ଜିଗୋଲୋ
ସହଦେବ ସାହୁ
ସୁମନ୍ତ ଗୋଟିଏ ଜିଗୋଲୋ ବୋଲି ପୁଣି ଅଜୟ ଆଶ୍ଚର୍ଯ୍ୟ ହେଲା ନାହିଁ , କିନୁ ତାକୁ ଦୁଃଖ ଲାଗିଲା -। ବିଶ୍ଵ ବିଦ୍ୟାଳୟ ଛାଡ଼ିଲା ପରେ ବାରବର୍ଷ ହେଲା ସୁମନ୍ତ ସହିତ ତା'ର କୌଣସି ସଂପର୍କ ନଥିଲା , ନିଜନିକ ବାଟରେ ସେମାନେ ଚାଲିଯାଇଥିଲେ, କିନ୍ତୁ କଲେଜ ଓ ଇଭନିଭରସିଟିରେ ସେମାନେ ଘନିଷ୍ଠ ବନ୍ଧୁ ଥିଲେ ।
ସୁମନ୍ତ ଗୋଟିଏ ଜିଗୋଲୋ ବୋଲି ପୁଣି ଅଜୟ ଆଶ୍ଚର୍ଯ୍ୟ ହେଲା ନାହିଁ , କିନୁ ତାକୁ ଦୁଃଖ ଲାଗିଲା -। ବିଶ୍ଵ ବିଦ୍ୟାଳୟ ଛାଡ଼ିଲା ପରେ ବାରବର୍ଷ ହେଲା ସୁମନ୍ତ ସହିତ ତା'ର କୌଣସି ସଂପର୍କ ନଥିଲା , ନିଜନିକ ବାଟରେ ସେମାନେ ଚାଲିଯାଇଥିଲେ, କିନ୍ତୁ କଲେଜ ଓ ଇଭନିଭରସିଟିରେ ସେମାନେ ଘନିଷ୍ଠ ବନ୍ଧୁ ଥିଲେ । ସୁମନ୍ତ ଗୋଟେ ପ୍ରେମିକ ଥିଲା, ସବୁ ସମୟରେ ତା'ର କୌଣସି ନା କୌଣସି ଝିଅ ସହିତ ସଂପର୍କ ଥିବ , ଗୋଟିଏ ଝିଅ ସହିତ ତା ମତାନ୍ତର କିମ୍ବା ମନାନ୍ତର ହେଲେ, ଆଉ ଗୋଟିଏ ଝିଅ ସହିତ ତା'ର ପ୍ରେମ ଗଢ଼ିଉଠୁଥଲା । ଝିଅଙ୍କୁ ସମ୍ମୋହନ କରିବା କଳାରେ ସେ ଓସ୍ତାଦ ଥଲା ଏବଂ ତା” ସାଙ୍ଗମାନେ ତାକୁ ପ୍ରେମିକର ସମ୍ମାନ ଦଉଥିଲେ । ବେଶି ସମ୍ମାନ ଆସୁଥିଲା , ଯେହେତୁ ତା' ସାଙ୍ଗମାନେ ବିଫଳ ପ୍ରେମିକ ଥିଲେ । କିନ୍ତୁ ଏବେ ଅଜୟ ଶୁଣୁଥିଲା ତାର ଅଧୋପତନ ଘଟି ସେ ଏକ ପୁରୁଷ ବେଶ୍ୟାରେ ପରିଣତ ହୋଇଯାଇଥିଲା ।
ଅଜୟର ବଦଳିହୋଇଥିଲା ଭୁବନେଶ୍ଵରରୁ ରାଉରକେଲା । ତା” ସ୍ତ୍ରୀ ଖୋର୍ଧା କଲେଜରେ ଅଧ୍ୟାପିକା ଥିଲା ଏବଂ ତା ସ୍ତ୍ରୀର ରାଉରକେଲା କିମ୍ବା ରାଉରକେଲା ପାଖାପାଖି କୌଣସି କଲେଜ କୁ ବଦଳିହେବା ସମ୍ଭବ ହେଉନଥ୍ଵଲା । ତା'ର ଛୋଟ ପୁଅଟି ମଧ୍ୟ ସ୍କୁଲ ଯିବା ଆରମ୍ଭ କରିଦେଇଥଲା । ତା ସ୍ତ୍ରୀ ମା'ଙ୍କ ସହିତ ଭୁବନେଶ୍ଵରରେ ରହୁଥିଲା ଏବଂ ଖୋର୍ଧାକୁ ଯିବାଆସିବା କରୁଥିଲା । ଅଜୟ ରାଉରକେଲା ରେ ଏକା ରହିଵ, ସେ ଛୋଟ ଘରଟିଏ ଭଡ଼ା ନେବାକୁ ଖୋଜୁଥିଲା । ସରକାରୀ କ୍ଵାଟର୍ସ ଖାଲି ନଥିଲା । ତାର ଦେଖାହେଲା ବିପ୍ର ସହିତ । ବିପ୍ର ରାଉରକେଲା ମ୍ୟୁନିସିପାଲିଟିରେ ଅଫିସର ଥିଲା । ବିପ୍ର ତାର ବନ୍ଧୁ ଓ ସହକର୍ମୀ । ଦୁହେଁ ଏକା ବ୍ୟାଚରେ ଚାକିରିରେ ଭର୍ତି ହୋଇଥିଲେ ଏବଂ ଟ୍ରେନିଂ ନେଲାବେଳେ ଗୋଟିଏ ରୁମ୍ରେ ରହୁଥିଲେ । ବିପ୍ର ସହିତ ମଧ୍ୟ ତାର ଟ୍ରେନିଂ ସରିଲା ପରେ ଏବଂ ନିଯୁକ୍ତି ମିଳିବା ପରଠୁ ଦଶ ଏଗାର ବର୍ଷ ହେଲା ଦେଖାହୋଇନଥିଲା ।
କଥାବାର୍ତା ଭିତରେ ଅଜୟ ତାର ଘରଭଡ଼ା ପ୍ରସଙ୍ଗ ଉଠେଇଲା, କହିଲା ମୋର ଜଣେ ରହିବାକୁ ଛୋଟ ଘରଟିଏ ଦରକାର । ସ୍ତ୍ରୀ ଓ ପୁଅ ଆସିବେ ନାହିଁ, ମୁଁ ଏକା ରହିବି । ବିପ୍ର କହିଲା, ତୁମର ଯଦି କିଛି ଅସୁବିଧା ନ ହୁଏ, ତେବେ ଏଠି ଗୋଟେ ଠେଙ୍ଗୁଆ, କ୍ଲବ ଅଛି, .. ସେଠି ରହିପାରିବ । ଠେଙ୍ଗୁଆ କ୍ଲବ ? ବୁଝିପାରୁନଥିଲା ' ଅଜୟ ।
ହଁ, ଠେଙ୍ଗୁଆ କ୍ଲବ, କ୍ଵାଟର୍ସ ଯାହାର ସେ ଅବିବାହିତ | ମଜାଳିଆ ଲୋକ । ତୁମ ଭଳି, ଯିଏ ପିଲାପିଲିଙ୍କୁ ନ ଆଣିବ, ସେଠି ରହିଯାଇପାରିବ । ବଡ଼ କ୍ଵାଟର୍ସ, ସେ ଏକା ରୁହେ । ତା” ସହିତ ଆମର ଜଣେ ବନ୍ଧୁ ତା ସହିତ ରହୁଥିଲା , ଏବେ ତା'ର ବଦଳିହୋଇଯାଇଛି । ସେଠି ଆମର ଆସର ବସେ, ଆମେ ମାନେ, ତିନି ଚାରିଜଣ ବନ୍ଧୁ । ସେ ଲୋକଟା ଗୋଟେ ଇଂଟେରେଶ୍ଟିଂ କ୍ୟାରେକ୍ଟର, ଜିଗୋଲୋ । କିନ୍ତୁ ସେ ବହୁତ ମଜାମଜା କଥା କୁହେ, ନିଜ ଅଭିଜ୍ଞତାରୁ । ସେଠି ଆମର ଛୁଟିଦିନରେ ବେଳେବେଳେ ଭୋଜି ହୁଏ, ତାସ ଖେଳ ବି ଚାଲେ।
କିଏ ସେ

ଜିଗୋଲୋ ? ପଚାରିଲା ଅଜୟ ।
ବିପ୍ର କହିଲା, ତା ନାଁ ସୁମଂତ ଜେନା, ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଫିସର ଅଛି ।
