ମୂଷା - ଏକ ପ୍ରେମ କଥା
ଶଶାଙ୍କ ପ୍ରିୟସଖା
ସମସ୍ତେ ଶୋଇଗଲା ପରେ ରାତ୍ରିର ନିସ୍ତବଧତା ଭିତରେ ଉଜାଗର ରହି ଓ ଆମ କବି ଲେଖକମାନେ ଚିତ୍ରକଳ୍ପ , ପ୍ରତୀକ ରୂପକ, ବିମ୍ବ ଇତ୍ଯାଦି ଖୋଜି ବୁଲୁଥା'ନ୍ତି । ମୋର ଉଜାଗର ରହି ଏଇ ଖୋଜି ବୁଲିବାର ଅଭ୍ୟାସଟକୁ ମୁଁ ଗ୍ୟାଙ୍ଗଟକ୍ରେ ରହୁଥଲାବେଳେ କେତେବାର - ଶକ୍ତ ଝଟକା ଲାଗିଥିଲା।
ସମସ୍ତେ ଶୋଇଗଲା ପରେ ରାତ୍ରିର ନିସ୍ତବଧତା ଭିତରେ ଉଜାଗର ରହି ଓ ଆମ କବି ଲେଖକମାନେ ଚିତ୍ରକଳ୍ପ , ପ୍ରତୀକ ରୂପକ, ବିମ୍ବ ଇତ୍ଯାଦି ଖୋଜି ବୁଲୁଥା'ନ୍ତି । ମୋର ଉଜାଗର ରହି ଏଇ ଖୋଜି ବୁଲିବାର ଅଭ୍ୟାସଟକୁ ମୁଁ ଗ୍ୟାଙ୍ଗଟକ୍ରେ ରହୁଥଲାବେଳେ କେତେବାର - ଶକ୍ତ ଝଟକା ଲାଗିଥିଲା। ସେଇ ଶୀତପ୍ରଧାନ ପାହାଡ଼ୀ ସଭ୍ୟତାରେ ସ୍ତ୍ରୀପୁରୁଷ ନିର୍ବିଶେଷରେ ବେଶୀଭାଗ ଲୋକ ନିଶା ସେବନ “- କରନ୍ତି ଓ ସେମାନେ ଅନେକାଂଶରେ ରାତିର ପ୍ରଥମ ପ୍ରହରରେ ହିଁ ଶୋଇଯା' ନ୍ତି। ସେଇଠୁ ଆରମ୍ବ ହୁଏ ମୋର ଉଜାଗର ପ୍ରକ୍ରିୟା ଥରେ ଏମିତି ଗଭୀର ରାତିରେ ଶୁଣିବାକୁ . ପାଇଲି ପାରା ଘୁମୁରୁଥିବାର ଲମ୍ବା ଶବ୍ଦ । ଅଥଚ ସେଠି ପାରା ତ ରହୁ ନ ଥିଲେ। ଭୟଭୀତ କଲା ପରି ସେଇ ଶବ୍ଦଟି ଥରେ ନୂହେଁ ଅନେକଥର ଶୁଣିବାକୁ ପାଇଲି। ପରେ ଅବଶ୍ୟ ଜାଣିବାକୁ ପାଇଲି ମୋ ଭଡ଼ାଘରର ମାଲିକାଣୀଙ୍କ ଶାଶୂ ବୟସାଧିକ୍ୟ ଯୋଗୁଁ ଶୀତ ସମ୍ଭାଳି ନ ପାରି ଏମିତି କମ୍ପ ସୃଷ୍ଟି କରୁଥିଲେ।
ସେଇ ଭୟଟି କଟୁଣୁ ନ କଟୁଣୁ ଆଉ ଥରେ ମଧ୍ୟରାତ୍ରିରେ ଗୋଟେ ବିକଟାଳ ଶବ୍ଦ ସେଇ ରାତିଟିକୁ ମୋ ଜୀବନର ଅଦ୍ୟାବଧି ସବୁଠ୍ରୁ ଭୟଙ୍କର ରାତିରେ ପରିଣତ କରିଦେଲା। ମୋ ଘରେ ଆଲୁଅ ଜଳୁଥିଲା। ସେଇ ବିକଟାଳ ଶବ୍ଦଟି ମୋ ଘର ଆଡ଼କୁ ମାଡ଼ି ମାଡ଼ି ଆସୁଥିଲା ଓ କେହି ଜଣେ ମୋ ଘରର କବାଟକୁ ବାଡ଼େଇବାରେ ଲାଗିଲା। ସେଇ ଶୀତରାତିରେ ମୁଁ ଝାଳ ଜଡ଼ସଡ଼ ହେଇଯାଇଥିଲି ଓ ଅଗତ୍ୟା ଘରର ଆଲୁଅ ଲିଭେଇଦେଲି। କ୍ରମଶଃ ଶବ୍ଦଟି ଦୂରେଇ ଯାଉଥିବାରୁ ମୁଁ ସାହସ କରି ପର୍ଦ୍ଦା ହଟେଇ କାଚ ଝରକା ଦେଇ ଦେଖିବାକୁ ପାଇଲି - ଭୂତ । ଦେହସାରା କଳାଧଳା ଗାର| ଯାବତୀୟ ଦୁଶ୍ଚିନ୍ତା ମନ ଭିତରକୁ ଆସିବାକୁ ଲାଗିଲା। _ ମୁଁ ଦେଖିବାକୁ ନ ଚାହଁ ଚ୍ୟାନେଲ୍ ବଦଳଉ ଥିବାବେଳେ ମୋ ଆଖିରେ ସେଯାବତ଼ କଏଦ ହେଇ ରହିଯାଇଥିବା ଯାବତୀୟ ହରର୍ ସିନ୍ ସବୁ ମୋ ଘର ଭିତରେ ଦୃଶ୍ୟାୟିତ ହେବାରେ ଲାଗିଲା। ମୁଁ ଖୁବ୍ ଜୋର୍ ଭଲ୍ୟୁମ୍ ଦେଇ ଟି.ଭି. ଅନ୍ କରିଦେଲି ଓ କମ୍ବଳ ଭିତରେ ମୁହଁ ଢାଙ୍କି ଶୋଇପଡ଼ିଲି।
ପରଦିନ ଅଫିସ୍ରେ କଥାଟି କହିଲି। ଆମ ଅଫିସ୍ ପିଅନ ତାସି ଭୂଟିଆ ହସିଲା- ଭୂତର ହସ ପରି ହସ। ପୂର୍ବଦିନ ରାତିରେ ବିକଟାଳ ଶବ୍ଦ କରି ଆସିଥିବା ଭୂତଟି ପ୍ରକୃତରେ ଜଣେ ତାନ୍ତ୍ରିକ । ସେମାନେ ଶରୀରକୁ ଅତି ବିକୃତ ଭାବରେ ସଜେଇ, ଦେହରେ ରଙ୍ଗ ବୋଳି, ଗୋଟେ ହାତରେ ମୃତ ମଇଁଷିର ଖପୁରି ଓ ଆଉ ଗୋଟେ ହାତରେ ମଇଁଷି ଶିଙ୍ଗ ଧରି ମୁହଁରେ ଫୁଙ୍କି ଵିକଟାଳ ଶବ୍ଦ ତିଆରି କରି ଗଭୀର ରାତିରେ ଭୂତ ଘଉଡ଼େଇଥାନ୍ତି। ମୁଁ ମନେ ମନେ ସେଇ ତାନ୍ତ୍ରିକ ଟି ଉଦ୍ଦେଶ୍ୟରେ “ଶଳା, 'ଶଶୁର' ଆଦି ଦି'ପଦ ଗାଳି ଫିଙ୍ଗି ଦେଲି ଓ ବିରକ୍ତ ହେବାଭଳି ପଚାରିଲି, ““ସେଇ ଭୂତ ଘଉଡ଼େଇବା ଠିକାଟା ତାଙ୍କୁ ଦେଇଚି କିଏ ?'
ତାସି ଭୂଟିଆ କହିଲା, ““ଏ ପାହାଡ଼ରେ ଏମିତି ଅନେକ ତାନ୍ତ୍ରିକ ଅଛନ୍ତି । ଭୂତ ଘଉଡ଼େଇବାଟା ସେମାନେ ତାଙ୍କର ନୈତିକ କର୍ତବ୍ୟ ବୋଲି ମନେ କରନ୍ତି । ରାତିରେ ଯେଉଁ ଘରେ ଆଲୁଅ ଜଳୁଥାଏ, ସେଠାରେ ମଧ୍ୟ ଭୂତ ଥାଂତି ବୋଲି ସେଇ ତାନ୍ତ୍ରିକମାନେ ବିଶ୍ଵାସ କରନ୍ତି।”'

ଏତିକିରେ ମୋର ରାତି ଉଜାଗର ରହି ବିମ୍ବ ଆଉ ଚିତ୍ରକଲ୍ବ ଇତ୍ଯାଦି ପଛରେ ପଡ଼ିବା ପୂରା ଠପ୍ ହେଇଗଲା। ଏଣିକି ମୋର ଯାହା ଲେଖିବାର. କଥା ସିଧାସଳଖ ଭାଷାରେ ଦିନ ଥାଉଁ ଥାଉଁ ଲେଖିଦେଲି ଓ ପାହାଡ଼ର ଅଧିବାସୀ ପରି ସଅଳ ସଅଳ ଶୋଇପଡ଼ିଲି।
ଏଇବେଳେ କାହାରି ଆସିବାର ପାଦଶବ୍ଦ । ମୋ ଟି.ଭି କେବୁଲ୍ ତାରଟି ହଲିଯାଏ, ଟେଲିଫୋନ୍ ତାରଟି ଦୋହଲିଯାଏ। ଟେବୁଲ୍ ଉପରେ ଝଣ୍କରି କ'ଣ ଗୋଟେ ଖସିପଡ଼େ | ମୁଁ ଭୟଭୀତ ହେଇ ବେଡ଼ ସ୍ଵିଚ୍ଟା ଅନ୍ କରିଦିଏ- ମୂଷା | ଚୁଟିଆ ମୂଷା| ଏ ଗପ ପଢ଼ସାରି ଏଯାବତ଼଼ ବିମ୍ବ ଆଉ ଚିତ୍ରକଳ୍ପ ପଛରେ ପଡ଼ିଥିବା ଆମ ଭାଷା ସାହିତ୍ୟର ଆଲୋଚକ, ସମାଲୋଚକ ଓ ବିଶାରଦମାନେ ମୂଷା ଗୋଟେ ଅମୁକ, ମୂଷା ଗୋଟେ ତମୁକ, ମୂଷା ଗୋଟେ ହେନ୍ଟେନ୍ ଇତ୍ୟାଦି ବିଭ୍ରାନ୍ତିକର ମନ୍ତବ୍ୟମାନ ଦେବେ। ହେଲେ ମୁଁ କହିରଖୁଚି ମୂଷା ଗୋଟେ ବିମ୍ବ କିମ୍ବା ସେଭଳି କିଛି ନୁହେଁ। ମୁଁ ସିଧା ଭାଷାରେ ଲେଖେ । ମୁଁ ମୂଷାକୁ ମୂଷା ଭାବେ ହିଁ ଲେଖିଚି। ତଥାପ ଟାଣ କହୁଣିଆ ପ୍ରଜାତିର. କିଛି ବିଶାରଦମାନେ ମୋ କଥାକୁ ଗ୍ରାହ୍ୟ ନ କରି ମୂଷାକୁ 'ପ୍ରେମ' କିମ୍ବା “କାମ' କିମ୍ବା 'ଅହଂକାର' କିଛି ନା କିଛି ସହିତ ଯୋଡ଼ିଦେବେ ବୋଲି ମୋର ପୂର୍ବାନୁମାନ। ସେମାନଙ୍କ ପାଇଁ ମୋର ଅଗ୍ରିମ ଗୋଟେ ମିନିଟର ନିରବ ପ୍ରାର୍ଥନା।
ହେଲେ ଏ ଗପ ପୂରା ପଢ଼ିସାରି କେହି କେହ ପାଠକ ତ ନିଶ୍ଚୟ କହିବେ- ଆରେ ବାବୁ! ଏତେ କାଣ୍ତ କଲ, ଶୁଖୁଆ ଗୁଣ୍ତ ଓ ଅଟା ଗୋଲିକରି ଟେଳେ ବିଷ ନ ଦେଲ କିଆଁ ?
ହରି ରାମ୍! ହରି ରାମ୍। କ'ଣ କହିଲେ ଆଜ୍ଞା। ଆମେ ପରା ଲେଖକ । କବି। ଦୁନିଆର ସବୁଠୁ ବେଶୀ ସମ୍ବେଦନଶୀଳ ଲୋକ! ଆମେ କଣ ବିଷ ଦେଇପାରିବୁ? ତେବେ ହଁ, କାଠଫାଳିଆରେ ପିଟି ତା' ମୁଣ୍ତଟାକୂ ଛତୁ କରିଦବା ଭିନ୍ନେ କଥା।
ମୂଷାଟି କେବୁଲ୍ ତାର ଉପରେ ବସି ଜଳଜଳ କରି ମୋତେ ଚାହିଥିଲା। ପଛ ଗୋଡ଼ରେ ବସିରହି ଆଗ ଦୁଇ ଗୋଡ଼ ଯୋଡ଼ି ଆଖି ମିଟି ମିଟି କରି ସଟେକି ସେ ପ୍ରଥମ ଦେଖାରେ ମୋତେ ନମସ୍କାର କରୁଥିଲା। କେବୂଲ୍ ତାର ଦେଇ ଟି.ଭି.କୁ ଆସୁଥିବା ଟମ୍ ଜେରୀ ସିରିଏଲ୍ର ଟମ୍ ହୁଏତ ଟି.ଭି ଭିତରେ ଜେରୀକୁ ଖୋଜୁଚି ଯେ ଖୋଜୁଚି, ଅଥଚ ଟି.ଭି ପର୍ଯ୍ୟନ୍ତ ନ ଆସି ଅଧାବାଟରେ ଚିତା କାଟିଦେଇ କେବୁଲ୍ ତାର ଭିତରୁ ବାହାରି ଆସି ଯେମିତି ଠୋ' ଠୋ' ହେଇ ହସୁଚି ଫାଜିଲ ଜେରୀ। ଆଉ ମୁଁ ଟମ୍କୁ ଏକଥା ନ ଜଣାଏ, ସେଇଥିପାଇଁ ତା'ର ମୋତେ ଏ ନମସ୍କାର। ତା'ପରେ ବୋଧେ ଖୁବ୍ ସରୁ, ସୂତା ଭଳି ସରୁ ହେଇ ଟମ୍ ପଶିଯାଉଚି କେବୁଲ୍ ତାରରେ ତ ଜେରୀ ଡିଆଁମାରି ଟେଲିଫୋନ୍ ତାର । ଆହାଃ! ଏମିତି ହେଇନି ତ - ଟମ୍ ଟି.ଭି ଭିତରେ ପହଞ୍ଚିଯାଇଚି ଆଉ ମୁଁ ସ୍ଵିଚ୍ ଅଫ୍ କରିଦେଇଚି ଟି.ଭି? ଅନ୍ଧାରର ଅନ୍ଧକୂପ ଭିତରେ ଶଢୁଚି ବିଚରା ଟମ୍ । ମୁଁ ଉଠିଯାଇ ଟି.ଭି ସ୍ଵିଚ୍ଟା ଅନ୍ କଲି ତ ଜେରୀ ଫେରାର । ଶୋଇପଡ଼ିଲି।
