ଡାକେ ହସ୍ପିଟାଲ୍
କବି କୁଳ କଳଙ୍କ ବୃଷଭ ଦାସ
ଏକ ବ୍ୟଙ୍ଗ କବିତା
ଆସ ଆସ ରୋଗୀ ରୋଗିଣୀ
ହାସପାତାଳେ ଆସ।
ଖାଇବାକୁ ଦେବୁ ତୁମକୁ
କେଜି କେଜି ଔଷଧ ।
ରହିବାକୁ ଦେବୁ ତୁମକୁ
ଆଇସିୟୁ ଭିତରେ।
ଅମ୍ଳଜାନ ଖଞ୍ଜିଦେବୁଟି
ତୁମ ମୁହଁ ନାକରେ ।
ପିଇବାକୁ ଦେବୁ ତୁମକୁ
ଭିଟାମିଇନ୍ ବାରି।
ଶୋଇବାକୁ ଦେବୁ ଖଟରେ

ଧଳା ଚାଦର ପାରି ।
ଡାକ୍ତର ଡଜନେ ଅଛନ୍ତି
ନର୍ସ ଛନ୍ତି କାହାଣେ।
ଡାକ୍ତରଙ୍କର ରହିଛି
କିଣା ଡିଗିରି ପଣେ।।
ନିଦ ଇଂଜେକସନ ଖାଇକି
ଆଇସିୟୁରେ ଶୋଇବ ।
ଆଖି ଖୋଲି ଦେଲେ ଦେଖିବ
ସବୁ ଆଡ଼ ନୀରବ।।
ହାର୍ଟବିଟ୍ ବ୍ଲଡ୍ ପ୍ରେସର
ଦିଶେ ମନିଟରରେ
ବିପ ବିପ ଶବ୍ଦ ଶୁଭୁଛି
ତୁମ ଚାରି ଦିଗରେ।।
ତୁମ ପାଖ ଖଟେ ଶୋଇଚି
ଏବେ ଯୋଉ ଲୋକଟା।
ମଲାଣି ସେ କୋଉ କାଳରୁ
ଖାଲି ଅଛି ଦେହଟା ।
ତଥାପି ଚିକିତ୍ସା କରୁଚୁ
ସେଟା ଆମ ଦସ୍ତୁର।
ବିଲ୍ ପହନ୍ଚିଲେ ଲକ୍ଷରେ
ଦେବୁ ମଲା ଖବର।।
ଏହିପରି ତୁମେ ଶୋଇବ
ଟଙ୍କା ସରିବା ଯାଏ।
ଜମିବାଡ଼ି ବିକି ପଇସା
ଦେବେ ତୁମ ପିଲାଏ।।
ଯଦି ଆମ ହାସପାତାଳେ
ରୋଗୀ ଆସି ପଶିଲା ।
ଶବ ହୋଇ ବାହାରିବ ସେ
ଏଇ କଥା ରହିଲା।।
ମରିବା ପାଇଁ କି ମଝିରେ
ଅଛି ବ୍ୟବସ୍ଥା ଖଞ୍ଜା ।
ବିଜୁଳୀ ସଅର୍ଟ ସର୍କିଟ
ହେଲେ ଆସିବ ମଜା ।।
ସେତେବେଳେ ଆଇସିୟୁରେ
ନିଆଁ ଲାଗିବ ଯାଇ।
ଦୈବୀ ଦୁର୍ଘଟଣା ପାଇଁକି
ଆମେ ନୋହୁଁ ତ ଦାୟୀ।।
ଦୁର୍ଘଟଣା ପାଇଁ ଅବଶ୍ୟ
ଇନସୁରାନ୍ସ ଅଛି।
ପୋଡ଼ିମଲେ ତୁମ ପିଲାଏ
ଟଙ୍କା ପାଇବେ କିଛି ।
ଛାତରୁ ଖସିବ ସିମେଣ୍ଟ
ପଲସ୍ତରାର ଛେଲା ।
ଆଇସିୟୁରେ ରହିବ
ଯଦି ମୁଣ୍ଡ ଫାଟିଲା ॥
ଭୁଲ ଇଂଜେକସନ ଦେବାରେ
ଆମ ନର୍ସ ମାହିର ।
ଯଦି ତୁମେ ବଞ୍ଚି ରହିଲ
ଭାଗ୍ୟ ଭଲ ତୁମର ॥ ଆମ ହାସପାତାଳ ନାମଟି
ରଖିଥାଅ ମନର।