ସୁମଂତ ଜେନା ! ତା'ର ଘର କ'ଣ ଭଦ୍ରକରେ ? ପଚାରିଲା ଅଜୟ ।
ବିପ୍ରକହିଲା, ହଁ | । ତେବେ ତୁମେ ତାକୁ ଜାଣ । ତେବେ - କିଛି ଅସୁବିଧା. ନାହିଁ । କାହିଁକି ଘରଭଡ଼ା ଦେବ, ଏକାଏକା ରହିବ | । ` ବସ ରହିଯିବ । 'ତୁମେ ତ ଶନିବାର ଭୁବନେଶ୍ଵର ଯିବାକୁ ଟ୍ରେନ୍ ଧରିବ ।
ଇଉନିଭରସିଟି ଛାଡ଼ିବା ପରେ ଅଜୟର ଥରେ ସୁମଂତ ସହିତ ରେଳଷ୍ଟେସନରେ ଦେଖା ହୋଇଥିଲା, କଥାବାର୍ତା ଭଲରେ ହୋଇପାରି ନଥିଲା । ପରେ ଜଣେ ସାଙ୍ଗଠାରୁ ଶୁଣିଥଲା, ସୁମଂତ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଯୋଗଦେଇଛି । ସେ ଭୁଲିଯାଇଥିଲା । ସୁମଂତ ବାହାହୋଇନି ଏବଂ ସେ ପୁରୁଷବେଶ୍ୟାଟିଏ ପାଲଟିଯାଇଛି, ସେ ଜାଣିନଥିଲା ।
।।୨।।
ବିଶ୍ଵବିଦ୍ୟାଳୟରେ ପଡ଼ିଲାବେଳେ ଅଜୟ ଓ ତାର ସାଙ୍ଗମାନେ ସୁମଂତ ବିଷୟରେ ବହୁ ସମୟରେ ଆଲୋଚନା କରୁଥିଲେ । ସେମାନେ ଚେଷ୍ଟାକରି ଜଣେ ଝିଅକୁ ଫସେଇବାକୁ ସଫଳ ହେଉନଥିଲାବେଳେ ସୁମଂତର ଏକାଧିକ ପ୍ରେମିକା ଥଲେ । ସୁମଂତର ଗୋଟିଏ ଝିଅ ସହିତ ସଂପର୍କ ଥିଲା ବେଳେ ଅନ୍ୟ ଗୋଟିଏ ଝିଅ ସହିତ ସଂବନ୍ଧା ଗଢ଼ିଉଠୁଥିଲା ଏବଂ ପୂର୍ବ ପ୍ରେମିକାଟି ଝଗଡ଼ା କରି, ମନମାରି ଦୂରେଇଯାଉଥିଲା । ସଂପର୍କ ତୁଟିଗଲେ` ସୁମଂତ ମନଦୁଃଖ କରୁଥଲା, କିନ୍ତୁ ସେ ବେଶି ପ୍ରଭାବିତ ହେଲାପରି ମନେହେଉନଥିଲା । ଦୁଇ ତିନି ଦିନ ମନଦୁଃଖ କରୁଥଲା, ଗଂଜେଇ ଟାଣୁଥିଲା । ଅବଶ୍ଯ ସେ ବେଳେବେଳେ ମଦପିଏ, କିନ୍ତୁ ମଦ ପିଇବାକୁ ତା ପାଖରେ ସେତେବେଳେ ଟଙ୍କା ନଥାଏ । ଅଜୟ କୁହେ, ସୁମଂତ ଦୁଃଖଟାକୁ ମଦରେ ନ ଧୋଇ ଗଂଜେଇ ଧୂଆଁରେ ଉଡ଼େଇଦିଏ । ଦୁଇ ତିନି ଦିନ କିମ୍ବା ଖୁବ୍ ବେଶିରେ ଗୋଟିଏ ସପ୍ତାହରେ ସେ ପୁଣି ସ୍ଵାଭାବିକ ହୋଇଯାଏ । ତାର ନୂତନ ପ୍ରେମିକା ସହିତ ଗପସପ, ବସାଉଠା କରେ । ଗୋଟିଏ ସମୟରେ ସେ ଦୁଇ ଭଭଣୀଙ୍କୁ ପ୍ରେମ କରୁଥଲା ଏବଂ ସେହି ଦୁଇ ଭଉଣୀ ଜାଣିନଥିଲେ । ଦିନେ ସେ ସେହି ଦୁଇ ଭଉଣୀଙ୍କ ଘରକୁ ଯାଇଥିଲା ଏବଂ ରାତିରେ ତାଙ୍କ ଘରେ ଥିଲା ବେଳେ ଧରାପଡ଼ିଯାଇଥିଲା । ରାତି ପାହିଲା ପୂର୍ବରୁ ତାଙ୍କ ଘର ଛାଡ଼ି ସେ ବସଷ୍ଟାଣ୍ଡକୁ ଚାଲିଆସିଥିଲା । ସୁମଂତର କିଛିଟା ଗୁଣ ଥଲା ଯେଉଁଥିପାଇଁ ସେ ତା ସାଙ୍ଗମାନଙ୍କ ଭିତରୁ ବାରି ହୋଇପଡୁଥିଲା ଏବଂ ଝିଅଙ୍କୁ ଆକର୍ଷିତ କରିପାରୁଥଲା ।
ପ୍ରଥମରେ ସୁମଂତ ପୋଷାକ ପ୍ରତି ଖୁବ୍ ସଚେତନ ଥିଲା । ପାଠପଢ଼ିଲା ବେଳେ ଅନ୍ୟମାନେ ଯାହା ଯେତେବେଳେ ହାତରେ ପଡ଼ିଲା ପିନ୍ଧି ଦେଉଥିଲା, କିନ୍ତୁ ସୁମଂତ କୋଉ ପେଣ୍ଟକୁ କୋଉ ସାର୍ଟ ମାନିବ, ସେହି ସାର୍ଟ ପିନ୍ଧୁଥିଲା ଏବଂ ତା' ର ପେଣ୍ଟସାର୍ଟ କିଣିବାରେ ସ୍ଵତନ୍ତ ରୁଚି ଥିଲା । ପେଣ୍ଟସାର୍ଟ କିଣିଲାବେଳେ ତା” ସାଙ୍ଗମାନେ ବି ବାଛିବାକୁ ତାକୁ ସାଙ୍ଗରେ ନେଉଥିଲେ । ପାଠପଢ଼ିଲା ବେଳେ ବେଶି ପ୍ୟାଣ୍ଟ ସାର୍ଟ କିଣିବାକୁ ଅବଶ୍ଯ ତାର ଏତେ ଟଙ୍କା ନଥିଲା , କିନ୍ତୁ ସେହି ଅଭାବ ସେ ପୂରଣ କରିଦେଉଥିଲା ସାଙ୍ଗମାନଙ୍କ ସାର୍ଟ ପିନ୍ଧିଦେଇ । ସାର୍ଟ ବଦଳେଇ ପିନ୍ଧିବା ତା' ସାଙ୍ଗମାନଙ୍କ ଭିତରେ ଚଳୁଥିଲା , ବେଶି ସୁମଂତ ପାଇଁ । ସେ ଠିକ୍ ସମୟରେ ଚୁଟି କାଟିବା, ଖିଅର ହେବା ପ୍ରତି ଧ୍ଯାନ ଦେଉଥିଲା । କହୁଥୁଲା ଆମେ ସବୁବେଳେ ଆମ ଆଡୁ ପ୍ରସ୍ତୁତ ହୋଇ ରହିବା କଥା, କିଏ କେତେବେଳେ ଭେଟ ପଡ଼ିଯିବ, କିଏ କହିବ । ଏପରିକି ଅଜୟ ଓ ତା 'ର ସାଙ୍ଗମାନେ ଟ୍ରେନରେ ଯାତ୍ରା କରୁଥିଲାବେଳେ ଯାହା ନାହିଁ ତାହା ପିନ୍ଧିଦିଅନ୍ତି, କିନ୍ତୁ ସୁମଂତ, ସକାଳ ସାତଟାରେ ଟ୍ରେନ୍ ଧରିବାକୁ ଥିଲେ , ଭୋର ଚାରିଟାରୁ ଉଠି, ଖିଅର ହୋଇ, ଗାଧୋଇପାଧୋଇ ପ୍ରସ୍ତୁତ ହେଉଥିଲା । ଟ୍ରେନ୍ ଭିତରେ ସଫା ଇସ୍ତ୍ରୀକରା ପେଣ୍ଟସାର୍ଟ କିମ୍ବା କୁର୍ତା ପାଇଜାମା ପିନ୍ଧୁଥିଲା ଏବଂ ବହିଟିଏ କିମ୍ବା ପତ୍ରିକାଟିଏ ଧରି ପଢୁଥିଲା । ସୁମଂତ ଥରେ ସାଙ୍ଗମାନଙ୍କ ସହିତ ଦିଲ୍ଲୀରୁ ଫେରିଲାବେଳେ ଗୋଟିଏ ଅଜଣା ଝିଅ ସହିତ ବନ୍ଧୁତା କରିଦେଇଥିଲା । ଦେଖାଯାଇଥିଲା , ଝିଅଟି ଚା” କିମ୍ବା କଫି ପିଇଲାବେଳେ ସୁମଂତ ପାଇଁ ମଧ୍ୟ ମଗଉଥିଲା । ଭୁବନେଶ୍ଵର ଫେରିଲା , ପରେ, ବେଶ୍ କେତେମାସ ପର୍ଯ୍ୟନ୍ତ ସେହି ଝିଅ ସହିତ ତା'ର ଚିଠି ଦିଆନିଆ ସଂପର୍କ ଥିଲା । ଦ୍ବିତୀୟରେ ସୁମଂତ ଉଚ୍ଚାଭିଳାଷୀ ଥଲା, ଅନ୍ତତଃ ତା' କଥାବାର୍ଭା କାର୍ଯ୍ୟକଳାପରେ ସେ ସୂଚେଇ ଦେଉଥିଲା । ଅଜୟ ଓ ତା 'ର ସାଙ୍ଗମାନେ ଯେତେବେଳେ ଭାବୁଥିଲେ ଏବଂ ଚେଷ୍ଟା କରୁଥିଲେ, ସେମାନେ ଚାକିରିଟିଏ କରିବେ, ହୁଏତ ମୋଟାଅଙ୍କର ଦରମା ସହ କ୍ଷମତାସଂପନ୍ନ ଚାକିରି, ସୁମଂତ କହୁଥିଲା, ସେ ବିଦେଶ ଯିବ ଏବଂ ବିଦେଶରେ ଗୋଟିଏ ନାମୀ ବିଶ୍ଵବିଦ୍ୟାଳୟରେ ଗବେଷଣା କରିବ । ସେମାନେ ପାଠପଢ଼ିଲାବେଳେ ଇଂଟରନେଟ, ମୋବାଇଲ ଫୋନ୍ ହ୍ଵାଟସଆପ୍ ଆଦି ଭାରତକୁ ଆସିନଥିଲା , କିମ୍ବା ବିଶ୍ଵରେ ପ୍ରଚଳିତ ହୋଇନଥଲା । ସୁମଂତ ଲାଇବ୍ରେରୀରେ ବସି ବିଭିନ୍ନ ପତ୍ରପତ୍ରିକାରୁ ଠିକଣା ସଂଗ୍ରହ କରି ଆମେରିକା, ଇଂଲଣ୍ଡର ବିଭିନ୍ନ ପ୍ରଫେସରଙ୍କ ପାଖକୁ ଚିଠି ଲେଖୁଥିଲା । ଲେଖୁଥିଲା ସେ ଗବେଷଣା କରିବାକ୍ ଚାହୁଁଛି, କୋଉ ବିଷୟରେ ଗବେଷଣା କରିବାକୁ ଚାହୁଁଛି, ଲେଖୁଥଲା, ଓ ସେଥି ପାଇଁ ପରାମର୍ଶ ଲୋଡୁଥିଲା । ଅନେକ. ପ୍ରଫେସର ତା ଚିଠି ର ଉତ୍ତର' ମଧ୍ୟ ଦେଉଥିଲେ । ଅନେକ ସମୟରେ ତା'ର ସାର୍ଟ ପକେଟରେ ଗୋଟିଏ ଏରୋଗ୍ରାମ ଥିଲା ଏବଂ ସେହି ଏରୋଗ୍ରାମ ଏପରି ପକେଟରେ ରଖୁଥିଲା, ତା” ଅଗ୍ରଭାଗର କିଛି ଅଂଶ ବେଶ୍ ସୁଦୃଶ୍ୟ ହେଉଥିଲା । ସାଙ୍ଗମାନେ, ବିଶେଷତଃ ଝିଅମାନେ ପଚାରୁଥିଲେ, ଇୟେ କଣ , କୋଉଠୁ ଆସିଛି ? ସେ କହୁଥିଲା, ଅକ୍ଫୋର୍ଡ କିମ୍ବା କେମ୍ବରୀଜ କିମ୍ବା ହାଭାର୍ଡର ଅମୁକ ପ୍ରଫେସର ଦେଇଛନ୍ତି । ସେମାନେ ବେଳେବେଳେ ଚିଠି ନେଇ ପଢୁଥିଲେ । ବେଳେବେଳେ ସୁମଂତ ମଧ୍ୟ କୌଣସି ପ୍ରଫେସରଙ୍କର ଗବେଷଣା ଉପରେ ପ୍ରଶ୍ନଟିଏ ପଟାରୁଥିଲା , ସୁମଂତ ଛାତ୍ରଟିଏ ଏବଂ ବୁଝିବାକୁ ଚାହୁଁଛି, ଜଣେଜଣେ ପ୍ରଫେସର ଲମ୍ବା ଭତ୍ତର ଦେଉଥିଲେ । ତାଙ୍କ ସାଙ୍ଗମାନଙ୍କ ଭିତରେ ଗୋଟିଏ ଧାରଣା ଥିଲା , ସୁମଂତ ଭିନ୍ନ, ଜଣେ ସାଧାରଣ ଛାତ୍ର ନୁହେଁ । ଝିଅମାନେ ତା” ପ୍ରତି ଆକର୍ଷିତ ହେଉଥିଲେ ଏବଂ ସମ୍ମାନ ଓ ସଂଭ୍ରମ ସହିତ ତା ସହିତ କଥାବାର୍ଭା କରୁଥିଲେ ଏବଂ ଯେଉଁ ଝିଅ ପ୍ରତି ସେ ଆକର୍ଷିତ ହେଉଥିଲା , ଅନ୍ୟମାନେ ତାକୁ ଈର୍ଷା କରୁଥିଲେ ।
ତୃତୀୟରେ ସେ ଗୀତ ବୋଲିପାରୁଥିଲା । ତା'ର ପ୍ରିୟ ଥଲା କିଶୋର କୁମାରଙ୍କର ରୋମାଣ୍ଟିକ ଗୀତ । କ୍ଲାସ ନଥିଲା ବେଳେ ସାଙ୍ଗସାଥି ରେ ବସିଥିଲା ବେଳେ କିମ୍ବା ଭୋଜିରେ ତାଳୁ ଗୀତ ବୋଲିବାକୁ କହୁଥିଲେ ଏବଂ ସେ ବୋଲୁଥିଲା । ତାଙ୍କର ଜଣେ ମାଡାମ ଥିଲେ, ଭୋଜି କିମ୍ବା ସେମିନାର ଥିଲେ , ସେମିନାର ସରିଗଲା ପରେ, ସୁମଂତକୁ କହୁଥିଲେ, କିଶୋର କୁମାରଙ୍କର ରାତ କଲି ମୋର ଖ୍ଵାବ୍ ମେ ଆୟି.... ଗୀତଟି ବୋଲିବାକୁ । କିଛିଦିନ ସେହି ମାଡାମଙ୍କୁ ଦେଖିଲେ ତା ସାଙ୍ଗମାନେ ସୁମତଂକୁ ଚିଡ଼ଉଥିଲେ, ତୋର ରାତ କଲି ଆସିଗଲା । ସୁମଂତ ହସିଦେଇଥିଲା ଏବଂ କହୁଥିଲା, ମାଡାମଙ୍କ ସହିତ ତାର ଅଧ୍ବକ କିଛି ସଂପର୍କ ନାହିଁ । ତଥାପି ତାର କିଛି ବନ୍ଧୁ ଭାବୁଥିଲେ , ମାଡାମଙ୍କ ସହିତ ତା'ର ପ୍ରେମ ସଂପର୍କ ରହିବା ତା' ପକ୍ଷରେ ଅସମ୍ଭବ ନୁହେଁ ।