ସ୍ଵପ୍ନ ଦେଖିଲି- ସେ ମୂଷାଟି ସହିତ ମୁଁ କୈଳାସ ପର୍ବତ ଯାଇଚି। ସମ୍ପୂର୍ଣ୍ଣ ବରଫାବୃତ ସେ ପାହାଡ଼ । ସେଇ ବରଫ ଉପରେ ସ୍କେଟିଂ କରୁଚି ମୂଷାଟି। ଶିବ, ପାର୍ବତୀ ଗଣେଶ ଓ ସହଯୋଗୀମାନେ ସମସ୍ତେ ଉପଭୋଗ କରୁଛନ୍ତି ସେଇ ଦୃଶ୍ୟ ଓ ପହଞ୍ଚିଯାଇଚି ଟମ୍। ମୋ ନିଦ ଭାଙ୍ଗିଗଲା। ଆଖି ମଳିମଳି ବାହାରକୁ ଗଲି। ସକାଳର ସୂର୍ଯ୍ୟ କିରଣରେ ଏକ ପାହାଡ଼ୀ କନ୍ଯାର ହସ ପରି ଅପୂର୍ବ ଲାସ୍ୟମୟୀ ଦିଶୁଥିଲା ଗ୍ୟାଙ୍ଗଟକ୍। ସୂର୍ଯ୍ୟସ୍ନାନ କରୁଥିଲା ବରଫାବୃତ କାଞ୍ଚନଜଙ୍ଗା ଗିରିଶୃଙ୍ଗ । ଏଇ ଦୃଶ୍ୟ ଟି ମୋ ବାଲ୍କୋନିରୁ ମୁଁ ପ୍ରାୟ ଦେଖିବାକୁ ପାଏ ମେଘାଛନ୍ନ ଦିନମାନଙ୍କୁ ବାଦ୍ ଦେଇ।
ବେଳେବେଳେ ମୋତେ ଲାଗେ ମୁଁ ପହଞ୍ଚିଯାଇଚି କାଞ୍ଚନଜଙ୍ଘାର ସର୍ବୋଚ୍ଚ ଶିଖରରେ। ସେଠି ଆଉ କେହି ନାହାନ୍ତି। ତେଣୁ ସେଠି ପ୍ରତିଦ୍ଵନ୍ଦିତା ନାହିଁ । ଆପେକ୍ଷିକବାଦ ନାହିଁ। ସୁଖଦୁଃଖ ସବୁକୁ ଏକାକାର କରି ବିଧାତା ସେଠି ବରଫର ବିଛଣା ଚାଦରଟେ ବିଛେଇ ଦେଇଚି ଓ ମୋତେ ଯେମିତି କହୁଚି- ଆ, ଧ୍ୟାନରେ ବସ୍ ।
ଅଫିସ୍ରୁ ଫେରିଲାବେଳକୁ ଡେରି ହେଇଯାଇଥାଏ। ଅଧା ଲୋକ ଙ୍କ ଘରର ଆଲୁଅ ଲିଭିଯାଇଥାଏ। ମୋ ଘରର କବାଟ ଖୋଲିଲାବେଳକୁ ଗୋଟେ ଶବ୍ଦ ଆସୁଚି। ମୁଁ ଲାଇଟ୍ ଅନ୍ କଲି। ଟି.ଭି ସ୍ଵିଚ ଟା ଦେଇଦେଲି । ଟି.ଭି.ରେ କିଛି ଆସୁନି। ଦି ଚାରି ଚାପୁଡ଼ା ଦେଲି। ଗାଁ ରେ ବି ଆମର ଏମିତି ଟି.ଭି.ଟିଏ ଥିଲା। ଚାପୁଡ଼ା ଖାଇଲେ ଆସେ। ହେଲେ ମୋ ଟି.ଭି ଆସିଲାନି। ଭଲକରି ଦେଖିଲାବେଳକୁ କେବୂଲ୍ ତାରଟି ଛିଡ଼ିପଡ଼ିଚି। ସାରାଦିନ ଲାଗିପଡ଼ି ମୂଷାଟି କାଟିଚି ।
ପୂର୍ବଦିନ ମୂଷାଟିକୁ ଯେଉଁ ସମ୍ବେଦନଶୀଳ ଆଖି ନେଇ ଦେଖିଥିଲି ସେ ସମ୍ବେଦନା ଅସନ୍ତୋଷରେ ପରିଣତ ହେଇଯାଇଥିଲା। ମୁଁ ପକେଟ୍ରୁ କାଢ଼ି ବହିଥାକରେ ମୋବାଇଲ୍ଟା ରଖୁଚି, ଫଟକିନା ମୂଷାଟା ବାହାରିଲା ସେଇଠୁ ଓ ଖଟତଳକୁ ଚାଲିଗଲା। ମୁଁ ଦେଖିବାବେଳକୁ ମୋ ତାଏରିରୁ ଗୋଟେ କୋଣକୁ କାଟିଦେଇଚି। ରାତି ଅନିଦ୍ରା ହେଇ ଅନେକ ଯନ୍ତ୍ରଣାକୁ ଦେହରେ ମାରି ମୁଁ ଯାହା ଲେଖୁଚି, ତାକୁ ଯଦି କେହି ନଷ୍ଟ କରିଦିଏ, ମୁଁ କେମିତି ସହ୍ୟ କରିପାରିବି ତାକୁ ? ମୋ ରାଗ ପଞ୍ଚମକୁ ଚଢ଼ିଗଲା।
ଧରିଲି ଗୋଟେ ବାଡ଼ି। ଖଟତଳେ ବୁଲେଇ ଆଣିଲି। ମୂଷାଟା ବାହାରିଲାନି। ଖଟଟା ଟାଣି ଆଣିଲି। ବୁପ୍ଚାପ୍ ଗୋଟେ କୋଣରେ ବସିଥିଲା ମୂଷାଟା। ଦେଲି ଗୋଟେ ଧୂମ୍କରି ବାଡ଼ିରେ... କିନ୍ତୁ ମୂଷାଟା ଖସିଗଲା ଓ ବାଡ଼ିଟା ଭାଙ୍ଗିଗଲା। ଟେବୁଲ୍ ଉପରେ ଟି.ଭି ପାଖରେ ଲୁଚିଥିଲା। ମୋ ହାତରେ ଥିଲା ହ୍ୟାଙ୍ଗରଟେ। କାଇଦା କରି ଦେଲି ପଟାସ୍। ସେଟ୍ ଟପ୍ ବକ୍କ୍ସ ତଳେ ଖସିପଡ଼ିଲା। ମୂଷାଟି ଚାଲିଗଲା। ହ୍ୟାଙ୍ଗର ଟି ଭାଙ୍ଗିଗଲା। ମୁଁ ଛାଡ଼ିବା ଲୋକ ନ ଥିଲି। ଡାହାଣ ହାତରେ ଝାଡ଼ୁ ଧରି ମୁଁ ପ୍ରସ୍ତୁତ ହେଇ ରହିଥିଲି ଓ ଗ୍ଯାସ୍ ସିଲିଣ୍ତରଟାକୁ ଘୋଷାରି ଆଣିଲି। ଝାଡ଼ୁ ପାହାରଟା ମୂଷା ଉପରେ ବାଜିଲା ସତ, ହେଲେ ସେ ଖସିଗଲା।
ଧେତ଼଼ ତେରିକି... ମଲା ମଣିଷ ପଡ଼ିକି। ଅଜବ ଶବ୍ଦର ମାୟାନଗରୀରେ ଆସି ପଡ଼ିଲି ଯେ। କବାଟରେ ମୃଦୁ କରାଘାତ । ମାଛିଅନ୍ଧାରରେ ଫୁଲ ତୋଳିବା ବାହାନାରେ ଆସି ପ୍ରେମିକା ଯେମିତି କବାଟ ବାଡ଼ାଏ ଅତି ସନ୍ତର୍ପଣରେ... ଠିକ୍ ସେମିତି ଶବ୍ଦ । ମୁଁ ପ୍ରଥମେ ବାହାର ଲାଇଟ୍ ଜଳେଇଦେଲି ଓ କବାଟ ଖୋଲିଲି। _
- “ଭୈୟା! ମମ୍ମୀ କହିଲେ କି ଶବ୍ଦ କରନ୍ତୁ ନାହିଁ। ତଳେ ପେସେଣ୍ଟ୍ ଅଛନ୍ତି, ଅସୁବିଧା ହେଉଛି...
