍ସୁରେନ୍ସ କରିବାବେଳେ କ'ଣ ସର୍ତ ଥିଲା ମନେନାହିଁ ?
- ହଁ ଯେ, ଭାବିଲି ଯଦି ଟଙ୍କା ଥିବ ତମେ ଦେଲେ ଭଲହୁଅନ୍ତା ।
ଦିବାକର ରାଗିକରି କହିଲା- ତୁ ଜାଣୁ ମୋ ଚାକିରିରେ ପେନ୍ସନ୍ ନାହିଁ, ତଥାପି ଯାହା ପାଇଥିଲି ସେଥିରେ ଘରଟେ ତୋଳି ଆଉ ବ୍ୟାଙ୍କରେ ଦଶଲକ୍ଷ ରଖିଚି ତା'ର ସୁଧରେ ଚଳିବି । ତୁ କେମିତି ଟଙ୍କା ମାଗୁଛୁ?
- ନାଇଁ, .ମୁଁ ଭାବିଲି ଯଦି ଦେଇ ପାରିଥାନ୍ତ...।
ସେ ବର୍ଷ ଅବଶ୍ୟ ରମେଶ ପ୍ରିମିୟମ୍ ଭରିଦେଲା । ତା'ପରେ ବିଶ୍ବକୁ ଆକ୍ରାନ୍ତ କଲା ମହାମାରୀ କରୋନା । ହଜାର ହଜାର ଲୋକ ସଂକ୍ରମିତ ହେଲେ । ମଲେ ଅନେକ । ସରକାର ଘୋଷଣା କଲେ- ହୃଦ୍ରୋଗ, ମଧୁମେହ ରୋଗ ଇତ୍ୟାଦି ଥିବା ଲୋକ ପ୍ରତି କରୋନା ଅଧିକ ବିପଜ୍ଞଜନକ । ଏ ଘୋଷଣା ପରେ, ଫାଶୀ ଆଦେଶ ପରେ ଫାଶୀ ଦିନଯାଏ ଦୋଷୀର ମାନସିକ ଅବସ୍ଥା ପରି ଦିବାକରର ଅବସ୍ଥା । କିଏ ଜାଣେ କରୋନା କେତେବେଳେ ତାକୁ ସଂକ୍ରମିତ କରିବ ।
ରମେଶ ସପ୍ତାହରେ ଦୁଇଥର ତା' ଅପାକୁ ଫୋନ୍କରି ଅବସ୍ଥା ବୁଝେ । ସେ ତ ଆଗର୍ ଏତେ ଫୋନ୍ କରୁ ନ ଥିଲା, ଏବେକାହିଁକି ବାରମ୍ବାର ଫୋନ୍ କରୁଛି? ଭାବୁଛିକି, ଭାଇ ପରି ହୃଦ୍ରୋଗୀକୁ କେତେବେଳେ କରୋନାର ସଦୟ ଦୃଷ୍ଟିପଡ଼ିବ ?

COMMENTS - 0