ଏମିତି କିଛି ଗୁଣ ମିଶାମିଶି ତା ପାଖରେ ଥିଲା ଏବଂ ସାଙ୍ଗମାନଙ୍କ ଭିତରେ ସେ ଭିନ୍ନ ଓ ସ୍ଵତନ୍ତ୍ର ମନେହେଉଥିଲା । ଏବେ ଅଜୟ ବିପ୍ରଠାରୁ ଯାହା ସେ ଶୁଣୁଥିଲା , ସୁମଂତ ତାର ସେହି ସମ୍ମୋହନ ଗୁଣକୁ ବ୍ୟବସାୟିକ କାମରେ ଲଗେଇଦେଇଛି ।
| ।୩। |
ଜଣଙ୍କୁ ଦେଖୁଦେଲେ ଖୁସିଲାଗିଲା ପରି ସୁଂମତର ମୁହଁ ଏବଂ ତା'ର କଥାବାର୍ତା | ଅଜୟ ରାଉରକେଲା ଅଫିସରେ ଯୋଗଦେଇଛି ବିପ୍ରଠାରୁ ଶୁଣି ସୁମଂତ ସଂଜବେଳକୁ ଗେଷ୍ଟହାଉସରେ ପହଞ୍ଚିଗଲା ଏବଂ କହିଲା ଯାହାହେଉ, ଆମେ ପାଠପଢ଼ା ସାରିବାର ବାର ବର୍ଷ ପରେ ପୁଣି କିଛିଦିନ ସାଙ୍ଗହୋଇ ରହିବା ।
ଅଜୟ କହିଲା, ବିପ୍ର ଓ ମୁଁ ତୋ ପାଖକୁ ଯାଇଥାନ୍ତୁ । ସେ କହିଥିଲା ଆସିବାକୁ, ମୁଁ ତାକୁ ଅପେକ୍ଷା କରିଥିଲି ।
ସୁମଂତ କହିଲା, ବିପ୍ର ସସ୍ତିକ କୁଆଁଡ଼େ ଗଲା । ମତେ ଫୋନ୍ କରି ତୋ' କଥା କହିଲା । ତୁ ଅବଶ୍ୟ ତାକୁ କହିଥିଲୁ ଆମେ ସାଙ୍ଗ ଥିଲେ, କିନ୍ତୁ ସେ ଜାଣିନଥିଲା , ଆମେ କେତେ ଘନିଷ୍ଠ ଥଲେ । ମୁଁ ଅଫିସରୁ ସିଧା ଚାଲିଆସିଛି । ତୁ ଚା ମଗା, ଏହି ଗେଷ୍ଟ୍ହାଉସର ଲୋକଟି ଭଲ ଚା' କରେ ।
ସୁମଂତ ଯେମିତି ଥଲା ସେମିତି, ସେହି ହସ, କଥା କହିବାର ଢଂଗ, କିଛି ବି ବଦଳି ନଥିଲା । ଅଜୟ, ସୁମଂତ ଓ ଆଉ ଦୁଇଜଣ ସାଙ୍ଗ ପଢ଼ିଲାବେଳେ ବହୁତ ଘନିଷ୍ଠ ଥିଲେ , ସାଙ୍ଗହୋଇ ବୁଲୁଥିଲେ , ସିନେମା ଦେଖିବାକୁ ଗଲେ ସାଙ୍ଗ ହୋଇ ଯାଉଥିଲେ , କାଂଟିନରେ ଜଳଖିଆ ସାଙ୍ଗ ହୋଇ କରୁଥିଲେ । ଯେତେବେଳେ ପଢା ସରିବା ପରେ ବିଦାୟ ନେବାକୁ ପଡ଼ିଲା ଏବଂ ନିଜନିଜ କର୍ମକ୍ଷେତ୍ରକୁ ଚାଲିଗଲା ପରେ ହୁଏତ ଆଉ କେବେ ଦେଖା ନ ହୋଇପାରେ ଟିନ୍ତାକରି ସମସ୍ତେ ଦୁଃଖ କରୁଥିଲେ । ସୁମଂତ ସେତେବେଳେ କହିଥିଲା, ଆମେ ଏବେ ଯେମିତି ଅଛନ୍ତି, ଭବିଷ୍ୟତରେ ଆମର ଯେବେ କୋଉଠି ଦେଖାହେବ, ଆମେ ଚେଷ୍ଟାକରିବା, ଆମ ସାଙ୍ଗମାନଙ୍କ ପାଖରେ ସେମିତି ରହିଥିବା ।
ସେମିତି ରହିଥିଲା ସୁମଂତ । ଅଜୟ ଚା ବରାଦ କଲା ଏବଂ ସୁମଂତକୁ ପଚାରିଲା, ଏଠି ସମସ୍ତେ ତତେ ଜିଗୋଲୋ କହୁଛନ୍ତି ? ଜିଗୋଲୋ, ମାନେ ପୁରୁଷ ବେଶ୍ୟା !
ସମସ୍ତେ ମାନେ କିଏ ?
ବିପ୍ର କହିଥିଲା ।
ସେମାନଙ୍କର କଥାବାର୍ତା , ଢଙ୍ଗଢାଙ୍ଗରେ ରୁଚି ନାହିଁ ।
ତୁ କଣ ତାକୁ ବିଶ୍ଵାସ କରୁଛୁ ? ସୁମଂତ ପଚାରିଲା ।
ଗେଷ୍ଟ ହାଉସ୍ର ପିଲାଟି ଚା' ଦେଇଗଲା ।
ଏଇଟି ହେଉଛି ` ସୁମଂତର କହିବା ଢଂଗ
¬ ତୁ ବିଶ୍ଵାସ କରୁଛୁ ଅର୍ଥ ଏତେ ଘନିଷ୍ଠ ସାଙ୍ଗ ହୋଇ ତୁ ମତେ ଜାଣିପାରିଲୁ ନାହିଁ, ଅନ୍ୟଙ୍କୁ ବିଶ୍ଵାସ କରୁଛୁ ।
ଅଜୟ ଚା' ଢୋକେ ନେଇ କହିଲା ତୋର ଏକାଧିକ ଝିଅଙ୍କ ସହିତ ସଂପର୍କ ପଢ଼ିଲାବେଳେ ଥଲା । ଏହି ବାର ତେର ବର୍ଷ ହେଲା ତୋ' ସହିତ ଦେଖା ହୋଇନି, କିମ୍ବା ଆମର କୌଣସି ପ୍ରକାର ସଂପର୍କ ନଥିଲା । ତୋର ସେହି ଯୋଉ ସହଜାତ କଳାକୁ ବ୍ୟବସାୟରେ ପରିଣତ କରିବା ଅଭିଯୋଗ ଏବେ ଆସୁଛି, ଏଥରେ ଅବିଶ୍ବାସ କରିବାରେ କିଛି ନାହିଁ ।
ସୁମଂତ ଚା” ପିଭଥିଲା । କହିଲା, ଜିଗୋଲୋର ଦୁଇଟି ମୁଖ୍ୟ ଗୁଣ, ପ୍ରଥମ ସେ ପାରିଶ୍ରମିକ ନେଉଥିବ , ତାର ଏଇଟା ଗୋଟେ ରୋଜଗାର ପଟନ୍ଛା । ଦ୍ଵିତୀୟ, ସେ ଗ୍ରାହକସେବା କରୁଥିବ । ମୋ ପାଖରେ ସେହି ଦୁଇଟି ଗୁଣ ନାହିଁ କିମ୍ବା ସେହି ନାରୀମାନେ ମୋର ଗ୍ରାହକ ନୁହନ୍ତି । ଜିଗୋଲୋ ମନରେ ପ୍ରେମ, ଭାବପ୍ରବଣତା ନ ଥାଏ, କାରଣ ପ୍ରେମରେ ପଡ଼ିଗଲେ ତାର ରୋଜଗାର ହେବନି । ସେମାନେ ମୋର ଗ୍ରାହକ ନୁହନ୍ତି କିମ୍ବା ମୁଁ କେବେ କାହାଠାରୁ ଟଙ୍କା ପଇସା ଆଣେନି । ମୁଁ ଭଲପାଏ, ପ୍ରେମକରେ । ତେଣୁ ମୁଁ ପୁରୁଷବେଶ୍ୟା ହେଲି କିପରି ?