ଘର ମାଲିକାଣୀଙ୍କ ଝିଅ ସେ। ହସିହସିକା ଏତିକି ସେ କହିଥିଲା । ନେପାଳୀ ବେଶୀ ହିନ୍ଦୀ କମ୍ ମିଶାମିଶି ଭାଷାରେ। ପାହାଡ଼ୀ ଶୀତକୁ ହେୟଗ୍ଯାନ କରି ସେ ପିନ୍ଧିଥିଲା ହାଫ୍ ପ୍ୟାଣ୍ଟ୍ ଓ ହାତକଟା ଗେଞ୍ଜିଟେ।
ମୁଁ କହିଲି, “'ମୂଷା, ଟି.ଭି କେବୁଲ୍ ତାର କାଟିଦେଇଚି। ମୋ ବହି କାଟିଚି। ଡାଏରି କାଟିଚି। କାଲି ମୋ ବିଛଣା କାଟିଦବ । ପଅରଦିନ ତମ ବିଲ୍ଡିଂ ଗଡ଼େଇ ପକେଇବ। ତାକୁ ମାରୁଥିଲି
ଏତିକିବେଳେ ମୂଷାଟି ଚ୍ଯାଉଁକିନା ଶବ୍ଦଟେ କରି ତା' ଗୋଡ଼ତଳେ ଓ ମୋ ଗୋଡ଼ତଳେ ପଶି ଭିତରକୁ ଚାଲିଆସିଲା। ଅଗତ୍ୟା ସେ ଝପଟି ଆସିଲା ଘର ଭିତରକୁ। ଆଉ ମୁଁ ବି। ଆମେ ଦି'ଜଣ ଦି'ପାଖରୁ ଜଗି ବସିଚୁ। ମୁଁ ଧରିଚି ଚପଲ । ରୋଷେଇଘର ଥାକରୁ ନେଇ ସେ ଧରିଚି ଗୋଟେ ଶଜନା ଛୁଇଁ। କାକୁସ୍ଥ ହେଇ ମୂଷାଟି ଜାକିଜୁକି ବସିରହିଚି ମୋ ଗ୍ୟାସ୍ ଚୁଲା ତଳ । ଚୁଲାଟିକୁ ଟିକେ ଟାଣିଦେଇ ସେ ତା'ର ଶକ୍ତିମତେ ଦେଲା ଏକ ଶକ୍ତ ପାହାର। ଫଳସ୍ବରୂପ ତା” ହାତମୂଠା ଭିତରେ ଥିବା ଶଜନା ଛୁଇଁର ଅଂଶଟି ଯାହା ଥିଲା ତା' ପାଖରେ, ବାକିଟା ଛେଚିଯାଇଥିଲା। ଚୁଲାଟି ତଳେ ପଡ଼ିଯାଇଥିଲା। ମୋ ଚପଲ ପାହାରଟି ଚୁଲା ଉପରେ ବାଜି ତା'ର ଗୋଟିଏ ପାଖ ପ୍ଲାଷ୍ଟକ୍-ସ୍ଵିଚ ଖସିଯାଇଥିଲା। ତା'ପରେ ବେଡ଼ରୂମ୍ । ଏଥର ମୁଁ ଓଲଟେଇ ଧରିଚି ଝାଡ଼ୁ ଓ ସେ ପାଣିଭରା ବୋତଲ । ଆମେ ରହିବୁ ପରସ୍ପର ଆଡ଼କୁ ମୁହଁକରି। ଯେମିତି ଆମେ ଗୋଟେ ଖେଳରେ ପ୍ରତିଦ୍ଵନ୍ଦିତା କରୂଚୁ। ଆଉ ଯିଏ ମୂଷାକୂ ମାରିଦବ, ସିଏ ଫାଷ୍ଟ । ହେଲାନି। ପାଣିବୋତଲଟି ଗଲା । ମୂଷା ପୁଣି ରୋଷେଇ ଘରେ । ଏଥର ସିଏ ମୋତେ ବୁଝେଇଦେଲା- ସିଏ ଏମିତି କରିବ, ମୁଁ ଏମିତି କରିବି; ମୂଷା ମରିକି ଇ ରହିବ । ମୁଁ ସେଇ ଝାଡ଼ୁ ଧରିକି ରହିଚି । ତା' ହାତରେ ମୋ ମିସ୍ମେରୀ ପ୍ରେସରକୁକର ଢାଙ୍କୁଣୀ । ସେ ବସିରହିଚି ଖୁବ୍ ସନ୍ତର୍ପଣରେ... ଏକ ଶିକାରୀ ବାଘୁଣୀ ପରି... ପ୍ରଚଣ୍ତ ନିଷ୍ଠାର ସହ । କଥା ନ କହି ମୋତେ ଆଖିର ଠାରରେ ନିର୍ଦ୍ଦେଶ ଦଉଚି ଯେମିତିକି ସେନାବାହିନୀର କମାଣ୍ତର ଦିଏ... ପୋଜିସନ୍ ନିଅ... ରେଡି ରୁହ... ଫାୟାର୍ ।
ସତ କହିବାକୁ ଗଲେ ସେଇ ମୂଷା ମାରିବାର ମିସନ୍ଟା ମୋ ଭିତରେ କେତେବେଳୁ କେବଳ ଗୋଟେ ବାହାନା ହେଇ ରହିସାରିଥିଲା । ସତସତିକା ମିସନ୍ ତ ମୋ ପାଇଁ ବନିଯାଇଥିଲା ସେଇ ପାହାଡ଼ୀ କନ୍ୟାର ସୌନ୍ଦର୍ଯ୍ୟକୁ ଅବଲୋକନ କରିବା ଓ ମୋର ଯେତେଦୂର ଅନୁମାନ ସେଇ ପାହାଡ଼ୀ କନ୍ୟାର ମିସନ୍ କିନ୍ତୁ କେବଳ ମୂଷା ମାରିବା ହିଁ ଥିଲା ଓ ସେଇ ମିସନ୍କୁ ସଫଳ କରିବା ପାଇଁ ସେ ଅତି ନିଷ୍ଠାପର ଭାବରେ ଉଦ୍ୟମ ଚଳେଇଥିଲା। ତା' ର ଅତି ଟେକ୍ନିକାଲ୍ ସାଂକେତିକ ଭାଷାକୁ ବୁଝିବାକୁ ମୋର ପାରଦର୍ଶିତାର ଅଭାବ କାରଣରୁ ଆମ ଦୁହିଁ ଙ୍କ ମଧ୍ଯରେ ଏକ ଶକ୍ତ ମୁହାଁ ମୁହିଁ ଧକ୍କା ହେଇଯାଇଥିବା ସତ୍ବେ ସେ ପୂର୍ବ ପରି ଅବିଚଳିତ ଥିଲା ଏବଂ ମୂଷାଟି ମଧ୍ଯ ପୂର୍ବବତ ସେଇ ଜାଗାରେ ବସିରହିଥିଲା। ତା'ପରେ କିନ୍ତୁ ସେ ବାଁ ହାତରେ ଆଉ ଗୋଟେ ଶଜନା ଛୁଇଁ ନେଇ ବୁଲାଇ ତଳକୁ ପୂରାଇବାରୁ ମୂଷାଟି ତଳକୁ ଡିଆଁ ମାରିଲା ଓ ସେ 'ଅବ୍ ଆୟା ଚୁହା ଜମୀନ୍ ପର୍' କହି ଖୁବ୍ ଜୋର୍ରେ ମିସ୍ମେରୀର ଢାଙ୍ଗୁଣୀରେ ଲଗେଇଲା ପାହାରଟିଏ।
ଚୁଟିଆ ମୂଷା ଟି। ବିଜୁଳି ବେଗରେ କୁଆଡ଼େ ଉଭାନ୍। ଜେରୀ ଭୂମିକାରେ ତା'ର ଅଭିନୟ ପଟୁତା ଆପଣମାନଙ୍କୁ ବିମୋହିତ କରିଥିବ । ଆପଣ, ମୁଁ ଓ ସେ ପାହାଢ଼ୀ କନ୍ୟା ତ କେବଳ ଜଣେ ଜଣେ ଦର୍ଶକ।
ମୁଁ କହିଲି, “କିନ୍ତୁ ମୋ ମିସ୍ମେରୀ ଯେ ଟପ୍ଲେସ୍ ହେଇଗଲା।''
ସେ ତା ଛାତିକୁ ଲକ୍ଷ୍ୟ କଲା।
ମୁଁ କହିଲି, ““ନା, ନା, ମୁଁ ମିସ୍ମେରୀ ପ୍ରେସରକୁକରର କଥା କହୁଚି। ଢାଙ୍ଗୁଣୀ ତ ଭାଙ୍ଗିଗଲା| ଏବେ ଖାଇବି କ'ଣ?”