କିଏ ଜାଣେ କେତେବେଳେ ବା
ପଡ଼ିପାରେ ଦର୍କାର ।।
ଯମାଳୟ ଯାତ୍ରା ( ଚିକିତ୍ସାଳୟ) ନାମରେ
ଆମେ ସହରେ ଖ୍ୟାତ।
ମୁଖ୍ୟ ଡାକ୍ତରଙ୍କ ନାମଟି
ଶ୍ରୀ ଶ୍ରୀ ଯମଙ୍କ ଦୂତ । ।
ଡାକ୍ତର ଡଜନେ ଅଛନ୍ତି
ନର୍ସ ଛନ୍ତି କାହାଣେ।
ଡାକ୍ତରଙ୍କର ରହିଛି
କିଣା ଡିଗିରି ପଣେ।।
ନିଦ ଇଂଜେକସନ ଖାଇକି
ଆଇସିୟୁରେ ଶୋଇବ ।
ଆଖି ଖୋଲି ଦେଲେ ଦେଖିବ
ସବୁ ଆଡ଼ ନୀରବ।।
ହାର୍ଟବିଟ୍ ବ୍ଲଡ୍ ପ୍ରେସର
ଦିଶେ ମନିଟରରେ
ବିପ ବିପ ଶବ୍ଦ ଶୁଭୁଛି
ତୁମ ଚାରି ଦିଗରେ।।
ତୁମ ପାଖ ଖଟେ ଶୋଇଚି
ଏବେ ଯୋଉ ଲୋକଟା।
ମଲାଣି ସେ କୋଉ କାଳରୁ
ଖାଲି ଅଛି ଦେହଟା ।
ତଥାପି ଚିକିତ୍ସା କରୁଚୁ
ସେଟା ଆମ ଦସ୍ତୁର।
ବିଲ୍ ପହନ୍ଚିଲେ ଲକ୍ଷରେ
ଦେବୁ ମଲା ଖବର।।
ଏହିପରି ତୁମେ ଶୋଇବ
ଟଙ୍କା ସରିବା ଯାଏ।
ଜମିବାଡ଼ି ବିକି ପଇସା
ଦେବେ ତୁମ ପିଲାଏ।।
ଯଦି ଆମ ହାସପାତାଳେ
ରୋଗୀ ଆସି ପଶିଲା ।
ଶବ ହୋଇ ବାହାରିବ ସେ
ଏଇ କଥା ରହିଲା।।
ମରିବା ପାଇଁ କି ମଝିରେ
ଅଛି ବ୍ୟବସ୍ଥା ଖଞ୍ଜା ।
ବିଜୁଳୀ ସଅର୍ଟ ସର୍କିଟ
ହେଲେ ଆସିବ ମଜା ।।
ସେତେବେଳେ ଆଇସିୟୁରେ
ନିଆଁ ଲାଗିବ ଯାଇ।
ଦୈବୀ ଦୁର୍ଘଟଣା ପାଇଁକି
ଆମେ ନୋହୁଁ ତ ଦାୟୀ।।
ଦୁର୍ଘଟଣା ପାଇଁ ଅବଶ୍ୟ
ଇନସୁରାନ୍ସ ଅଛି।
ପୋଡ଼ିମଲେ ତୁମ ପିଲାଏ
ଟଙ୍କା ପାଇବେ କିଛି ।
ଛାତରୁ ଖସିବ ସିମେଣ୍ଟ
ପଲସ୍ତରାର ଛେଲା ।
ଆଇସିୟୁରେ ରହିବ
ଯଦି ମୁଣ୍ଡ ଫାଟିଲା ॥
ଭୁଲ ଇଂଜେକସନ ଦେବାରେ
ଆମ ନର୍ସ ମାହିର ।
ଯଦି ତୁମେ ବଞ୍ଚି ରହିଲ
ଭାଗ୍ୟ ଭଲ ତୁମର ॥ ଆମ ହାସପାତାଳ ନାମଟି
ରଖିଥାଅ ମନର।
କିଏ ଜାଣେ କେତେବେଳେ ବା
ପଡ଼ିପାରେ ଦର୍କାର ।।
ଯମାଳୟ ଯାତ୍ରା ( ଚିକିତ୍ସାଳୟ) ନାମରେ
ଆମେ ସହରେ ଖ୍ୟାତ।
ମୁଖ୍ୟ ଡାକ୍ତରଙ୍କ ନାମଟି
ଶ୍ରୀ ଶ୍ରୀ ଯମଙ୍କ ଦୂତ । ।
COMMENTS - 0