ଅଜୟ ସୁମଂତକୁ ଚାହିଁରହିଥିଲା , ତାକୁ ଲାଗୁଥିଲା ସୁମଂତ ମିଛ କହୁନି, କିଛି ଛଳନା କରୁନି ।
ଅଜୟ କହିଲା, ଅର୍ଥାତ୍, ତୁ ଯାହା ଥିଲୁ ସେଇଆ ଅଛୁ, କିନ୍ତୁ ତୋର ପ୍ରେମିକା ସଂଖ୍ୟା ଏବେ ବଢ଼େଇ ଦେଇଛୁ ।
ସେମାନେ ଅତିରଂଜିତ କରି କହୁଛନ୍ତି । ଏହା ଭିତରେ ପୁଣି ବାର ତେର ବର୍ଷ ଗଡ଼ିଗଲାଣି, ଅବଶ୍ୟ କେତେଜଣ ଆସିଛନ୍ତି, ପୁଣି . ' ଚାଲିଯାଇଛନ୍ତି | କହିଦେଇ ସୁମଂତ ହସିଦେଲା ଏବଂ ତାର ହସ ଅଜୟକୁ ବଡ଼ ରହସ୍ୟମୟ ଲାଗିଲା । ଅଜୟ ସୁମଂତ ସହିତ ତା” ସୁଟ୍କେଶ ଧରି ତା କ୍ଵାଟର୍ସକୁ ଆସିଲା ।
ସୁମଂତ ମେଳାପୀ, ତା 'ର ସାଙ୍ଗସାଥଙ୍କ ସଂଖ୍ଯା ବି ଅଧକ | ତା କ୍ବାଟର୍ସରେ ତିନିଟା ଶୋଇବାଘର । ବଡ଼ କ୍ଵାଟର୍ସ, କ୍ଵାର୍ଟସ ସାମ୍ନା ଓ କଡ଼ରେ ବହୁତ ଜାଗା ବି ଅଛି । କ୍ଵାଟର୍ସ କଡ଼ରେ ଦୁଇଟା ଆମ୍ବଗଛ । ସେ ମଧ୍ୟ ସାମ୍ନା ରେ ଛୋଟ ଫୁଲବଗିଚାଟିଏ କରିଛି । ଅଜୟ ବଦଳିହୋଇ ରାଉରକେଲା ଯିବା ପୂର୍ବରୁ ବିପ୍ରର ଜଣେ ସହକର୍ମୀ ସେଠି ରହୁଥିଲା , ସେ ଦୁଇମାସ ହେବ୍ ବଦଳିହୋଇ ଚାଲିଯାଇଥିଲା । ସେହି କ୍ଵାଟର୍ସରେ ପ୍ରାୟ ପ୍ରତି ସନ୍ଧ୍ୟାରେ ତିନି ଚାରିଜଣ ଯୁଟିଯାଆଚ୍ତି, ତାସ ଖେଳ ଚାଲେ । କିନ୍ତୁ ସୁମଂତ ତାଙ୍କ ସହିତ ତାସ ଖେଳେ ନାହିଁ , ବେଳେବେଳେ ସେମାନଙ୍କ ସହିତ ତାସ୍ ଖେଳ ସମୟରେ ବସେ । ସେମାନେ ବହୁ ବିଷୟରେ ଗପନ୍ତି, ଗୁଲିଖଟି କରନ୍ତି । କିନ୍ତୁ ଭୋଜି ହେଲେ ସୁମଂତ ନିଜେ ମାଂସ ରୋଷେଇ କରେ. | ସୁମଂତ ଭଲ ରାନ୍ଧିପାରେ, ବିରିୟାନି ବି କରେ । ସେମାନେ ପଢ଼ିଲାବେଳେ ଯେତେବେଳେ ସେମାନେ ଭୋଜି କରୁଥିଲେ, ସୁଂମତ ରାନ୍ଧିବା ଦାୟିତ୍ ନେଉଥିଲା ।
ଅଜୟ ଓ ସୁମଂତ ଲୁଗା ବଦଳେଇ ସୋଫା ଉପରେ ବସିଥିଲେ । ସୁମଂତ ତା' ପାଖରେ ଉହିଥିବା ପିଲାଟାକୁ ରାତି ଖିଆ ପାଇଁ କ'ଣ କ'ଣ କରିବ କହିସାରିଥିଲା | ସେ ରୋଷେଇରରେ ଥଲା | ଅଜୟ ଓ ସୁମଂତ କଲେଜ ଓ ବିଶ୍ଵବିଦ୍ୟାଳୟରେ ପଢୁଥିବା ସମୟରେ ତାଙ୍କର ଅନ୍ୟ ସାଙ୍ଗସାଥୀଙ୍କ ସଂପର୍କରେ ଗପୁଥିଲେ । ଅଜୟ ପଚାରିଲା, ତୁ ବାହାହୋଇ ପଡ଼ୁନୁ କାହିଁକି ?
ସୁମଂତ କହିଲା, ମୁଁ ହିସାବ କରୁଥିଲି, ମୋ ପ୍ରେମିକାମାନେ ମୋ ସହିତ ହାରାହାରି ଛଅସାତ ମାସରୁ ଅଧିକ ରହିନାହାନ୍ତି । ବାହାହେଲେ ମୋ ସ୍ତ୍ରୀ କଣ ମୋ ପାଖରେ ଛଅ ସାତ ମାସରୁ ଅଧିକ ଶାନ୍ତିରେ ରହିପାରିବ ? ଯଦି ମାଡ଼ି ମକଚି ରହେ, ତେବେ ଅସନ୍ତୋଷରେ ରହିବ । ସେମିତି ବାହାହୋଇ ଅସନ୍ତୋଷରେ ରହିବା ଅପେକ୍ଷା ଏ ଜୀବନ ଭଲ ।
ଅଜୟ କହିଲା, ପ୍ରେମିକା ତୋ ସହିତ ରହିପାରୁ ନାହାନ୍ତି, ସେଥିପାଇଁ ତୁ ଦାୟୀ । ତୋ'ର ଲଂପଟ ପ୍ରକୃତି ଛାଡ଼, ଜୀବନଟାକୁ ଶୃଙ୍ଖଳିତ କର ।
ସୁମଂତ କହିଲା, ତୁ ଠିକ୍ ମତେ ବୁଝିପାରିଲୁ ନାହିଁ, ମୁଁ ପ୍ରେମ ଓ ସୌନ୍ଦର୍ଯ୍ୟର ପୂଜାରୀ । ମଂଦାର ଭଲଲାଗେ, ମଲ୍ଲୀଫୁଲ ବି ଭଲ ଲାଗେ । ଯଦି ଗୋଲାପ ଦେଖୁଲୁ, କ' ଣ ଗୋଲାପ ଆଡ଼େ ଚାହିଁବୁନି ? ମୋର ଜେଜେବାପା କୁହନ୍ତି , ପ୍ରକୃତି କାହାର ଛାଡ଼େ ନାହିଁ, ମରିଲେ ଶବପୋଡ଼ା ସହିତ ମରେ ।
ବିପ୍ର ତା' ସ୍ତ୍ରୀ ସହିତ ପହଞ୍ଚି ଗଲା । ସେ କହିଥିଲା, ସଂଜବେଳେ ଅଜୟ ପାଖକୁ ଯାଇ ତାକୁ ସାଙ୍ଗରେ ଧରି ସୁମଂତ କ୍ଵାଟର୍ସକୁ ଆସିବ । ଅଜୟ ଆସିଲା କି ନାହିଁ ଦେଖି ବାକୁ ଆସିଥଲା । ସୁମଂତ କହିଲା, ଟିକେ ଚା' ହୋଇଯାଉ ।
ବିପ୍ର ମନାକରୁଥିଲା । ସେମାନେ ବଜାରରୁ ଫେରିବା ବାଟରେ ସୁମଂତ କ୍ଵାଟର୍ସ ଆଡ଼େ ପଶିଆସିଥିଲେ ।
ବିପ୍ର କହିଲା, ନା, ଚା” ପିଇବାକୁ ଇଚ୍ଛା ନାହିଁ, ଆମେ ଆସୁଛୁ ।
ସୁମଂତ କହିଲା, ତୁମେ ସିନା ଏଠିକି ଆସ, ଆମ କ୍ଲବର ମେମ୍ବର, କିନ୍ତୁ ମାଡାମ ପ୍ରଥମଥର ଆସିଛନ୍ତି । ଚା ନପିଇଲେ ଜୁସ୍ଟିକେ ପିଅନ୍ତୁ ।