- “ଭୈୟା, ଆପଣ ଖାଇନାହାଚି ଏଯାଏ?''
- “'ନା । '”
- “ମୋ ଖାଇବା ଟେବୁଲ୍ ଉପରେ ରହିଚି। ମୁଁ ପଢ଼ିସାରିଲେ ଖାଏ। ଆଉ ଟିକେ ପରେ ଆମର ସମସ୍ତେ ଶୋଇଯିବେ। ମୁଁ ମୋ ଖାଦ୍ୟଟି ନେଇ ଆସିବି। ଅଧା ଅଧା କରି ଖାଇନବା। କବାଟ ଖୋଲା ଥାଉ।'' `
ସେ ଧୀର ଗଳାରେ କହି ଚାଲିଗଲା । ମୁଁ ତା ପଛଆଡୁ ମୁଣ୍ତିଆଟିଏ ମାରି ମନେ ମନେ କହିଦେଲି- “ହେ ଦେବୀ। ମୋ ଘରେ ତମେ ଯାହା ତାଣ୍ତବ ରଚିକି ଯାଇଚ, ଖାଲି ତମେ ଏକରେ ନାରୀ ଓ ଦୁଇରେ ସୁନ୍ଦରୀ- ଏଇ ଦୁଇଟି କାରଣରୁ ତମ ଉପରେ ରାଗିପାରିଲି ନାହିଁ”
ଯଥାସାଧ୍ଯ ଚେଷ୍ଟାକରି ଫଟାଫଟ୍ ଘରଟିକୁ ସଜାଡ଼ି ନେଲି ସେ ଆସି ପହଞ୍ଚିଗଲା। ଭାତ, ଡାଲି, ଇସ୍କୁସ୍ର ତରକାରି ଓ ତଲେ ଲଙ୍କାର ଚଟଣି । ସେ ଗୋଟେ ତାଟିଆରେ କିଛି ଭାତ ନେଲା, ତା'ରି ଉପରେ ଡାଲି ଓ ଇସ୍କୁସ୍ର ତରକାରି ଗୋଳେଇ ଠିଆ ଠିଆ ଗୋଟେ ଚାମଚ ମାଧ୍ୟମରେ ଖାଇବାରେ ଲାଗିଲା। ମୁଁ ଖାଇବାର ସ୍ବାଦକୁ ତାରିଫ କଲି|
“ ଆଚ୍ଛା , ମୂଷାକୁ ଦେଖିଲେ ତମେ ଏତେ ଆଗ୍ରେସିଭ୍ ହେଇଯାଉଚ କାହିକି ?”'
“ମୂଷା ପରା ମୋ କେରିୟର ବରବାଦ କରିଦେଲା। ଦି'ବର୍ଷ ଆଗରୁ “ ମିସ୍ ଟିନ୍ ନର୍ଥ- ଇଷ୍ଟ କଣ୍ଟେଷ୍ଟ୍ ରେ ଭାଗ ନେଇଥିଲି। ପ୍ରଥମ ରାଉଣ୍ଡେ ରେ ଟପ କରିଥିଲି। ସ୍ଵିମ୍ ସୁଟ୍ ରାଉଣ୍ଡ ବେଳକୁ ବ୍ଯାଗ୍ ଖୋଲିଲି ତ ମୂଷା ଟିକ ଟିକ କରି କାଟିଦେଇଚି ମୋ ସ୍ଵିମ୍ ସୁଟ ଟାକୁ। ମୁଁ କ୍ଵିଟ୍ କରିଦେଲି କଣ୍ଟେଷ୍ଟ୍”'
- “'ସ୍ଵିମ୍ ସୁଟ୍ ରାଉଣ୍ଟ୍ରରେ ବି ତମେ ଟପ୍ କରିଥାନ୍ତ ।
ମୁଁ ନିର୍ଲଜ ଭଳି ତାକୁ ଏଇ ସାନ୍ସନାଟି ଦେଲି, ଅବଶ୍ୟ ସଚେତନ ଭାବରେ ।
ଶୁଭରାତ୍ରିର ଅଭିବାଦନ ଦେଇ ସେ ଚାଲିଗଲା। ମୋତେ କାହିଁକି କେଜାଣି ନିଦ ହେଲାନି।
ପ୍ରେମ ପଦାର୍ଥଟି ଏତେ ଶସ୍ତା ନୁହେଁ, ଅନ୍ତତଃ ମୋ ପାଇଁ। ସେଇ ପାହାଡ଼ୀ କନ୍ୟା ସହିତ ମୋର ସାମ୍ନାସାମ୍ମି ଧକ୍କା ହେଇଗଲା ବୋଲି ଯେ ମୋର ପ୍ରେମ ହେଇଯିବ କିମ୍ବା ବେଶ୍ କିଛି ସମୟ ଧରି ତା' ଅଙ୍ଗଲତାର ସୌନ୍ଦର୍ଯ୍ୟରେ ମୁଁ ବିଲୀନ ହୋଇଗଲି ବୋଲି ଯେ ମୋର ପ୍ରେମ ହେଇଯିବ, ଘଟଣାଟି ଆଦୌ ସେମିତି ନୁହେଁ।
ବରଂ ମୋତେ ଖାଲି ମୂଷା କାଟିବା ପରି ଶବ୍ଦମାନ ଶୁଭୁଥିଲା। କାନ୍ଥ ଘଣ୍ଟାର ବ୍ଯାଟେରି ଖୋଲିଦବା ପରେ ବି ନିସ୍ତାର ନ ଥିଲା ଶବ୍ଦଠୁ। ହାତଘଣ୍ଟାର ସେକେଣ୍ଡର କଣ୍ଟାର ଟିକ୍ଟିକ୍ ବି ଏତେ କର୍କଶ ହେଇପାରେ? ଏତେ ନିୟସ୍ତବୃତା ? ଏତେ ନିରବତା ? ଶବ୍ଦ ହିଁକେବଳ ମାପିପାରୁଥିଲା ସେଇ ନିରବତାକୁ। ମୁଁ ବନ୍ଦ କରିଦେଲି ହାତଘଣ୍ଟାର ଚାଲିବା। ହେଲେ ତା'ପରେ ଯେଉଁ ମୂଷା କାଟିବାର ଶବ୍ଦ ମୋ ହୃତୁପିଣ୍ତର ଦିକ୍ ଦିକ ଭିତରେ; ତାକୁ ବନ୍ଦ କରିବାର ସାଧ୍ୟ ନ ଥିଲା ମୋର ।
ସକାଳେ ଉଠିବାବେଳକୁ ଘନେଇ ଯାଇଚି କାଞ୍ଚନଜଙ୍ଘାର ବରଫ । ସେଇ ଶୁଭ୍ର ଗିରିଶୃଙ୍ଗ ଉହାଡ଼ରୁ ସୃଷ୍ଟି ର ବିଧାତା ଯେମିତି ମୋତେ କହୁଥିଲେ- 'କି'ରେ ତୁ ପରା ଏଠି ଧ୍ୟାନରେ ବସିବା କଥା ?''