ସୁମଂତ ନିଜେ ଉଠି ଚାଲିଗଲା । ତା ପାଖରେ ରୋଷେଇ କରିବାକୁ ଥିବା ପିଲାକୁ ନ କହି, ନିଜେ ଗୋଟିଏ ଟ୍ରେ ରେ ଚାରିଟା ଗ୍ଳାସ୍ରେ ଜୁସ୍ ଆଣିଦେଲା । ପ୍ରଥମେ ସେ ବିପ୍ରର ସ୍ତ୍ରୀକୁ ବଢ଼େଇଦେଲା । ଏକ ପଞ୍ଚତାରକା ହୋଟେଲର ପରିଚାରକ ପରି ଭଦ୍ର, ନମ୍ର ଓ ସମ୍ମାନର ସହିତ ସେ ପରଶୁ ଥିଲା । ବିପ୍ରର ସ୍ତ୍ରୀ ନମିତା, ଅଧ୍ୟାପିକା । ବିପ୍ର ଘରେ ତା'ର ସାଙ୍ଗସାଥି ଙ୍କ ବିଷୟରେ ଗପୁଥିଲା ବେଳେ ହୁଏତ ଅଜୟ ଓ ସୁମଂତ ସଂପର୍କରେ କହିଥିବ । ଅଜୟ ଦେଖୁଥିଲା, ବିପ୍ରର ଦୃଷ୍ଟି ସୁମଂତ ଉପରେ, ସେ ସୁମଂତର କଥାବାର୍ତା ଗତିବିଧିକୁ ନିରେଖୁଥିଲା | ବିପ୍ରଠାରୁ ଶୁଣି ତା ସ୍ତ୍ରୀର ସୁମଂତ ସଂପର୍କରେ ବେଶି ଜାଣିବାକୁ କୌତୁହଳ ହୋଇ ଥବ ।
।।୪।।
ସୁମଂତ ବାଜି ଗ୍ରହଣ କରିଥିଲା । ବାଜି ଥିଲା , ସେ ରାଉରକେଲା ମ୍ୟୁନିସିପାଲିଟିର ଏକଜିକ୍ୟୁଟିଭ୍ ଅଫିସରର ସ୍ତ୍ରୀକୁ ଫସେଇବ । ସମୟ ଦିଆଯାଇଥିଲା ତିନିମାସ । ସେମାନେ ବିଶ୍ଵାସ କଲାଭଳି ପ୍ରମାଣ ଦେବ ।
ସୁମଂତର ସେହି ଠେଙ୍ଗୁଆ କ୍ଲବକୁ ବିପ୍ର ଓ ମହାନ୍ତି ସମେତ ଚାରି ପାଞ୍ଚ ଜଣ ଆସୁଥିଲେ । ବିପ୍ର ଓ ମହାନ୍ତି ମ୍ୟୁନିସିପାଲିଟି ଏକଜିକ୍ୟୁଟିଭ ଅଫିସରର ଅଧସ୍ତନ କର୍ମଚାରୀ ଥଲେ ଏବଂ ବିପ୍ର ଓ ଏକଜିକ୍ୟୁଟିଭ ଅଫିସର ପାଖାପାଖି କ୍ଵାଟର୍ସରେ ରହୁଥିଲେ । ବିପ୍ର ଓ ମହାନ୍ତି ସୁମଂତ ସହିତ ବାଜି ପକେଇଥଲେ ଏବଂ କହିଥିଲେ , ଯଦି ସୁମଂତ ବାଜି ଜିତିଯାଏ, ତେବେ ଠେଙ୍ଗୁଆ କ୍ଲବର ସଦସ୍ୟମାନେ ଯାହା ସ୍ଥିର କରିବେ, ସେମାନେ ଦେବେ |
ତାସ ଖେଳିଲାବେଳେ କିମ୍ବା ଏମିତି ବସି ଗପସପ କରୁଥିଲା ବେଳେ ଅନେକ ସମୟରେ ବିପ୍ର କିମ୍ବା ମହାନ୍ତି ଏକଜିକ୍ୟୁଟିଭ ଅଫିସରର ସ୍ତ୍ରୀ ଉପରେ ଆଲୋଚନା କରନ୍ତି । ସୁମଂତ ଯାହା ଶୁଣୁଥିଲା , ଏକଜିଜ୍ୟୁଟିଭ୍ ଅଫିସରର ସ୍ତ୍ରୀ ଦେଖବାକୁ ସୁନ୍ଦରୀ । ଦେଖି ଦେଲେ ହଠାତ୍ କାମନା ଜାଗ୍ରତ ହେଲାଭଳି ଆକର୍ଷଣ । କିନ୍ତୁ ସେ ଚୁପ୍ଚାପ୍, ଗମ୍ଭୀର, କାହା ସହିତ ବେଶି କଥାବାର୍ତା କରେନି । ପତିବ୍ରତା ଓ ଧର୍ମପରାୟଣା । ତାଙ୍କ କଲୋନିରେ ସବୁଠାରୁ ଶୀଘ୍ର ସେ ସକାଳୁ ଉଠେ ଏବଂ ଫୁଲ ତୋଳେ । ସବୁ ସୋମବାର ଦିନ ସକାଳେ ସେ ଶିବମନ୍ଦିରକୁ ଯାଏ ତାଙ୍କ ଘରେ କାମବାଲୀ ବା ଚାକରବାକର ନଥାନ୍ତି । ସେ କୁହେ ରୋଷେଇ କରିବା କିମ୍ବା ଘରକାମ କେହି ବାହାରଲୋକ କଲେ ତାଵ୍ ଭଲ ଲାଗେନି, ସେ ସଂତୃଷ୍ଟ ହୁଏନି । ଛୋଟ ପରିବାର, ସେଥି ରେ ବାସନକୁସନ କେତେ ଖଣ୍ଡ ଯେ କାମବାଲୀ ରଖିବ ? ରୁଚିପୂର୍ଣ କଥାବାର୍ତା , ବ୍ୟବହାର । ଏକଜିକ୍ୟୁଟିଭ୍ ଅଫିସରର କ୍ଵାଟର୍ସକୁ ଗଲେ, ତାଙ୍କ ବୈଠକଘରର ସାଜସଜା ସୁନ୍ଦର ଲାଗିବ, ତାଙ୍କ ସ୍ତ୍ରୀ କରିଥାନ୍ତି । ସେ ତାଙ୍କ ସ୍ଵାମୀଙ୍କର ପେଣ୍ଟ ଜାମା ନିଜେ ସଫାକରନ୍ତି ଏବଂ ଇସ୍ତରୀ ଦିଅନ୍ତି, ଇତ୍ୟାଦି ଇତ୍ୟାଦି । ପତିବ୍ରତା ନାରୀର ଯାହା ଯାହା ଗୁଣ ବା ଲକ୍ଷଣ ରହିବା କଥା, ସେସବୁ ତାଙ୍କ ପାଖରେ ଥଲା ।
କଲୋନୀର ଅନ୍ୟ ସ୍ତ୍ରୀମାନେ ତାକୁ ସହିପାରନ୍ତି ନାହିଁ, ଈର୍ଷା କରନ୍ତି । ସେକଥା ବିପ୍ର ତା ସ୍ତ୍ରୀଠାରୁ ଶୁଣେ । ସେମାନେ କୁହନ୍ତି, ଏକଜିକ୍ୟୁଟିଭ୍ ଅଫିସରର ସ୍ତ୍ରୀ ଗର୍ବୀ, ଅହଂକାରୀ । ବୋଧହୁଏ ତା'ର ସୌନ୍ଦର୍ଯ୍ୟ ପାଇଁ ଅନ୍ୟ ସ୍ତ୍ରୀମାନେ ଅସହଣି ହୋଇପଡ଼ନ୍ତି ।
ଏହା ଏକ କଷ୍ଟକର କାମ, ଅସମ୍ଭବ ଲାଗୁ ଥିଲା ମଧ୍ୟ । ବ୍ଯକ୍ତିଗତ କିମ୍ବା ଦାପ୍ତରିକ କାମରେ ଏକଜିକ୍ୟୁଟିଭ୍ ଅଫିସର କିମ୍ବା ତାଙ୍କ ସ୍ତ୍ରୀଙ୍କ ସହିତ ସୁମଂତର ସଂପର୍କ ନାହିଁ । ସୁମଂତ ମଧ୍ୟ କେବେ କୋଉଠି ଏକଜିକ୍ୟୁଟିଭ୍ ଅଫିସର କିମ୍ବା ତାଙ୍କ ସ୍ତ୍ରୀକୁ ଭେଟିନଥିଲା ।
ଅଜୟ ବୁଝୁଥିଲା, ନିଜର ଉପରିସ୍ଥ ହାକିମ ଓ ଜଣେ ପଡ଼ୋଶୀର ସ୍ତ୍ରୀକୁ ଫସେଇବାକୁ ସୁମଂତ ସହିତ ବାଜି ଲଗେଇବାର ବିପ୍ର ଏକ ମନ୍ଦ ଉଦ୍ଦେଶ୍ୟ ଥଲା । ଏକଜିକ୍ୟୁଟିଭ୍ ଅଫିସର ସହିତ ବିପ୍ର ଓ ମହାନ୍ତିର ଦାପ୍ତରିକ ସଂପର୍କ ଭଲ ନଥିଲା । ସେମାନଙ୍କର ତିକ୍ତ ସଂପର୍କ ବିପ୍ର ବେଳେବେଳେ ଅଜୟକୁ କହୁଥିଲା । ସୁମଂତକୁ ” ସ୍ତ୍ରୀ ପିଛା ଲଗେଇ ସେ ଏକ ପ୍ରକାର ପ୍ରତିଶୋଧ ନେବାକୁ ଚାହୁଁଥିଲା । ମହାନ୍ତି କିନ୍ତୁ ସୁମଂତ ପକ୍ଷରେ ଏହା ସମ୍ଭବ ବୋଲି ଭାବୁନଥିଲା । ତାକୁ ଏହା ଏକ ଖେଳ ପରି ଲାଗୁଥିଲା । ମହାନ୍ତି ପଚାରିଲା, ଆପଣ ଏକଜିକ୍ୟୁଟିଭ୍ ଅଫିସରଙ୍କ ସ୍ତ୍ରୀଙ୍କୁ ଦେଖିଛନ୍ତି ? ସୁମଂତ କହିଲା, ସେ ସୁଯୋଗ ମତେ କେବେ ମିଳିନି |
ମହାନ୍ତି କହିଲା, ଆଡଭୋକେଟ ସୁରେନ୍ଦ୍ର ପଟେଲର ଝିଅ ବାହାଘର ଭୋଜିକୁ ଆପଣ ନିମନ୍ତ୍ରିତ । ଏକଜିକ୍ୟୁଟିଭ୍ ଅଫିସର ମଧ୍ୟ ସସ୍ତ୍ରୀକ ଆସିବେ । ଏକଜିକ୍ୟୁଟିଭ୍ ଅଫିସର ପ୍ରାୟ ସବୁ ଭୋଜିକୁ ଯାଆନ୍ତି ଏବଂ ସେ ସବୁବେଳେ ସସ୍ତ୍ରୀକ ମଧ୍ୟ ଯାଆନ୍ତି । ସେଠି ଆପଣ ଦେଖୂଦେବେ ।
ସୁମନ୍ତ ଆଡଭୋକେଟ ପଟେଲର ଭୋଜିକୁ ଯାଇଥିଲା । ବିପ୍ର ଓ ଏକଜିକ୍ୟୁଟିଭ୍ ଅଫିସର ସସ୍ତ୍ରୀକ ଯାଇଥିଲେ । ପଟେଲର ରାଉରକେଲାରେ ଅଧିକାଂଶ ଅଫିସରଙ୍କ ସହିତ ପରିଚିତ, ନିଜ ବୃତ୍ତି ପାଇଁ ସଂପର୍କ ରଖିବାକୁ ତାଙ୍କୁ ପଡ଼େ । ସେ ନିଜେ ମଧ୍ୟ ମେଳାପୀ, ମିଶାଣିଆ ପ୍ରକୃତିର । ସେ ଯାହାକୁ ନିମନ୍ତ୍ରଣ କରିଥିଲେ , ପ୍ରାୟ ସମସ୍ତେ ଯାଇଥିଲେ । ଅଜୟର ରାଉରକେଲାରେ ରହଣି ବେଶିଦିନ ନୁହେଁ, କିନ୍ତୁ ଗୋଟିଏ କେସ୍ରେ ପଟେଲ ସହିତ ତା'ର ଦେଖା ହୋଇଥଲା । ସେ ଅଜୟକୁ ନିମନ୍ତଣପତ୍ର ଦେଇଥିଲା । ଅଜୟ ଯିବାକୁ କୁଣ୍ଠାବୋଧ କରୁଥିଲା । ସୁମଂତ କହିଲା, ସେ ତ ତତେ ନିମନ୍ତ୍ରଣ କରିଛି, ଯିବାକୁ ଅନୁରୋଧ କରିଛି । ଘନିଷ୍ଠତା ନଥିଲେ କ'ଣ ହେଲା, ଚାଲ ଯିବା ।
ଭୋଜିରେ ଅଜୟର କେତେ ଜଣ ବନ୍ଧୁ ଦେଖାହେଲେ । ଲରେ ପଢୁଥିଲା ବେଳର ଜଣେ ସାଙ୍ଗ ଦେଖାହେଲା । ସେ ରାଉରକେଲାରେ ବ୍ୟବସାୟ କରୁଥିଲା ଏବଂ ପଟେଲର ମହକିଲ, ତା'ର କେସସବୁ ପଟେଲ ବୁଝାବୁଝି. କରୁଥିଲା | ଅଜୟ ତା ସହିତ କଥାବାର୍ତା କରୁଥିଲା । ଦେଖିଲା, ସୁମଂତ ଜଣେ ମହିଳା ସହିତ ଗପୁଛି, ହାତରେ ଖାଇବା ପ୍ଲେଟ ଧରିଛି । ଅଜୟ ତା'ର ସାଙ୍ଗ ସହିତ କଥାବାର୍ଭା କଲାବେଳେ ସୁମଂତ ଉପରେ ତା'ର ଲକ୍ଷ୍ୟ ଥିଲା । ସୁମଂତ ଓ ସେ ମହିଳା ଖାଇସାରିଲେ । ସୁମଂତ ଦୂଇଟା ପ୍ଲେଟରେ ଆଇସକ୍ରିମ୍ ଆଣି ସେହି ମହିଳା ଏବଂ ତା” ପାଖରେ ଛିଡ଼ା ହୋଇଥିବା ଆଉ ଜଣେ ମହିଳାଙ୍କୁ ଦେଲା । ଏବଂ ନିଜ ପାଇଁ ଆଇସକ୍ରିମ୍ ଆଣିବାକୁ ଗଲା ।
ସୂମଂତ ଆସି ଅଜୟ ପାଖରେ ପହଞ୍ଚିଲା । ଅଳୟ ଖାଇସାରିଥିଲା । ରାଉରକେଲାର ଏମ୍. ଏଲ୍. ଏ. ମନ୍ତ୍ରୀ ଥିଲେ | ମନ୍ତ୍ରୀ ଓ କଲେକ୍ଟର ଭୋଜିଜୁ ଆସିଥ୍ଵଲେ । ମନ୍ତ୍ରୀଙ୍କ ପାଖରେ ଟିକେ ଗହଳି ଥଲା । ବିପ୍ର ଓ ଏକଜିକ୍ୟୁଟିଭ୍ ଅଫିସର ମନ୍ତ୍ରୀ ଓ କଲେକ୍ଟରଙ୍କ ପାଖରେ ଥିଲେ , ସେମାନଙ୍କ ସତ୍କାରରେ ଲାଗିଥିଲେ । ଅଜୟ ଓ ସୁମଂତ ଫେରିଆସିଲେ । ଅଜୟ ପଚାରିଲା, ତୁ ଯୋଉ ମହିଳା ସହିତ ଗପୁଥିଲୁ, ସେ କଣ ତୋର ଶିକାର ?
ସୁମଂତ କହିଲା, ତୁ ଚିହ୍ନିପାରିଲୁ ନାହିଁ । ମୁଁ ଯାହା ସହିତ ଗପୁଥିଲି , ସେ ନମିତା, ବିପ୍ରର ସ୍ତ୍ରୀ | ବିପ୍ର ସହିତ ନମିତା ଆମଘରକୁ ଆସିଥିଲା , ତୁ. ଲକ୍ଷ୍ୟ କରିନାହୁଁ । ନମିତା ପାଖରେ ଛିଡ଼ା ହୋଇ ଏକକିକ୍ୟୁଟିଭ୍ ଅଫିସରର ସ୍ତ୍ରୀ ଖାଉଥଲା, ଦୁହିଁଙ୍କୁ ମୁଁ ଆଇସକ୍ରିମ୍ ଦେଲି କିଛି ମୁହୂର୍ତ ର ନିରବତା ପରେ ସୁମଂତ କହିଲା, ବଣୁଆହାତୀକୁ । ଧରିବାକୁ ହେଲେ ଗୋଟେ ପୋଷାହାତୀ ଦରକାର । । ନମିତା ମୋର ପୋଷାହାତୀ ।
¦ |୫ | |
ସୁମଂତ କହିଲା, ମିସନ ସକ୍ସେସ୍ଫୁଲ । ମୋର ସଦ୍ୟତମ ପ୍ରେମିକା ରଚନା । ରଚନା ଏକଜିକ୍ୟୁଟିଭ୍ ଅଫିସରର ସ୍ତ୍ରୀ । ବିପ୍ର, ମହାନ୍ତି ଓ ଅଜୟ ବସି ଚା' ପିଉଥିଲେ ଏବଂ ଗପସପ କରୁଥିଲେ । ସୁମଂତ ପହଞ୍ଚିଲା ଓ ଘୋଷଣା କଲା ।
କେହି ବିଶ୍ଵାସ କରିପାରୁ ନଥିଲେ । ତିନିମାସ ସମୟ ଦେଇଥିଲେ, କିନ୍ତୁ ଦୁଇମାସ ପୁରିନଥିଲା ।
ବିପ୍ର କହିଲା, ତୁମକୁ ତ ଆମେ କେବେ କୋଉଠି ତା' ସହିତ ଦେଖିନୁ ?