- “ହେ ବିଧାତା। ତମେ ମୋ ପାଇଁ ସେପଟେ ଧଳା ଚାଦର ବିଛେଇ ଦେଇ ଏପଟେ ଅପ୍ସରାଙ୍କୁ ପଠେଇ ଦଉଚ । ମୁଁ ଧ୍ୟାନରେ ବସିବା ପୂର୍ବରୁ ହିଁ ତମେ ମୋତେ ଦିଗଭ୍ରଷ୍ଟ କରୂଚ। କି ଲୀଳା ତମର ପ୍ରଭୁ ?''
ଦେଖିଲି ଏକ-ଘରକିଆ ପାହାଡ଼ୀ ମେଘଟେ ଗୋଟେ ଘୂର୍ଣ୍ଣି ଖାଇ ଆକାଶକୁ ଉଠିଗଲା ଓ ଗୋଟେ ମୂଷିକର ରୂପ ଧାରଣ କରି ଖୁବ୍ ଜୋର୍ରେ ଛୁଟିଲା କାଞ୍ଚନଜଙ୍ଘା ଆଡ଼ୋ। ସତେ ଯେମିତି ଦେବୋଦେବ ମହାଦେବ କୈଳାସାଧିପତି ଭୋଳାଶଙ୍କର ମୂଷିକଟିକୁ ମେଘବେଶରେ କୈଳାସ ପର୍ବତରୂ କାଞ୍ଚନଜଙ୍ଗାକୁ ପଠେଇଚନ୍ତି ପରିଦର୍ଶନ କରି ରିପୋର୍ଟ ଦବା ପାଇଁ କି ସେଠାରେ ଗଞ୍ଜେଇ ଚାଷ ପାଇଁ ପାଣିପାଗ ଉପଯୁକ୍ତ କି ନା ।
ଏମିତି ଅବାନ୍ତର କଥାଗୁଡ଼ାକ ବେଳେବେଳେ ମୋ ମନକୁ ଆସେ ବା ମୁଁ ଭାବ । ମୁଁ କବି ହେଇଥିବାରୁ ସେଇସବୁ ଅବାନ୍ତର କଥାଗୁଡ଼ିକର ଡେଣା ଲାଗିଯାଏ। ଯଥା ମୁଁ ଭାବେ ମୁଁ କାଞ୍ଚନଜଙ୍ଘା ଶିଖରରେ ପହଞ୍ଚିଯାଇଛି ଓ ଭୋଳାଶଙ୍କର ମୋତେ ଫସେଇଦେଇ ଗଞ୍ଜେଇ ଚାଷରେ ଲଗେଇ ଦେଇଛନ୍ତି। ଘରକୁ ଯିବାର ଛୁଟି ମାଗିଲେ କହୁଚନ୍ତି- “ଅମଳଟା ଉଠେଇ ଦେଇକି ପନ୍ଦର ଦିନ ପାଇଁ ଯିବୁ” ମୁଁ କାକୁସ୍ଥ ହେଇ ଆକାଶକୁ ଅନେଇ ରହିଚି ଓ ମେଘବେଶରେ ମୂଷିକଟି ଠୋ' ଠୋ' ହେଇ ହସୁଚି |
କବାଟ ବାଡ଼େଇବାର ଶବ୍ଦରୁ ଜାଣିନେଲି ସେଇ ପାହାଡ଼ୀ ସୁନ୍ଦରୀ ପୁଣିଥରେ ପ୍ରକଟ ହେଇଛନ୍ତି ମୋ ଦ୍ଵାରଦେଶରେ।
“ଭୈୟା । ମୁଁ ଏଠି କୋଡ଼ିଏ ମିନିଟ୍ ହେଲା କବାଟ ବାଡ଼ଉଚି।''
- ““ଓଃ । ସରି| ମୁଁ ଟିକେ ହଜିଯାଇଥିଲି ତମର ଏ ପାହାଡ଼, ଜଙ୍ଗଲ ଆଉ ତମର ଏ କାଞ୍ଚନଜଙ୍ଘାରେ।'
- “ଆପଣ କ'ଣ କବି ?”
“ହଁ, ଏମିତି ଛୋଟମୋଟ । କୁହ କ'ଣ କହୁଥିଲ ।''
“କହୁଥିଲି କି ଆଜି ସନ୍ଧ୍ୟାରେ ଆମ ଘରେ ଗୋଟେ ଛୋଟମୋଟ ପାର୍ଟି ଅଛି। ତେଣୁ ଡିନର ଆମ ସାଙ୍ଗରେ । ଡ୍ରିଙ୍କ ଚଳେ ?”
- “ଗୋପନରେ!
ସେଦିନ ଅଫିସ୍ରୁ ଫେରିବାବେଳକୁ ମୋ ମୋବାଇଲ୍ ଚାର୍ଜର ତାରକୁ କାଟିଦେଇଚି ମୂଷାଟା। ମୋର ଧୈର୍ଯ୍ୟହାନି ଘଟିଲା। ପୂର୍ବଥର ସିନା, ଅବଶ୍ଯ ମୋ ବିଫଳତା ପରେ, ତାକୁ କ୍ଷମା କରିଦେଇଥିଲି। କାରଣ ମୂଷାଟି ପାଇଁ ମୁଁ ଯାହା ଯାହା ହରେଇଥିଲି ତା' ପ୍ରତିବଦଳରେ ପାଇଥିଲି କିନ୍ତୁ ସେଇ ସୁନ୍ଦରୀ ପାହାଡ଼ୀ କନ୍ଯା ସହ କିଛି ରୋଚକ ମୁହୂର୍ତ ତେଣୁ ସେଥରର ହିସାବ ରଫାଦଫା କରିଦେଇଥିଲି ଓ ଅସ୍ତ୍ରବିରତି ଘୋଷଣା କରିଥିଲି। ଅସ୍ତ୍ରବିରତି ଉଲ୍ଲଂଘନ କଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଥିଲି।
ମୁଁ ରୀତିମତ କମ୍ବିଂ ଅପରେସନ୍ ଆରମ୍ଭ କରିଦେଇଥିଲି। ତଳେ ପାର୍ଟିର ପରିବେଶରେ ମୋର ସେଇ କୋଳାହଳମୟ ଅପରେସନ୍ଟି ହୁଏତ ବୁଝାପଡ଼ିବନି ବୋଲି ବିଶ୍ଵାସଟି ଅବଶ୍ୟ ବେଶୀକାଳ ପାଇଁ ରହିଲା ନାହିଁ । କବାଟରେ ନମ୍ର କରାଘାତ ସୂଚେଇ ଦଉଥିଲା- ସେଇ ପାହାଡ଼ୀ ସୁନ୍ଦରୀଙ୍କ ଆଗମନ । ଯେମିତି ସବୁ ସେଇ ଭୋଳାଶଙ୍କରଙ୍କ ମାୟା । ମୋର ମୂଷାଟିକୁ ମୂଳପୋଛ କରିବାର ଅଙ୍ଗୀକାର ରୂପକ ତପସ୍ଯାକୁ ଭଗ୍ନ କରିବା ପାଇଁ ସେ ଯେମିତି ପ୍ରତିଥର ପଠେଇ ଦେଉଛନ୍ତି ସୁନ୍ଦରୀ ଅପ୍ସରାଟିଏକୁ।
କବାଟ ଖୋଲିଦେଲି। ସେଇ ପାହାଡ଼ୀ କନ୍ଯା ଯାହା ମୋର ଗୋପନରେ ଚଳେ ବୋଲି କହିଥିଲି, ସେ ନେଇ ଆସିଛି ଗୋଟେ ସଂଭ୍ରାନ୍ତୀୟ କାଚ ଗିଲାସରେ ଭରି ଓ ତା ସାଙ୍ଗ ରେ ଚାଖଣା – କର୍ଚି ମର୍ଚି । ସିକିମ୍ରେ ଏ ଜିନିଷଟି ବହୁତ ଚାଲେ। କୁକୁଡ଼ାର ଅନ୍ତର୍ନାଡ଼କୁ ଭଲ ଭାବେ ପରିଷ୍କାର କରି କୁଚି କୁଚି କରି କାଟି ତେଲ, ପିଆଜ ଓ ମେଞ୍ଚେ କଞ୍ଚାଲଙ୍କା ଦେଇ କଷିଦେଲେ ବନିଯାଏ କର୍ଚି ମର୍ଚି ।
ସେସବୁକୁ ମୋ ଟେବୁଲ୍ ଉପରେ ରଖି ସେ ମୋ ସହ ମିଶି ମୂଷା ମାରିବାର ଆଗ୍ରହ ପ୍ରକାଶ କଲା। ସେ ମିନିସ୍କର୍ଟ ପିନ୍ଧି ମୋ ସହ ମୂଷା ମାରିଲେ ମୋ ମିସନ୍ଟି ଯେ ପୂର୍ଣତଃ ବିଫଳ ହେବ - ଏକଥା ଆଶଙ୍କା କରି ମୁଁ ତାକୁ ପରାମର୍ଶ ଦେଲି ଯେ ପାର୍ଟିର ପରିବେଶରେ ତା'ର ଡ଼୍ରେସ୍ଟିକୁ ଖରାପ ନ କରି ସେ ବରଂ ଯାଇ ପାର୍ଟିରେ ସାମିଲ ହଉ। କିନ୍ତୁ ସେ ନଛୋଡ଼ବନ୍ଦା। କହିବା ବାହୁଲ୍ଯ ଯେ ବେଶ୍ କିଛି ସମୟର ଗଳଦ୍ଘର୍ମ ପ୍ରଚେଷ୍ଟା ସତ୍ତ୍ଵେ ମୂଷାଟି ଖସିଯିବାରେ ସଫଳ ହେଲା ଏବଂ ସେଇ ପାହାଡ଼ୀ କନ୍ୟାର ଧ୍ଵଂସର ତାଣ୍ଡବଲୀଳା ଭିତରେ ମୋର କିଛି ଘରକରଣା ଜିନିଷ ନଷ୍ଟ ହେଲା ଓ ମୋ ଘରଟି ଉନବିଂଶତମ ଦିନର କୁରୁକ୍ଷେତ୍ର ଯୁଦ୍ଧ ପ୍ରାଙ୍ଗଣ ପରି ଦିଶୁଥିଲା। ସେଇ ପାହାଡ଼ୀ ସୁନ୍ଦରୀ ଜଣକ ଫେରିଯିବା ବେଳେ ଅଧଘଣ୍ଟେ ପରେ ଡିନରକୁ ଆସିବାକୁ ପୂନଃସ୍ମରଣ କରେଇଦେଲେ।
ଜୀବନ ବହିଚାଲିଥିଲା ନଈଟିଏ ପରି । ସମୟ ଯେଉଁ କ୍ଷତ ସୃଷ୍ଟ କରେ ସେ କ୍ଷତକୁ ସମୟ ହିଁ ଭରିଦିଏ। ସେଇ ପାହାଡ଼ୀ କନ୍ୟାର ଜୀବନରେ ମୂଷା ଯେଉଁ କ୍ଷତି କରିଥିଲା, ସେ କ୍ଷତି ସମୟକ୍ରମେ ପୂରଣ ହେଇଯାଇଥିଲା। ତା' ଭିତରେ ସେ କେତେଗୁଡ଼ିଏ ନେପାଳୀ ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ଅଭିନୟ କରିସାରିଥିଲା। ମୋ ଜୀବନରେ । ମୂଷା ଯାହା କ୍ଷତି କରିଥିଲା ସେ କ୍ଷତି ତ କିଛି ବି ନୁହେଁ ସେସବୁକୁ ମୁଁ ପାସୋରି ଯାଇଥିଲି। ତା' ଭିତରେ ମୋର ଟ୍ରାନ୍ଵସ୍ଫର ବି ହେଇଯାଇଥିଲା ଗ୍ୟାଙ୍ଗଟକ୍ରୁ ଖଡ଼ଗ୍ପୂର।
ଖଡ଼ଗ୍ପୁରକୁ ଆସିବା ପରେ ମୁଁ ମୂଷାଟିର ଅଭାବବୋଧକୁ ଅନୂଭବ କଲି। ଗ୍ୟାଙ୍ଗଟକ୍ ପରି ଏକ ଶୀତପ୍ରଧାନ ସଭ୍ଯତାରେ ମୋର ମନ୍ଥର ଜୀବନକୁ ବେଶ୍ ଚଳଚଞ୍ଚଳ କରି ଦେଇଥିଲା ମୂଷାଟି। ମୋତେ ଅନେକ ଭାବପ୍ରବଣତା ଦେଇଥିଲା। କୈଳାସ ପର୍ବତରୁ କାଞ୍ଚନଜଙ୍ଘା ଯାଏ ମୋତେ ବେଦମ୍ ଘୂରେଇ ନେଇଥିଲା। ଗ୍ୟାଙ୍ଗଟକ୍ରୁ ଖଡ଼ଗ୍ପୂର ହଜାରେ କିଲୋମିଟର ଦୂରତାରେ ଥାଇ ବି ମୋତେ ମୂଷା କାଟୁଥିବାର ଶବ୍ଦ ଶୁଭୁଥିଲା।