ସୁମଂତ କହିଲା, ଦେଖିବ ମାନେ ? ମୁଁ କଣ ବରବେଶରେ ରୋଶଣି କରି ବାଣଫୁଟେଇ ଯାଇଥାନ୍ତି । ତଥାପି ମୁଁ କହିଦେଉଛି, ସମୟ ହେଉଛି ସାଢ଼େ ତିନିଟାରୁ ସାଢ଼େ ଚାରି ଭିତରେ । ତୁମେମାନେ ଘରୁ ମଧ୍ୟାହ୍ନ ଭୋଜନ ସାରି ଅଫିସ ଚାଲିଗଲା ପରେ ମୁଁ ତାଙ୍କରି ଘରେ ପହଞ୍ଚେ ।
ମହାନ୍ତି ପଚାରିଲା, ଏହା କେମିତି ସମ୍ଭବ ହେଲା ? ବିଶ୍ଵାସ ହେଉନି ।
ସୁମଂତ କହିଲା, ତାହା ମୋର ଟ୍ରେଡ୍ ସିକ୍ରେଟ୍ । ସେସବୁ ବିଷୟରେ କହିବା ମୋର ନୀତିବିରୁଦ୍ଧ । ତଥାପି ଏତିକି ମାତ୍ର କହୁଛି, ରଚନା ଶିବଭକ୍ତ, ଏବଂ ମୁଁ କିଛିହିନ ହେଲା ଶିବ ଉପାସନା କରୁଥଲି । ସୋମବାର ମନ୍ଦିର ଯାଉଥିଲି । ।
ବିପ୍ର କହିଲା, ସର୍ତ ଅନୁସାରେ ତୁମେ ପ୍ରମାଣ ଦେବ । ଯାହା କହୁଛ, ଏସବୁଥିରେ ବିଶ୍ଵାସ କରିହେବ ନାହିଁ ।
ସୁମଂତ କହିଲା, ମୁଁ ପ୍ରମାଣ ଦେବି । ସୁମଂତ ଗୋଟିଏ ପ୍ୟାକେଟ୍ ବାହାର କଲା, ସେଥିରେ ଶାଢ଼ିଟିଏ ଥିଲା ! ଶାଢ଼ିଟିକୁ ସେ ସମସ୍ତଙ୍କୁ ଦେଖେଇଲା । କହିଲା, ଦୁଇଦିନ ପରେ ଶିବରାତ୍ରୀ । ଶିବରାତ୍ରୀର ସଂଜବେଳେ ସାଢ଼େ ସାତରୁ ଆଠଟା ଭିତରେ ରଚନା ଏହି ଶାଢ଼ିଟି ପିନ୍ଧି ଶିବଦର୍ଶନ ପାଇଁ ମନ୍ଦିରକୁ ଯାଇଥିବ । ଅବଶ୍ୟ ମୁଁ ନଥିବି, ମୋର ସେଦିନ ସଂଜବେଳେ ଗୋଟିଏ କାମ ଅଛି । ରଚନା ତାର ସ୍ଵାମୀ ସହିତ ଯାଇଥିବ, ଏହି ଶାଢ଼ିଟା ପିନ୍ଧିଥିବ । ତୁମେ ସବୁ ଯାଇ ଦେଖି ଆସିବ ।
ଶିବରାତ୍ରିରେ ବିପ୍ର, ତା” ସ୍ତ୍ରୀ ନମିତା ଏବଂ ମହାନ୍ତି ସସ୍ତ୍ରୀକ ଶିବମନ୍ଦିର ଯାଇଥିଲେ ଏବଂ ଦେଖଲେ, ଏକଜିକ୍ଯୁଟିଭ୍ ଅଫିସରର ସ୍ତ୍ରୀ ରଚନା ସୁମଂତ ଦେଇଥିବା ଶାଢ଼ି ପିନ୍ଧିଥିଲା । ପରଦିନ ସେମାନେ ସ୍ଵୀକାର କରିଥିଲେ । ସୁମଂତ କହିଲା, ତୁମେ ମତେ କ'ଣ ଉପହାର ଦେବ ତାହା ଭିନ୍ନକଥା, କିଚୁ ମୋର ଯେତିକି ଖର୍ଚ୍ଚ ହୋଇଛି, ଶାଢ଼ିର ମୂଲ୍ୟ ସହିତ, ମୁଁ ବିଲ୍ କରିଦେଇଛି, ତୁମେ ସେଇଟା ମତେ ଆଗ ଦେଇଦେବ ।
ଏହି ଘଟଣା ଉପରେ ଆଉ କେବେ ଆଲୋଚନା ହେଉନଥିଲା | ଅଜୟ ପ୍ରାୟ ସବୁ ଶନିବାର ଭୁବନେଶ୍ଵର ଚାଲିଆସେ, ସୋମବାର ଦିନ ସକାଳେ ପହଞ୍ଚେ । ଠେଙ୍ଗୁଆ କ୍ଲବରେ ଆସର ବସେ, “ମଝିରେ ମଝିରେ ଭୋଜି ମଧ୍ୟ ହୁଏ । କିଛିଦିନ ପରେ ଅଜୟ ଲକ୍ଷ୍ଯ କଲା, ବିପ୍ର କୁବକୁ ଆସୁନାହିଁ । ପନ୍ଦର କୋଡ଼ିଏ ଦିନ ନଆସିବା ଦେଖ ଅଜୟ ସୁମଂତକୁ ପଟାରିଲା,ବିପ୍ର କାହିଁକି ଆସୁନାହିଁ, କ'ଣ ପାଇଁ ମନଦୁଃଖ କରିଛି କି ।
ସୁମଂତ କହିଲା, ଟିକେ ଭୁଲ ହୋଇଗଲା ।
କ'ଣ ଭୁଲ୍ ହୋଇଗଲା ? ପଚାରିଲା ଅଜୟ ।
ସୁମଂତ କହିଲା, ସେଦିନ ମୋ କଲମଟା କେମିତି ତାଙ୍କ ଘରେ ପଡ଼ିଗଲା । ମୁଁ ଚାଲିଆସିଥିଲି । ସେହି କଲମଟା । ବିପ୍ର ମୋତେ ନୂଆବର୍ଷରେ ଉପହାର ଦେଇଥିଲା । ନମିତା ଜାଣିନାହିଁ ବିପ୍ର ମୋତେ ସେହି କଲମଟା ଦେଇଥିଲା । ସେହି କଲମଟାକୁ ସେ କ୍ବ ବହାର କରୁଥିଲା । । ସୁମଂତ ସବୁବେଳେ ତା” କଲମ ପ୍ୟାଣ୍ଟର ସାଇଡ୍ ପକେଟ ରେ ମାରିଥାଏ, ଅନ୍ୟମାନଙ୍କ ପରି ସାର୍ଟ ପକେଟରେ ମାରିନଥାଏ । ସୁମଂତ କହିଚାଲିଲା, ବିପ୍ର ସେ କଲମଟା କୁ ନମିତା ପାଖରେ ଦେଖି ଦେଇ ସେଦିନ ସଂଜବେଳେ ଆସି ମୋ ରୁମ୍ରେ କଲମଟିକୁ ଖୋଜିଲା । ଜାଣିପାରିଲି ସେ କ'ଣ ଖୋଜୁଛି । ମତେ ପଚାରିଲା, ମୁଁ ତୁମକୁ ଯୋଉ କଲମଟା ନୂଆବର୍ଷରେ ଦେଇଥିଲି , କ'ଣ କଲ ? ମୁଁ କହିଲି ମୋ ଅଫିସରେ ରହିଯାଇଛି । ସେ କିନ୍ତୁ ଵିଶ୍ଵାସ କଲା ନାହିଁ । କଲମ ଛାଡ଼ିଦେଇଆସିବା ପରଠୁ ବିପ୍ର ସଂଜ ବେଳେ ମୋ ରୁମ୍ରେ କଲମ ଖୋଜିବା ପର୍ଯ୍ୟନ୍ତ ତିନିଦିନ ମୁଁ ନମିତା ପାଖକୁ ଯାଇପାରି ନଥିଲି । ଅଜୟ କହିଲା, ତୁ ଗୋଟେ ବିପଜନକ ଲୋକ | ବିପ୍ର ତୋ ବନ୍ଧୁ, ଏସବୁ ଠିକ୍ କରୁନାହୁଁ | ଅଜୟ ଚିଡ଼ିଯାଇଥିଲା । ସୁମଂତ ତାର ସବୁଦିନ ପରି ହସିଲା ମୁହଁରେ କହିଲା, ମୁଁ ସଫେଇଦେବାକୁ ଚାହୁଁନି କିମ୍ବା ଯୁକ୍ତି କରୁନି । କିଂତୁ ଗୋଟିଏ କଥା କହୁଛି, ନମିତା ରାତିରେ ବଂଦ କୋଠରି ଭିତରେ କିମ୍ବା ବାହାରର ଦିବାଲୋକରେ ବିପ୍ର ଉପରେ ସନୁଷ୍ଟ ନଥିଲା । ସେ ବିବାହ ବନ୍ଧନରୁ ନିଜକୁ ମୁକ୍ତ କରିପାରୁ ନାହିଁ, ଏଣେ ଛଟପଟ ହେଉଛି । ତା'ର ଅବସ୍ଥା ଦେଖି ମୁଁ ସହିପାରିଲି ନାହିଁ ।

COMMENTS - 2
Prasanna Kumar Jena
21-03-2022 / 16:59:12ଗଳ୍ପଟି ସତ୍ୟ ଘଟଣା ଉପରେ ଆଧାରିତ ହେଲା ପରି ଲାଗୁଛି ଅବା ହୋଇପାରେ, ଗାଳ୍ପିକ ଙ୍କ ବାକ ଚାତୁରୀ ଯାହା କଳ୍ପନାକୁ ସତ୍ୟ ବୋଲି ପ୍ରତିପାଦିତ କରୁଛି ।
Madan Mohan Mohakud
21-03-2022 / 11:16:58ଗପ ଟି ପଢ଼ିଲି. ଭାବୁଥିଲି କୌଣସି ମନ୍ତବ୍ୟ ଦେବି ନାହିଁ. ମନ୍ତବ୍ୟ ବାକ୍ସ ଖାଲି ପଡିଛି ଦେଖି ଭାବିଲି, କେହି ଜଣେ ଆରମ୍ଭ କରୁ. ମୋ ନଜରକୁ ଆସିଲାଣି. ତେବେ ମୁଁ କାହିଁକି ପ୍ରଥମ ମନ୍ତବ୍ୟ ନ ଦେବି? ତେଣୁ... ସନସନି କାହାଣୀ. ପ୍ରସଙ୍ଗ ଟି ଏମିତି ଯେ ପଢିଲେ ତ ସାରିବା ଯାଏ ଅବଶ୍ୟ ପଢିବ, ଗୋଟେ ଅଜବ suspense nei