ମୋ ହୃତ୍ ପିଣ୍ତର ଶବ୍ଦ ହାତଘଣ୍ଟାର ଶବ୍ଦ, କାନ୍ଥ ଘଣ୍ଟାର ଶବ୍ଦ, ରେଳଗାଡ଼ିର ଶବ୍ଦ, ଅଫିସ୍ ଜେନ୍ସେଟ୍ର ଶବ୍ଦ, ଏ. ସି. ପାୱାରପ୍ଲାଣ୍ଟ୍ର ଶବ୍ଦ ଆଦିକୁ ଅବଦମିତ କରି ମୂଷା କାଟିବାର ଶବ୍ଦଟି ତା'ର ପ୍ରମୁଖତା ଜାହିର କରୁଥିଲା _
ମୁଁ ଗ୍ୟାଙ୍ଗଟକ୍ରୂ ଚାଲିଆସିବାର ତିନିଦିନ ପରେ ମୋ ମୋବାଇଲ୍ର ଏକ ମେସେଜିଂ ଆପ୍କୁ ଏକ ଅଜଣା ନମ୍ବରରୁ ଅନେକ ଗୂଡ଼ିଏ ଛବି ଆସିଲା ଓ ତା' ତଳକୁ ଏକ ଲମ୍ବା ମେସେଜ୍। ମୁଁ ସେଇ ନମ୍ବରର ପ୍ରୋଫାଇଲ୍ ପିକ୍ଚର ଦେଖିଲି- ସେଇ ପାହାଡ଼ୀ କନ୍ୟା। ମେସେଜ୍ ଥିଲା-
“ଭୈୟା। ମୋତେ କ୍ଷମା କରିଦେବେ । ଆମ ଦି'ଜଣସଂର ସେଇ ମୂଷାମରା ଦୁଇଟି ଯାକ ଏପିସୋତ୍ଵକୁ ମୁଁ ସ୍ପାଏ କ୍ୟାମେରାରେ ରେକର୍ଡ କରି ନେଇଥିଲି। ସେଇ ଭିଡିଓର କେତେଗୁଡ଼ିଏ ସ୍କ୍ରିନ ସଟକୁ ମୁଁ ପଠେଇଚି, ଯେଉଁଥିରେ ଆପଣ ଅତି ନିବିଷ୍ଟ ହେଇ କିଛି ଦେଖୁଛନ୍ତି । ଆପଣ କ'ଣ ଦେଖୁଚନ୍ତି ଆପଣ ଠିକ୍ ଜାଣନ୍ତି ଆଉ ମୁଁ ବି ଜାଣେ । ଏଥିରେ ମୋର ଆପତ୍ତିର କୌଣସି କାରଣ ନାହିଁ। ଏହା ଆପଣଙ୍କ ପୁରୁଷ-ସୂଲଭ ଦୃଷ୍ଟି | ଆଉ ତା' ଛଡ଼ା ଆପଣ ଜଣେ କବି। ଏତେ ଲୋଭନୀୟ ପଦାର୍ଥଟେ ଯଦି ଆପଣ ଏତେ ପାଖରୁ ପାଇଥିଲେ, ଥରେ ହେଲେ ମୁହଁ ଖୋଲି, ହାତ ପତେଇ ମାଗିଲେ ଇ ନାହିଁ। ଆପଣଙ୍କ ବ୍ଯକ୍ତିତ୍ଵର ଏଇ ସ୍ଵାଭିମାନ ଆଉ ଭଦ୍ରତା ମୋତେ ଆପଣଙ୍କ ଆଡ଼କୁ ଆକର୍ଷିତ କରିଚି । ଆପଣଙ୍କ ଅଜାଣତରେ ଭିଡିଓ କରିଥିବାରୁ ଆଉ ଥରେ କ୍ଷମା ମାଗୁଚି।''
ମୁଁ ତାକୁ ମେସେଜ୍ କଲି- “ତମେ ଜୀବନରେ ଉନ୍ନତି କର... ବହୁତ ଉନ୍ନତି ।''
ପରଦିନ ସେ ଆଉ ଗୋଟେ ଛବି ପଠେଇଲା ଓ ତଳେ ଲେଖିଥିଲା- “ମିସନ୍ ସକ୍ସେସ୍ଫୁଲ୍ | `
ମୁଁ ଛବିଟିକୁ ଡାଉନ୍ଲୋଡ୍ କରି ଦେଖିଲି ସେଇ ପାହାଡ଼ୀ କନ୍ୟା ମୂଷାଟିର ଲାଙ୍ଗୁଡ଼ଟିକୁ ଧରିଚି ଓ ଝୁଲିପଡ଼ିଚି ମୃତ ମୂଷାଟି। `
ଆହାଃ। ମୁଁ ଠିକ୍ ଏଇୟା ଚାହିଁ ନ ଥିଲି । ଅନେକଦିନରୁ ବଦଳେଇ ସାରିଥିଲି ମୋ ମିସନ୍ ଷ୍ଟେଟ୍ମେଣ୍ଟ୍। ମୂଷାଟିକୁ ମୁଁ ଭଲପାଇବା ଦେଇଥିଲି। ଅନ୍ତରର ସ୍ନେହ ଶ୍ରଦ୍ଧା ଦେଇଥିଲି। ଯେମିତି ଜୀବନ ସହିତ ସନ୍ଧି କରାଯାଏ, ସମୟ ସହିତ ସନ୍ଧି କରାଯାଏ, ସେମିତି ମୁଁ ମୂଷାଟି ସହିତ ସନ୍ଧି କରିଥିଲି।
ସେ ପାହାଡ଼ୀ କନ୍ୟାର ଜୀବନରେ ମୂଷା କରିଥିବା କ୍ଷତିକୁ ସମୟ ପୂରଣ କରିଦେଇଥିବା ସତ୍ତ୍ଵେ ସେ ପ୍ରତିଶୋଧକୁ ଭୂଲିପାରିଲାନି। ହେଲେ ମୋ ପାଇଁ ସେ ମୂଷା ମରିନି। ସେ ବଞ୍ଚିଛି। ମୋ ହୃତପିଣ୍ତର ଦିକି ଦିକ୍ ଭିତରେ ସେ ଚିତ୍ରକଳ୍ପ ହେଇ, ବିମ୍ବ ହେଇ, ରୂପକ ହେଇ, ପ୍ରତୀକ ହେଇ ବଞ୍ଚିଛି ଓ ବଞ୍ଚି ରହିବ।
ଅନେକ ଦିନ ହେଲା ଡାଏରି ଲେଖି ନ ଥିଲି। ନୂଆ ଡାଏରିଟିଏରେ ଜାନୁଆରି ପାଞ୍ଚ ତାରିଖ ଖୋଲି ଗ୍ଯାଙ୍ଗଟକ୍କୁ ନେଇ, କାଞ୍ଚନଜଙ୍ଘାକୁ ନେଇ, ମୂଷାକୁ ନେଇ ପୃଷ୍ଠା ଟିଏ ଲେଖିବସିବା ବେଳେ ସେ ପାହାଡ଼ୀ କନ୍ୟାର ଅନୁପ୍ରବେଶକୁ ଅଟକେଇ ପାରିଲି ନାହିଁ। ତେଣୁ ଏଇ ଡାଏରିର ଏଇ ପୃଷ୍ଠାଟିକୁ ମୋର ସେଇ ସ୍ଵତନ୍ତ୍ର ଡାଏରିରେ ଲେଖିବାକୁ ପଡ଼ିବ । ସ୍ଵତନ୍ତ୍ର ଡାଏରିଟି ଗ୍ଯାଙ୍ଗ୍ଟକ୍ରୁ ଆସିବା ପରେ ସେମିତି ପେଟି ଭିତରେ ଥିଲା। ମୋ ଜୀବନରେ ସେଯାବତ ଯେତେଜଣ ଝିଅଙ୍କୁ ପ୍ରେମଚକ୍ଷୁରେ ଦେଖିଥିଲି ସେଇ ମାନସପ୍ରେମିକାମାନଙ୍କୁ ନେଇ ମୁଁ ସେଇ ସ୍ବତନ୍ତ୍ର ଡାଏରିରେ ଲେଖେ । ଏଇ କ୍ରମରେ ସେଇ ପାହାଡ଼ୀ କନ୍ୟା ହେବ ସପ୍ତମ ବାଳିକା। ପେଟିଟି ଖୋଲି ମୁଁ ସ୍ଵତନ୍ତ୍ର ଡାଏରିଟା ଟାଣି ଆଣୁ ଆଣୁ ଦେଖିଲି ଟମ୍ର କବଳରୁ ଖସିଯିବାର ସମସ୍ତ କଳବଳ ବିଫଳ ହବା ପରେ ଯେମିତି ବସିରହିଥାଏ ତ୍ରସ୍ତ ଜେରୀ, ଠିକ୍ ସେମିତି ବସି ମୋତେ ମିଟ୍ମିଟ୍ କରି ଚାହିଁ ରହିଥିଲା କାକୁସ୍ଥ ମୂଷାଟି ।

COMMENTS - 0